ଚାଲାକ୍ ପଞ୍ଜାବ ଚାଷୀ, ଦୀପାବଳୀରେ କଲେ ଏମିତି କାଣ୍ଡ
Advertisement
Article Detail0/zeeodisha/odisha1023125

ଚାଲାକ୍ ପଞ୍ଜାବ ଚାଷୀ, ଦୀପାବଳୀରେ କଲେ ଏମିତି କାଣ୍ଡ

ଗତ ଏକ ସପ୍ତାହ ମଧ୍ୟରେ ପଞ୍ଜାବରେ ନଡ଼ା ଜାଳିବା ମାମଲାରେ ବହୁତ ବୃଦ୍ଧି ଘଟିଛି । ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ପଞ୍ଜାବରେ ପ୍ରାୟ ୧୫,୦୦୦ ନଡ଼ା ଜାଳିବା ଘଟଣା ସାମ୍ନାକୁ ଆସିଥିଲା ।

ଚାଲାକ୍ ପଞ୍ଜାବ ଚାଷୀ, ଦୀପାବଳୀରେ କଲେ ଏମିତି କାଣ୍ଡ

ନୂଆଦିଲ୍ଲୀ: Stubble Burning: ନଡ଼ା ଜାଳିବା ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହା କରିବା ଦ୍ୱାରା କ୍ଷେତର ଉର୍ବରତା ନଷ୍ଟ ହୁଏ । ପଞ୍ଜାବର କୃଷକମାନେ ଏହି ମାମଲାରେ ସବୁଠାରୁ ଆଗରେ ଅଛନ୍ତି । ପ୍ରଶ୍ନ ହେଉଛି, ରାଜ୍ୟ ସରକାର ନଡ଼ା ନିଷ୍କାସନ ପାଇଁ ଶସ୍ତା ବିକଳ୍ପ ପୁସା ଡିକମ୍ପୋଜରର ପ୍ରୋତ୍ସାହିତ କରିନାହାଁନ୍ତି କି? ଚଳିତ ବର୍ଷ ସେପ୍ଟେମ୍ବର ୧୫ରୁ  ନଭେମ୍ବର ୬ ମଧ୍ୟରେ ୬ଟି ରାଜ୍ୟରେ ମୋଟ ୪୧,୪୬୩ଟି ସ୍ଥାନରେ ନଡ଼ା ଜଳା ଯାଇଛି, ସେଥିମଧ୍ୟରୁ କେବଳ ପଞ୍ଜାବରେ ୩୨,୮୭୯ଟି ସ୍ଥାନ ରହିଛି । ନଡ଼ା ଜାଳିବା ଘଟଣା ଯୋଗୁଁ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ (Air Pollution) ର ସ୍ତର ବୃଦ୍ଧି ପାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ହରିୟାଣା (Haryana) ଅପେକ୍ଷା ପଞ୍ଜାବ (Punjab) ରେ ଅଧିକ ନଡ଼ା ଜାଳିବା ଘଟଣା ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ହରିୟାଣା ଅପେକ୍ଷା ପଞ୍ଜାବରେ ଏଥର ସାତଗୁଣ ଅଧିକ ନଡ଼ା ଜଳାଯାଇଛି ।

ଏଥିପାଇଁ ସାରା ଦେଶରେ ସମାଲୋଚନା ଆରମ୍ଭ ହେବା ପରେ ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନଡ଼ା ପୋଡିଥିବା ଚାଷୀଙ୍କ ଚାଲାଣ କାଟିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପଟେ କୃଷକ ନେତାମାନେ କହିଛନ୍ତି ଯେ, ନଡ଼ା ଜାଳିବା ଘଟଣାକୁ ବନ୍ଦ କରିବାକୁ ହେଲେ ଚାଷୀଙ୍କୁ ଆର୍ଥିକ ସହାୟତା ଦେବାକୁ ପଡ଼ିବ ।

