'ସୁନାର ଲଙ୍କା' ଶ୍ରୀଲଙ୍କା କାଙ୍ଗାଳ ହେବା ପଛରେ ରହିଛି ଏହି ୪ଟି ବଡ଼ କାରଣ
Advertisement

'ସୁନାର ଲଙ୍କା' ଶ୍ରୀଲଙ୍କା କାଙ୍ଗାଳ ହେବା ପଛରେ ରହିଛି ଏହି ୪ଟି ବଡ଼ କାରଣ

Sri Lanka Economic Crisis : ଦେଶ ଚଳିତ ବର୍ଷ ୭ ବିଲିୟନ ଡଲାରର ଋଣ ପରିଶୋଧ ଉପରେ ରୋକ ଲଗାଇଦେଇଛି, ଯାହାକୁ ଦେବାର ଥିଲା । ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ଖାଲି ହୋଇସାରିଛି । ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ସେ ନା ଖାଦ୍ୟ ସାମଗ୍ରୀ ଆମଦାନୀ କରିବା ସ୍ଥିତିରେ ଅଛି ନା ପେଟ୍ରୋଲ ଡିଜେଲ, ରନ୍ଧନ ଗ୍ୟାସ ଏବଂ ଔଷଧ ।

'ସୁନାର ଲଙ୍କା' ଶ୍ରୀଲଙ୍କା କାଙ୍ଗାଳ ହେବା ପଛରେ ରହିଛି ଏହି ୪ଟି ବଡ଼ କାରଣ

ନୂଆଦିଲ୍ଲୀ: Sri Lanka Economic Crisis : ଶ୍ରୀଲଙ୍କା (Sri Lanka) ରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିରୋଧ ପ୍ରଦର୍ଶନ ଶନିବାର ହିଂସାତ୍ମକ ରୂପ ନେଇଛି । ଦେଶର ନାଗରିକ ଏତେ ଅସନ୍ତୋଷ ଯେ ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ (Sri Lanka President Gotabaya Rajapaksa) ଙ୍କ ବାସଭବନରେ ପ୍ରବେଶ କରିଛନ୍ତି । ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ପାଇଁ ବିକ୍ଷୋଭକାରୀମାନେ ରାଜପକ୍ଷେଙ୍କୁ ଦାୟୀ କରୁଛନ୍ତି । ସୁନାର ଲଙ୍କା କୁହାଯାଉଥିବା ଶ୍ରୀଲଙ୍କା ଦେଶ ଏବେ କାଙ୍ଗାଳ ହୋଇସାରିଛି । ଦେଶ ଚଳିତ ବର୍ଷ ୭ ବିଲିୟନ ଡଲାରର ଋଣ ପରିଶୋଧ ଉପରେ ରୋକ ଲଗାଇଦେଇଛି, ଯାହାକୁ ଦେବାର ଥିଲା । ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ଖାଲି ହୋଇସାରିଛି । ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ସେ ନା ଖାଦ୍ୟ ସାମଗ୍ରୀ ଆମଦାନୀ କରିବା ସ୍ଥିତିରେ ଅଛି ନା ପେଟ୍ରୋଲ ଡିଜେଲ, ରନ୍ଧନ ଗ୍ୟାସ ଏବଂ ଔଷଧ ।

ଆସନ୍ତୁ ଜାଣିବା ଶ୍ରୀଲଙ୍କାରେ ଉପରେ କାହିଁକି ଆସିଲା ସଙ୍କଟ?

୧୯୪୮ ମସିହାରେ ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠାରୁ ବଡ଼ ଆର୍ଥିକ ସଙ୍କଟର ସାମ୍ନା କରୁଛି । ଯେଉଁଥି ପାଇଁ କୋରୋନା ମହାମାରୀ ଅଧିକାଂଶ ଭାବେ ଦାୟୀ । ଶ୍ରୀଲଙ୍କା ଏକ ପର୍ଯ୍ୟଟନ ନିର୍ଭରଶୀଳ ଅର୍ଥନୀତି । କୋରୋନା ମହାମାରୀ ଯୋଗୁଁ ଦେଶରେ ପର୍ଯ୍ୟଟକଙ୍କ ଆଗମନ ଦୁଇ ବର୍ଷ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା, ଯେଉଁ କାରଣରୁ ଅର୍ଥନୀତି ସଙ୍କଟରେ ପଡିଯାଇଥିଲା । କେବଳ ଏତିକି ନୁହେଁ, ଯେତେବେଳେ ଆୟର ଉତ୍ସ କମ୍ ଥିଲା, ଗୋଟାବାୟା ରାଜପକ୍ଷେ ସରକାର ଟ୍ୟାକ୍ସ ହ୍ରାସ କଲେ, ଯାହା ସରକାରଙ୍କ ପାଇଁ ଆୟର ଉତ୍ସ ହ୍ରାସ କରିଥିଲା ।

