ସଞ୍ଜୟ ରାଉତ (Sanjay Raut) ଓ ତାଙ୍କ ପରିବାରର ପାଇଁ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି ।
Trending Photos
ମୁମ୍ବାଇ: ମହାରାଷ୍ଟ୍ରର (Maharastra) ଶିବସେନାର (Shivsena) ବରିଷ୍ଠ ନେତା, ସାଂସଦ ତଥା ସାମନା (Samna) ମୁଖପତ୍ରର କାର୍ଯ୍ୟକାରୀ ସମ୍ପାଦକ (Executive Editor) ସଞ୍ଜୟ ରାଉତ (Sanjay Raut) ଓ ତାଙ୍କ ପରିବାରର ପାଇଁ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡ଼ି (Enforcement Directorate-ED) ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ (Varsha Raut) ତୃତୀୟ ଥର ପାଇଁ ସମନ ଜାରି କରିଛି । ଆସନ୍ତା ୨୯ ତାରିଖରେ ଇଡ଼ି ନିକଟରେ ହାଜର ହେବା ପାଇଁ କହିଛି ଇଡ଼ି ।
ଅଧିକ ପଢନ୍ତୁ: ଆଜି ଅମିତ ଶାହଙ୍କ ସହ ନଜର ଆସିବେ ଗାଙ୍ଗୁଲି
ଏଭଳି ସ୍ଥିତିରେ ବର୍ଷାଙ୍କ ଜରିଆରେ ସଞ୍ଜୟ ରାଉତଙ୍କ (Sanjay Raut) ଉପରେ ଲଗାମ ଲଗାଇବାକୁ ପ୍ରୟାସ କରୁଛି ବୋଲି ଚର୍ଚ୍ଚା ଜୋର ଧରିଛି । ଏହା ପୂର୍ବରୁ ଶିବସେନା (Shivsena) ନେତା ପ୍ରତାପ ସରନାଇକଙ୍କ (Pratap Sarnaik) ଘରେ ମଧ୍ୟ ଇଡ଼ି ଚଢାଉ କରିଥିଲା । ଏବେ ସରନାଇକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅର୍ଥ ହେରଫେର ବାବଦରେ ପଚରାଉଚୁରା କରୁଥିବା ଦେଖିବାକୁ ମିଳିଛି । ଏହା ସହିତ ଇଡ଼ି (ED) ପକ୍ଷରୁ ଏନସିପିର (NCP) ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପାଓ୍ୱାରଙ୍କୁ ମଧ୍ୟ ନୋଟିସ ପଠାଇଥିବା ସୂଚନା ରହିଛି ।
ଅଧିକ ପଢନ୍ତୁ: ଦଳର ପ୍ରତିଷ୍ଠା ଦିବସରେ ଖୋଜା ପଡ଼ିଲେ ରାହୁଲ
ସେପଟେ ସଞ୍ଜୟ ରାଉତ ଇଡ଼ି କରିଥିବା ସମନ ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କି ବିଜେପି ଏହାକୁ ଏକ ଏଜେଣ୍ଡା କରି ଲୋକଙ୍କ ମଧ୍ୟରେ ଭୁଲ ଧାରଣା ପ୍ରଚାର କରୁଛି । ମୁଁ ଆହୁରି ମଧ୍ୟ କହିବାକୁ ଚାହୁଁଛି କି ଇଡ଼ି ମୋତେ ବର୍ତ୍ତମାନ କୌଣସି ପ୍ରକାର ସମନ ଜାରି କରିନାହିଁ । ଏହା ସବୁ ବିଜେପିର ଡ୍ରାମା । ଆଜି ଦୁଇଟା ସୁଦ୍ଧା ଶିବସେନା ଭବନରେ ଏହା ଉପରେ ଆଲୋଚନା କରିବାର ଅଛି । ସୁଶାନ୍ତ ସିଂହ ମୃତ୍ୟୁ ମାମଲା, କଙ୍ଗନା ରଣାଔତ କିମ୍ବା ବଲିଉଡ଼ରେ ଡ୍ରଗ୍ନ ଆଙ୍ଗେଲକୁ ନେଇ ଏବେ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ବିଧାୟକ ପ୍ରତାପ ସରନାଇକ ଓ କାଞ୍ଜୁରମାର୍ଗ ମେଟ୍ରୋ କାର ସେଡ଼ ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ସଞ୍ଜୟ ରାଉତ ବର୍ଷିଛନ୍ତି ।