ଭାରତୀୟଙ୍କୁ ବହୁତ ବଡ଼ ଖୁସି ଖବର ଦେଲେ ବାଇଡେନ!
Advertisement
Article Detail0/zeeodisha/odisha837059

ଭାରତୀୟଙ୍କୁ ବହୁତ ବଡ଼ ଖୁସି ଖବର ଦେଲେ ବାଇଡେନ!

ସୂଚନାଯୋଗ୍ୟ, H-4 ଭିସା H-1B ଭିସା ଧାରକଙ୍କ ଜୀବନସାଥୀଙ୍କୁ ପ୍ରଦାନ କରାଯାଇଥାଏ । ଭିସା ଧାରକଙ୍କ ମଧ୍ୟରେ ମୁଖ୍ୟତଃ ଉଚ୍ଚ-ଦକ୍ଷତା ସଂପନ୍ନ ଭାରତୀୟ ମହିଳାମାନେ ସାମିଲ ଥାଆନ୍ତି ।

ଭାରତୀୟଙ୍କୁ ବହୁତ ବଡ଼ ଖୁସି ଖବର ଦେଲେ ବାଇଡେନ!

ନ୍ୟୁୟର୍କ: କ୍ଷମତା ଗ୍ରହଣ କରିବା ପରେ ବାଇଡେନ୍ ପ୍ରଶାସନ (Biden Administration) ସପ୍ତମ ଦିନରେ H1B ଭିସାଧାରୀ କର୍ମଚାରୀଙ୍କ ଜୀବନସାଥୀଙ୍କ ପାଇଁ ବଡ଼ ରିହାତି ପ୍ରଦାନ କରିଛି । H1B ଭିସାଧାରୀଙ୍କ ଜୀବନସାଥୀଙ୍କୁ ଆମେରିକାରେ କାମ କରିବାକୁ ଅନୁମତି ଦିଆଯାଇଛି । ଏହା ସହ ବାଇଡେନ ପ୍ରଶାସନ ଟ୍ରମ୍ପଙ୍କ ପୂର୍ବ ପ୍ରଶାସନ (Trump Administration) ର ନିଷ୍ପତ୍ତିକୁ ଖାରଜ କରିଦେଇଛି । ଟ୍ରମ୍ପ ସରକାର ଏହି ପଦକ୍ଷେପକୁ ଦେଶ ହିତରେ ନିଆଯାଇଛି ବୋଲି କହିଥିଲେ । ଆମେରିକା ପାଇଁ ଏହା ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଏହାର ଉଦ୍ଦେଶ୍ୟ ଥିଲା ଅଧିକାଂଶ ବିଦେଶୀ ଶ୍ରମିକଙ୍କୁ ଆମେରିକାରୁ ଦୂରେଇ ରଖିବା । H-1B ଭିସା ଧାରକଙ୍କ ଜୀବନସାଥୀଙ୍କୁ  H-4 ଅନ୍ତର୍ଗତ ଆମେରିକାରେ କାମ କରିବାର ଅନୁମତି ଓବାମା ପ୍ରଶାସନ (Obama Administration) ଦ୍ୱାରା ପ୍ରଦାନ କରାଯାଇଥିଲା, କିନ୍ତୁ ଟ୍ରମ୍ପ ପ୍ରଶାସନ କଥିତ ଭାବେ ଏହାକୁ ଏକ ଏଜେଣ୍ଡା ଅନୁଯାୟୀ ଶେଷ କରିବାକୁ ଚେଷ୍ଟା କରିଥିଲା ।

ଅଧିକ ପଢ଼ନ୍ତୁ:-ବାଇଡେନଙ୍କ ଟିମର ଏହି ପାକିସ୍ତାନୀ ଅଧିକାରୀ ବଢ଼ାଇବେ ଭାରତର ସମସ୍ୟା!