ମହଙ୍ଗା ଇନ୍ଧନରୁ ବଢ଼ିଛି ସଙ୍କଟ

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଲା, ତ ଏହାକୁ କିଣିବା ପାଇଁ ଦେଶ ପାଖରେ ଟଙ୍କା ନଥିଲା । ଶ୍ରୀଲଙ୍କା ମଧ୍ୟ ଇନ୍ଧନ ଉପରେ ବିପୁଳ ସବସିଡି ପ୍ରଦାନ କରୁଛି । ତେଣୁ ରାସାୟନିକ ସାର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଯାହା କୃଷି କ୍ଷେତ୍ରରେ ଖରାପ ପ୍ରଭାବ ପକାଇଛି । ଖାଦ୍ୟ ସାମଗ୍ରୀ, ଔଷଧ ଏବଂ ରନ୍ଧନ ଗ୍ୟାସର ଅଭାବ ଏହି ସଙ୍କଟକୁ ବଢ଼ାଇ ଦେଇଛି ।

ଏହା ବି ପଢ଼ନ୍ତୁ:-NCP-କଂଗ୍ରେସର ସାଥ୍ ଛାଡ଼ି BJP ସହ ସରକାର ଗଢ଼ିବାକୁ ଚାହୁଁଥିଲେ ଉଦ୍ଧବ ଠାକରେ!

ଏହା ବି ପଢ଼ନ୍ତୁ:-ଶ୍ରୀଲଙ୍କା ପରି ଅବସ୍ଥା ଭାରତରେ ହେବ? ଜାଣନ୍ତୁ ବୈଦେଶିକ ମନ୍ତ୍ରୀଙ୍କ ଜବାବ

ଏହା ବି ପଢ଼ନ୍ତୁ:-ସିନ୍ଦେ ଗୋଷ୍ଠୀକୁ ମିଳିଲା ଆଉ ଏକ ବଡ଼ ସଫଳତା, ଉଦ୍ଧବ ଠାକରେଙ୍କ ହାତରୁ ଶିବସେନା ଯିବା ନିଶ୍ଚିତ!

 

ଉଚ୍ଚ ମୁଦ୍ରାସ୍ଫୀତି

ମହଙ୍ଗା ଇନ୍ଧନ ଯୋଗୁଁ ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଲା । ଯାହା ସେଠାରେ ଥିବା ଦୁର୍ବଳ ଓ ସ୍ୱଳ୍ପ ଆୟ ବର୍ଗ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇଛି । ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁଁ ସେଠାରେ ଥିବା କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରକୁ ୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ମହଙ୍ଗା କରିଦେଇଛି । ଯେଉଁଥିପାଇଁ ଲୋକଙ୍କ ସାମ୍ନାରେ ସଙ୍କଟ ଦେଖାଦେଲା । ଶ୍ରୀଲଙ୍କା ମୁଦ୍ରା ହେଉଛି ଦୁନିଆର ସବୁଠାରୁ ଖରାପ ପ୍ରଦର୍ଶନକାରୀ ମୁଦ୍ରା । ଡଲାର ତୁଳନାରେ ଶ୍ରୀଲଙ୍କା ଟଙ୍କା ୩୬୨ ଟଙ୍କାକୁ ହ୍ରାସ ପାଇଛି । ସେଠାରେ ଥିବା କେନ୍ଦ୍ରୀୟ ବ୍ୟାଙ୍କ ଆକଳନ କରିଛି ଯେ ମୁଦ୍ରାସ୍ଫୀତି ହାର ୭୦ ପ୍ରତିଶତକୁ ଯିବ ।

 ଇନ୍ଧନ, ଔଷଧର ଅଭାବ

ମୁଦ୍ରାସ୍ଫୀତି ଶିଖରରେ ଅଛି । ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇଥିବାରୁ ଶ୍ରୀଲଙ୍କା ନିଜ ନାଗରିକଙ୍କ ପାଇଁ ନା ପେଟ୍ରୋଲ, ଡିଜେଲ ଆମଦାନୀ କରିପାରୁଛି ନା ଔଷଧ ଆମଦାନୀ କରିବାରେ ସକ୍ଷମ ହେଉଛି । ଏପରିକି ଖାଦ୍ୟ ସାମଗ୍ରୀ ଆମଦାନୀ କରିବାର ଅବସ୍ଥାରେ ନାହିଁ, ଯେଉଁଥିପାଇଁ ଦେଶର ସାଧାରଣ ଲୋକମାନେ ବହୁତ ଅସନ୍ତୁଷ୍ଟ ଅଛନ୍ତି ।

ବିଦେଶୀ ଋଣର ଜାଲ

ଶ୍ରୀଲଙ୍କାକୁ ଚଳିତ ବର୍ଷ ୭ ବିଲିୟନ ଡଲାରର ଋଣ ପରିଶୋଧ କରିବାର ଥିଲା । ୨୦୨୬ ସୁଦ୍ଧା ଏହାକୁ ୨୫ ବିଲିୟନ ଡଲାର୍ ଦେବାକୁ ପଡିବ । ଶ୍ରୀଲଙ୍କା ଉପର ପ୍ରାୟ ୫୧ ବିଲିୟନ ଡଲାର ଋଣ ଅଛି । ସେଠାକାର ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ମାତ୍ର ୨୫ ନିୟୁତ ଡଲାର ବୈଦେଶିକ ମୁଦ୍ରା ବାକି ଅଛି । ଜାପାନ ଓ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ପରେ ଚୀନ ଶ୍ରୀଲଙ୍କାକୁ ସର୍ବାଧିକ ଋଣ ଦେଇଛି, ଯାହା ମୋଟ ଋଣର ପ୍ରାୟ ୧୦ ପ୍ରତିଶତ ଅଟେ ।