ଧନତେରସରେ ଶସ୍ତା ସୁନା କିଣିବାର ସୁଯୋଗ, ପୁଣି ଆରମ୍ଭ ହେବାକୁ ଯାଉଛି ମୋଦି ସରକାରଙ୍କ ଏହି ସ୍କିମ୍
Advertisement
Article Detail0/zeeodisha/odisha782256

ଧନତେରସରେ ଶସ୍ତା ସୁନା କିଣିବାର ସୁଯୋଗ, ପୁଣି ଆରମ୍ଭ ହେବାକୁ ଯାଉଛି ମୋଦି ସରକାରଙ୍କ ଏହି ସ୍କିମ୍

ଗତ କିଛି ବର୍ଷ ହେବ କେନ୍ଦ୍ରର ମୋଦି ସରକାର (Modi Govt) ଫିଜିକାଲ ସୁନାର ଚାହିଦା ହ୍ରାସ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଚଳାଇଛନ୍ତି । ଏହାର ନାଁ ହେଉଛି ଗୋଲ୍ଡ ବଣ୍ଡ ସ୍କିମ୍ (Sovereign Gold Bond Scheme) ।

ଧନତେରସରେ ଶସ୍ତା ସୁନା କିଣିବାର ସୁଯୋଗ, ପୁଣି ଆରମ୍ଭ ହେବାକୁ ଯାଉଛି ମୋଦି ସରକାରଙ୍କ ଏହି ସ୍କିମ୍

ନୂଆଦିଲ୍ଲୀ: ଧନତେରସ (Dhanteras) ପର୍ବ ଆସିବାକୁ ଯାଉଛି । ଏହି ଅବସରରେ ସୁନା କିଣିବା ଶୁଭ ବୋଲି ମନେ କରାଯାଏ । ଏହି କାରଣରୁ ଲୋକମାନେ ଏହି ଦିନଟିକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି । ଏଥର ଧନତେରସ ଅବସରରେ ସରକାର ଶସ୍ତା ସୁନା କିଣିବାର ସୁଯୋଗ ଦେଉଛନ୍ତି । ଆସନ୍ତୁ ଜାଣିବା କିପରି... 

ଗତ କିଛି ବର୍ଷ ହେବ କେନ୍ଦ୍ରର ମୋଦି ସରକାର (Modi Govt) ଫିଜିକାଲ ସୁନାର ଚାହିଦା ହ୍ରାସ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଚଳାଇଛନ୍ତି । ଏହାର ନାଁ ହେଉଛି ଗୋଲ୍ଡ ବଣ୍ଡ ସ୍କିମ୍ (Sovereign Gold Bond Scheme) । ଏହି ଯୋଜନା ଅଧୀନରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର (Narendra Modi Government) ପୁଣି ଥରେ ସୁନା ବିକ୍ରି କରୁଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ସରକାର ବଣ୍ଡ ଆକାରରେ ସୁନା ବିକ୍ରି କରନ୍ତି । ଏହି ସୁନାର ମୂଲ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ଥିର କରିଥାଏ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସମୟ ସମୟରେ ଏହି ସୁନାର ମୂଲ୍ୟ (Gold Rate) ଜାରି କରିଥାଏ, ଯାହା ବଜାରରେ ଥିବା ଫିଜିକାଲ ସୁନା ଅପେକ୍ଷା ଶସ୍ତା ଏବଂ ନିରାପଦ ଅଟେ । ଏହି ଯୋଜନା ଅନ୍ତର୍ଗତ ସୁନାର ନୂତନ ମୂଲ୍ୟ ବିଷୟରେ ଆସନ୍ତୁ ଜାଣିବା ।

ଅଧିକ ପଢ଼ନ୍ତୁ:-ଏଲଜେପି ବୁଡ଼ାଇ ଦେଲା ନୀତିଶଙ୍କ ଡଙ୍ଗା, ଘରର 'ଚିରାଗ'ରୁ ଏନଡିଏର ଦୁର୍ଗରେ ଲାଗିଲା ନିଆଁ!

ରିଜର୍ଭ ବ୍ୟାଙ୍କ (RBI) ଏଥର ସୁନା ବଣ୍ଡର ମୂଲ୍ୟ ଗ୍ରାମ ପିଛା ୫,୧୭୭ ଟଙ୍କା ରଖିଛି । ସୁନା ବଣ୍ଡ କ୍ରୟ ପାଇଁ ଡିଜିଟାଲ ପେମେଣ୍ଟ କରିବାରୁ ପ୍ରତି ଗ୍ରାମରେ ୫୦ ଟଙ୍କା ରିହାତି ମିଳିବ । ଏହିପରି ନିବେଶକଙ୍କ ପାଇଁ ବଣ୍ଡ ମୂଲ୍ୟ ଗ୍ରାମ ପିଛା ୫,୧୨୭ ଟଙ୍କା ହେବ । ଏହି ଯୋଜନା ନଭେମ୍ୱର ୯ରେ ଆରମ୍ଭ ହୋଇ ନଭେମ୍ୱର ୧୩ରେ ବନ୍ଦ ହେବ । ଏହାର ଅର୍ଥ ହେଉଛି ଆପଣ ଏହି ସମୟ ମଧ୍ୟରେ ସୁନା କିଣି ପାରିବେ । ଅତିକମରେ ଗୋଟିଏ ଗ୍ରାମ କିଣାଯାଇପାରିବ । ଏହାକୁ କିଣିବା ପାଇଁ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ, BSE, NSE ୱେବସାଇଟ୍ କିମ୍ବା ଡାକଘର ସହିତ ଯୋଗାଯୋଗ କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ପୁଣି ଡରାଇଲାଣି କୋରୋନା, ରାଜଧାନୀରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

ସେଠାରୁ ଏହାକୁ ଡିଜିଟାଲ୍ କ୍ରୟ କରାଯାଇପାରିବ । ଏହା ଏକ ପ୍ରକାର ସୁରକ୍ଷିତ ନିବେଶ କାରଣ ଶୁଦ୍ଧତା ପାଇଁ କୌଣସି ଚିନ୍ତା ରହିବ ନାହିଁ କି ସୁରକ୍ଷା ସମସ୍ୟା ମଧ୍ୟ ରହିବ ନାହିଁ । ଆର୍ଥିକ ବର୍ଷ ୨୦୧୯-୨୦ ରିଜର୍ଭ ବ୍ୟାଙ୍କ ଦଶ କିସ୍ତିରେ ୨,୩୧୬,୩୭ କୋଟି ଟଙ୍କା ଅର୍ଥାତ୍ ୬.୧୩ ଟନ୍ ମୂଲ୍ୟର ସୁନା ବଣ୍ଡ ଜାରି କରିଛି । ଏଥି ସହିତ କୋରୋନା କାଳରେ କ୍ରମାଗତ ୬ ମାସ ପାଇଁ ବଣ୍ଡ ଜାରି କରାଯାଉଛି । ଏହାର ଅର୍ଥ ହେଉଛି ଯଦି ଆପଣ ପୁଞ୍ଜି ବିନେଶରୁ ବଞ୍ଚିତ ହୁଅନ୍ତି ତେବେ ଏଥର ଆପଣଙ୍କୁ କିଛି ମାସ ଅପେକ୍ଷା କରିବାକୁ ପଡିପାରେ । ସରକାରଙ୍କ ଦ୍ୱାରା ଏହି ଯୋଜନା ଆରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ଆମଦାନୀ ଏବଂ ଫିଜିକାଲ ସୁନା ଚାହିଦା ହ୍ରାସ କରିବା ।