ସୂଚନାଯୋଗ୍ୟ, H-4 ଭିସା H-1B ଭିସା ଧାରକଙ୍କ ଜୀବନସାଥୀଙ୍କୁ ପ୍ରଦାନ କରାଯାଇଥାଏ । ଭିସା ଧାରକଙ୍କ ମଧ୍ୟରେ ମୁଖ୍ୟତଃ ଉଚ୍ଚ-ଦକ୍ଷତା ସଂପନ୍ନ ଭାରତୀୟ ମହିଳାମାନେ ସାମିଲ ଥାଆନ୍ତି । ଆମେରିକାର ନାଗରିକତା ଏବଂ ଇମିଗ୍ରେସନ ସର୍ଭିସେସ୍ (USCIS) ଦ୍ୱାରା H-4 ଭିସା, H-1B ଭିସାଧାରକଙ୍କ ପରିବାର ସଦସ୍ୟ (ପତି-ପତ୍ନୀ ଏବଂ ୨୧ ବର୍ଷରୁ କମ୍ ପିଲା) ଙ୍କ ପାଇଁ ଜାରି କରାଯାଇଥାଏ । H-1B ଭିସା ଧାରକଙ୍କ ମଧ୍ୟରେ ମୁଖ୍ୟତଃ ଭାରତୀୟ ଆଇଟି ପ୍ରଫେସନାଲ ଅଛନ୍ତି । ଏହା ସାଧାରଣତଃ ସେହିମାନଙ୍କ ପାଇଁ ଜାରି କରାଯାଇଥାଏ, ଯେଉଁମାନେ ରୋଜଗାର ଆଧାରରେ ସ୍ଥାୟୀ ବାସିନ୍ଦା ମାନ୍ୟତା ହାସଲ କରିବାକୁ ଇଚ୍ଛା କରନ୍ତି । ବାଇଡେନ ପ୍ରଶାସନର ଏହି ପ୍ରମୁଖ ନିଷ୍ପତ୍ତି H-1B ଭିସାଧାରୀ କର୍ମଚାରୀଙ୍କ H-4 ଭିସାଧାରୀ ଜୀବନସାଥୀଙ୍କ ପାଇଁ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଇଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତିକର ଖବର ଦେଲେ ମୋଦି ସରକାର!

ଅଧିକ ପଢ଼ନ୍ତୁ:-ଅକ୍ଷୟଙ୍କଠୁ ଆରମ୍ଭ କରି ଆଲିଆ ପର୍ଯ୍ୟନ୍ତ, ଏହି ସମସ୍ତ କଳାକାରଙ୍କ ପାଖରେ ନାହିଁ ଭାରତର ନାଗରିକତା

ଉଲ୍ଲେଖନୀୟ କଥା ହେଉଛି, ଆମେରିକାର ୬୦ ଜଣ ସାଂସଦଙ୍କ ଏକ ଦଳ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଙ୍କୁ ଭିସା ସମ୍ବନ୍ଧରେ ପୂର୍ବ ଟ୍ରମ୍ପ ପ୍ରଶାସନର ନୀତି ବଦଳାଇବାକୁ ଅନୁରୋଧ କରିଥିଲେ । H-4 ଭିସା ଗ୍ରହଣ କରୁଥିବା ଲୋକଙ୍କ ପାଇଁ ଡକ୍ୟୁମେଣ୍ଟର ବୈଧତାର ସମୟ ସୀମା ବୃଦ୍ଧି କରିବାକୁ ସାଂସଦମାନେ ଅନୁରୋଧ କରିଥିଲେ । ସେହି ସମୟରେ ବାଇଡେନ H-1B ସମେତ ଅନ୍ୟାନ୍ୟ ଉଚ୍ଚ-ଦକ୍ଷତା ଭିସା ପରିସର ବୃଦ୍ଧି କରିବେ ବୋଲି ଆଶା କରାଯାଉଥିଲା । ଏହା ବ୍ୟତୀତ ଅତିରିକ୍ତ ବିଭିନ୍ନ ଦେଶ ପାଇଁ ରୋଜଗାର ଭିତ୍ତିକ ଭିସା ପାଇଁ କୋଟା ରଦ୍ଦ କରିପାରିନ୍ତି । ଏହି ଦୁଇଟି ପଦକ୍ଷେପ ହଜାର ହଜାର ଭାରତୀୟ ବୃତ୍ତିଗତଙ୍କୁ ଲାଭ ପହଞ୍ଚାଇବ । ଟ୍ରମ୍ପ ପ୍ରଶାସନର କିଛି ଇମିଗ୍ରେସନ ନୀତି ଦ୍ୱାରା ଭାରତୀୟ ବୃତ୍ତିଗତମାନେ ବହୁତ ପ୍ରଭାବିତ ହୋଇଥିଲେ ।