ଶୁକ୍ରବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଗୁରୁବାର ଦେଶରେ ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟି ଥିବା ବେଳେ ଶୁକ୍ରବାର ରୂପା ମୂଲ୍ୟରେ ୧,୮୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୮୦୦ ଟଙ୍କାରେ ପହଞ୍ଚିଛି ।
Trending Photos
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଗୁରୁବାର ସୁନା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟିଥିଲା । ଅନ୍ୟପଟେ ଶୁକ୍ରବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦର (Gold Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୮୦୦୦ ଟଙ୍କାରେ ପହଞ୍ଚିଛି । ଗୁରୁବାର ଏହାର ମୂଲ୍ୟ ୪୮,୮୦୦୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଫଳରେ ୧୦ ଗ୍ରାମ ସୁନା ଦର ୪୭,୮୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗୁରୁବାର ଏହାର ମୂଲ୍ୟ ୪୭,୮୦୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ଫେବୃଆରୀ ୧ରୁ ହେବାକୁ ଯାଉଛି ଏହି ୫ଟି ବଡ଼ ପରିବର୍ତ୍ତନ, ସାଧାରଣ ଜନତାଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ
ସେହିପରି ଶୁକ୍ରବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଗୁରୁବାର ଦେଶରେ ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟି ଥିବା ବେଳେ ଶୁକ୍ରବାର ରୂପା ମୂଲ୍ୟରେ ୧,୮୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୮୦୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୦୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୭୮୦ ଟଙ୍କା ରହିଛି । ଯାହା ଗତକାଲି ୬,୬୦୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତିକର ଖବର ଦେଲେ ମୋଦି ସରକାର!
ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Rate) ରେ ମଧ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ । ଗୁରୁବାର ଭୁବନେଶ୍ୱରରେ ସୁନା ଦରରେ ୧୦୦ ଟଙ୍କାର ହ୍ରାସ ଘଟି ଥିଲା । ଅନ୍ୟପକ୍ଷେ ଶୁକ୍ରବାର ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୮୦୦ ଟଙ୍କା ରହିଛି । ଯାହା ଗୁରୁବାର ୧୦ ଗ୍ରାମ ସୁନା ମୂଲ୍ୟ ୪୯,୮୦୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୬୫୦ ଟଙ୍କା ରହିଛି । ଯାହା ଗତକାଲି ୪୫,୬୫୦ ଟଙ୍କା ଥିଲା ।
ଅଧିକ ପଢ଼ନ୍ତୁ:-ଭାରତୀୟଙ୍କୁ ବହୁତ ବଡ଼ ଖୁସି ଖବର ଦେଲେ ବାଇଡେନ!
ଶୁକ୍ରବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ଗୁରୁବାର ଦେଶରେ ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟି ଥିବା ବେଳେ ଶୁକ୍ରବାର ରୂପା ମୂଲ୍ୟରେ ୭,୪୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୩,୪୦୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୦୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୩୪୦ ଟଙ୍କା ରହିଛି । ଯାହା ଗତକାଲି ୬,୬୦୦ ଟଙ୍କା ଥିଲା ।