ଦିଲ୍ଲୀ ବ୍ୟତୀତ ଗତ କିଛି ଦିନ ହେବ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ହରିୟାଣାରେ ବାୟୁ ପ୍ରଦୂଷଣ ଯଥେଷ୍ଟ ବୃଦ୍ଧି ପାଇଛି । ଗତ ବର୍ଷ ତୁଳନାରେ ହରିୟାଣାରେ ମଧ୍ୟ ନଡ଼ା ଜାଳିବାର ଘଟଣା ବୃଦ୍ଧି ପାଇଛି । ଚଳିତ ବର୍ଷ ହରିୟାଣାରେ ନଡ଼ା ଜଳିବା ଘଟଣା ଗତ ବର୍ଷ ତୁଳନାରେ ଦେଢ଼ ଗୁଣ ଅଧିକ । କିନ୍ତୁ ପଞ୍ଜାବ ସମସ୍ତ ରେକର୍ଡ ଭାଙ୍ଗିଛି । ହରିୟାଣା ଅପେକ୍ଷା ପଞ୍ଜାବରେ ୭ ଗୁଣ ଅଧିକ ନଡ଼ା ଜଳା ଯାଇଛି ।

ଗତ ଦୁଇ ମାସ ମଧ୍ୟରେ ହରିୟାଣାରେ ନଡ଼ା ଜାଳିବାର ୪,୩୧୩ ଘଟଣା ସାମ୍ନାକୁ ଆସିଛି । ଗତ ବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ହରିୟାଣାରେ କେବଳ ନଡ଼ା ଜାଳିବାର ୨,୯୮୮ଟି ଘଟଣା ସାମ୍ନାକୁ ଆସିଥିଲା । ଏହି ଦୁଇ ମାସ ମଧ୍ୟରେ ପଞ୍ଜାବରେ ନଡ଼ା ଜାଳିବାର ପ୍ରାୟ ୩୩ ହଜାର ମାମଲା ସାମ୍ନାକୁ ଆସିଛି । ତେବେ ଗତ ବର୍ଷ ତୁଳନାରେ ଘଟଣାଗୁଡ଼ିକ ବହୁତ କମ୍ ଅଟେ । ୨୦୨୦ରେ ପଞ୍ଜାବରେ ପ୍ରାୟ ୫୮ ହଜାର ନଡ଼ା ଜାଳିବା ଘଟଣା ରିପୋର୍ଟ ହୋଇଥିଲା ।

ଗତ ଏକ ସପ୍ତାହରେ ଘଟଣାରେ ବହୁତ ବୃଦ୍ଧି 

ଗତ ଏକ ସପ୍ତାହ ମଧ୍ୟରେ ପଞ୍ଜାବରେ ନଡ଼ା ଜାଳିବା ମାମଲାରେ ବହୁତ ବୃଦ୍ଧି ଘଟିଛି । ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ପଞ୍ଜାବରେ ପ୍ରାୟ ୧୫,୦୦୦ ନଡ଼ା ଜାଳିବା ଘଟଣା ସାମ୍ନାକୁ ଆସିଥିଲା ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ମନେ କରେ ଯେ ପଞ୍ଜାବରେ ପରବର୍ତ୍ତୀ ଫସଲ ପାଇଁ ଜମି ପ୍ରସ୍ତୁତ କରାଯାଉଛି ଓ ଏହି କାରଣରୁ ନଡ଼ା ପୋଡ଼ା ଯିବା ଘଟଣାଗୁଡ଼ିକରେ ବୃଦ୍ଧି ଘଟିଛି । ଆଗାମୀ ୧୦ ଦିନରେ ପଞ୍ଜାବ (Punjab) ରେ ନଡ଼ା ଜାଳିବା ଘଟଣା ବହୁତ କମ୍ ହୋଇପାରେ ।

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୨୬୬

ଏହା ବି ପଢ଼ନ୍ତୁ:-ଦଳରେ ଏହି ୩ ଖେଳାଳିଙ୍କୁ ସ୍ଥାନ ଦେଇ ଫସିଲେ କୋହଲି! ଭାଙ୍ଗି ଚୂରମାର୍ ହେଲା କ୍ୟାପଟେନଙ୍କ ସ୍ୱପ୍ନ

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏହା ବି ପଢ଼ନ୍ତୁ:-ପିଏମ ମୋଦି ଓ ସିଏମ ଯୋଗୀଙ୍କୁ ମିଳିଲା ବୋମାରେ ଉଡ଼ାଇବାର ଧମକ, ତଦନ୍ତ କରୁଛି UP ପୋଲିସ

ଏହା ବି ପଢ଼ନ୍ତୁ:-ପଶୁଙ୍କ ମୃତ୍ୟୁରେ ଲୁହ ଝରାନ୍ତି ନେତା, ୬୦୦ କୃଷକଙ୍କ ମୃତ୍ୟୁ ଉପରେ କାହିଁକି ଅଛନ୍ତି ଚୁପ୍?: ମେଘାଳୟ ରାଜ୍ୟପାଳ