ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ନିଜ ଜନ୍ମ ଦିବସକୁ (Birth Day) ସେବା ଦିବସ ଭାବେ ପାଳନ କରିଥାନ୍ତି ।
Trending Photos
ନୂଆଦିଲ୍ଲୀ: କଂଗ୍ରେସ (Congress) ଆଜି ତାର ୧୩୬ତମ ପ୍ରତିଷ୍ଠା ଦିବସ (Foundation Day) ପାଳନ କରୁଛି । ତେବେ ଦଳର ଏକ ଶୁଭ ଦିନରେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi) ବିଦେଶ ଗସ୍ତରେ ରହିଛନ୍ତି । ବ୍ୟକ୍ତିଗତ ଗସ୍ତରେ ସେ ବିଦେଶ ଯାତ୍ରାରେ ରହିଛନ୍ତି । ଏନେଇ ଦଳର ପ୍ରବକ୍ତା ରଣଦୀପ ସୁର୍ଜେଓ୍ୱାଲା (Randeep Surjewala) କହିଛନ୍ତି କି, ରାହୁଲ ଗାନ୍ଧୀ (Rahul Gandhi) ବର୍ତ୍ତମାନ ମିଲାନ ଗସ୍ତରେ ରହିଛନ୍ତି । ମିଲାନରେ (Milan) ରାହୁଲଙ୍କ ଆଈ ମା' ରହୁଛନ୍ତି । ଏହା ପୂର୍ବରୁ ମଧ୍ୟ ରାହୁଲ ନିଜ ଆଈ ମାଙ୍କୁ ଦେଖା କରିବାକୁ ମିଲାନ ଗସ୍ତ କରିଛନ୍ତି ।
ତେବେ ରାହୁଲଙ୍କ ଏହି ବିଦେଶ ଯାତ୍ରାକୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆରେ (Social Media) ଟ୍ରେଣ୍ଡ କରିବା ଆରମ୍ଭ କରିଦେଇଛି। ଏପରିକି ରାଜନୈତିକ ମହଲରେ ମଧ୍ୟ ବେଶ ଚର୍ଚ୍ଚା ଜୋର ଧରିଛି । ତେବେ ଦଳର ଅନ୍ତଃକନ୍ଦଳ ଓ ମୁରବୀ ବିହୀନ ସ୍ଥିତି ଏହି ଚର୍ଚ୍ଚାକୁ ଖୋରାକ ଆହୁରି ଜୋଗାଇଛି ।
ଫେବୃଆରୀରେ ଇଟାଲୀରୁ ଫେରିଥିଲେ
କଂଗ୍ରେସର (Congress) ଯୁବରାଜ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi) ଚଳିତ ବର୍ଷ ଫେବୃଆରୀ ମାସରେ ଇଟାଲୀ (Italy) ଗସ୍ତରେ ଯାଇଥିଲେ । ସେହି ସମୟରେ ଏହି ରାହୁଲଙ୍କ ଏହି ଗସ୍ତକୁ ନେଇ ବିଜେପି (BJP) ବେସ ହୋ-ହଲ୍ଲା କରିଥିଲା । କାରଣ ସେହି ସମୟରେ ଇଟାଲୀରେ କୋରୋନାର (Corona) ମାତ୍ରା ଉପରମୁହାଁ ରହିଥିଲା । ବିଜେପି ସାଂସଦ (BJP MP) ରମେଶ ବିଧୁଡି (Ramesh Bidhuri)କହିଥିଲେ କି, ଇଟାଲୀରେ (Italy) ଅନେକ ଲୋକ କୋରୋନା ସଂକ୍ରମିତ ହେଉଛନ୍ତି । ରାହୁଲ ଗାନ୍ଧୀଙ୍କର (Rahul Gandhi) ମଧ୍ୟ ଯାଞ୍ଚ ପାଇଁ ଦାବି କରିଥିଲେ । ସାଂସଦ ହନୁମାନ ବେନୀଓ୍ୱାଲ (Hanuman Beniwal) ସଂସଦରେ ରାହୁଲଙ୍କ ଏହି ଗସ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାର ଜବାବରେ କଂଗ୍ରେସ କହିଥିଲେ କି, ରାହୁଲ ଙ୍କର କୋରୋନା ସ୍କ୍ରିନିଂ ହୋଇଥିଲା ଏବେ ସେ କୋରୋନା ମୁକ୍ତ (Corona Free) ରହିଛନ୍ତି।
ଅଧିକ ପଢନ୍ତୁ: PM Modi LIVE: ଚାଳକବିହୀନ ମେଟ୍ରୋର ଶୁଭାରମ୍ଭ
ଜନ୍ମଦିନ ପାଳନ ପାଇଁ ଯାଇଥାନ୍ତି ବିଦେଶ
ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ନିଜ ଜନ୍ମ ଦିବସକୁ (Birth Day) ସେବା ଦିବସ ଭାବେ ପାଳନ କରିଥାନ୍ତି । ସେହି କ୍ଷେତ୍ରରେ ରାହୁଲ ନିଜ ଜନ୍ମଦିନକୁ ବିଦେଶରେ ପାଳନ କରିଥାନ୍ତି । ୨୦୧୪ ଲୋକସଭା ନିର୍ବାଚନରେ (General Election) କଂଗ୍ରେସକୁ (Congress) କେବଳ ୪୪ଟି ଆସନ ମିଳିଥିଲା । ଫଳରେ ସେହି ବର୍ଷ ଜୁନ ମାସରେ (June) ରାହୁଲ (Rahul Gandhi) ବିଦେଶ ଚାଲିଯାଇଥିଲେ । ୨୦୧୫ ମସିହାରେ ମଧ୍ୟ ଆରମ୍ଭରେ ଦୁଇ ମାସ ପାଇଁ ରାହୁଲ ବିଦେଶ ଚାଲିଯାଇଥିଲେ । ସେ ଭିଏତନାମ (Vietnam), କାମ୍ବୋଡ଼ିଆ (kambodia), ଥାଇଲାଣ୍ଡ (Thailand) ବ୍ୟତୀତ ସେ ମିଆଁମାର (Mianmar) ମଧ୍ୟ ଗସ୍ତ କରିଥିବା ଜଣାପଡ଼ିଛି । ୨୦୧୫ ମସିହାରେ ଅପ୍ରେଲରେ (April) ଭାରତ ଫେରିଥିଲେ। ଜୁନ ମାସରେ ଦିଲ୍ଲୀରେ ତାଙ୍କର ଜନ୍ମ ଦିନ ପାଳନ କରିଥିଲେ । ତେବେ ଏହି ଜନ୍ମ ଦିନ ପାଳନର ଠିକ ପରଦିନ ହିଁ ସେ ଭଉଣୀ ପ୍ରିୟଙ୍କା ଗାନ୍ଧୀ (Priyanka Gandhi) ଓ ମା ସୋନିଆଙ୍କ (Sonia Gandhi) ସହିତ ବିଦେଶ ଗସ୍ତ କରିଥିଲେ । ୨୦୧୬ରେ ତୁର୍କିରେ (Turkey) ଓ ୨୦୧୭ରେ ତୁର୍କିରେ ରାହୁଲ ନିଜ ଜନ୍ମଦିନ ପାଳନ କରିଥିଲେ ।
ଅଧିକ ପଢନ୍ତୁ: କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଖୁସି ଖବର ଦେଲେ ଏମ୍ସ ନିର୍ଦ୍ଦେଶକ
ମହାରାଷ୍ଟ୍ର ଓ ହରିଆଣା ନିର୍ବାଚନ ପୂର୍ବରୁ ବିଦେଶ ଯାତ୍ରା
ଗତବର୍ଷ ହୋଇଥିବା ମହାରାଷ୍ଟ୍ର (Maharastra) ଓ ହରିଆଣା (Hariyana) ବିଧାନସଭା ନିର୍ବାଚନ (Assembly Election) ପୂର୍ବରୁ ହିଁ ରାହୁଲ ବିଦେଶ ଗସ୍ତ କରିଥିଲେ । ବିଜେପି ଏହାକୁ ନେଇ ରାହୁଲଙ୍କ ଉପରେ ପ୍ରବଳ ବର୍ଷିଥିଲା । ଏହାର ଜବାବରେ କଂଗ୍ରେସର ମୁଖପତ୍ର ଅଭିଷେକ ମନୁ ସିଂଘଓ୍ୱି ଟ୍ୱିଟରକୁ ଲେଖିଥିଲେ କି, କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜୀବନକୁ ବୃତ୍ତିଗତ ଜୀବନ ସହିତ ତୁଳନା କରିବା ଅନୁଚିତ ।
ଅଧିକ ପଢନ୍ତୁ: 'କୋରୋନା ଶେଷ ମହାମାରୀ ନୁହେଁ, କେବଳ ଟଙ୍କା ଖର୍ଚ୍ଚ କଲେ ହେବନି କିଛି'
୨୦୧୮ରେ ଇଟାଲୀ ଗସ୍ତ
ରାହୁଲ ଗାନ୍ଧୀ ମାର୍ଚ୍ଚ ୨୦୧୮ ମସିହାରେ ଇଟାଲୀ ଗସ୍ତ କରିଥିଲେ। ସେହି ସମୟରେ ସେ ଇଟାଲୀରେ ହିଁ ହୋଲି ପାଳନ କରିଥିଲେ । ସେ ନିଜ ଆଈ ମାଙ୍କୁ ସରପ୍ରାଇଜ ଗିଫ୍ଟ ଦେବାକୁ ଇଟାଲୀ ଯାଇଥିଲେ ବୋଲି ଟ୍ୱିଟରରେ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ ଲେଖିଥିଲେ କି ଆଈ ମାଙ୍କୁ ଆଲିଙ୍ଗନ କରିବାକୁ ବହୁତ ବ୍ୟାକୁଳ । ଦୀର୍ଘଦିନ ଧରି ସେ ଅପେକ୍ଷା କରି ରହିଛନ୍ତି ବୋଲି ରାହୁଲ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ।