କେନ୍ଦ୍ର ସରକାର (Central Government) ଙ୍କ ଆଫିଡେଭିଟ୍ ଉପରେ ସନ୍ତୋଷ ବ୍ୟକ୍ତ କରି କୋର୍ଟ କହିଛନ୍ତି ଯେ ପ୍ରତିକୂଳ ପରିସ୍ଥିତିରେ ଭାରତ କରିଥିବା କାର୍ଯ୍ୟକୁ ଅନ୍ୟ କୌଣସି ଦେଶ କରିପାରି ନାହିଁ ।
Trending Photos
ନୂଆଦିଲ୍ଲୀ: COVID-19 Death Compensation: କୋରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ୫୦,୦୦୦ ଟଙ୍କା କ୍ଷତିପୂରଣ ଦେବା ପ୍ରସ୍ତାବକୁ ସୁପ୍ରିମକୋର୍ଟ (Supreme Court) ଅନୁମୋଦନ କରିଛନ୍ତି । ଏଥିରେ ସେମାନଙ୍କର ସମ୍ପର୍କୀୟ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି, ଯେଉଁମାନେ ଏହି ମହାମାରୀ (Coronavirus Epidemic) ରେ ପୀଡିତ ଓ ପଜିଟିଭ ହେବାର ଏକ ମାସ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି ।
ଆମେ ଆପଣଙ୍କୁ କହି ରଖୁଛୁ ଯେ, ସେପ୍ଟେମ୍ବର ୨୩ରେ ଅନୁଷ୍ଠିତ ଅନ୍ତିମ ଶୁଣାଣି ପରେ ସୁପ୍ରିମକୋର୍ଟ (Supreme Court) ର ଜଷ୍ଟିସ୍ ଏମ୍.ଆର୍ ଶାହା ଓ ଏସ୍ ବୋପାନ୍ନାଙ୍କ ଏକ ଖଣ୍ଡପୀଠ ଏହି ପ୍ରସଙ୍ଗରେ ନିଜର ରାୟକୁ ସଂରକ୍ଷିତ ରଖିଥିଲେ । କେନ୍ଦ୍ରର ଏହି ଆଫିଡେଭିଟ୍ରେ ପ୍ରତ୍ୟେକ ମୃତ୍ୟୁ ପାଇଁ ୫୦,୦୦୦ ଟଙ୍କା କ୍ଷତିପୂରଣ (COVID-19 Death Compensation) ସ୍ଥିର କରିବାକୁ କୋର୍ଟଙ୍କୁ ସୂଚନା ଦିଆଯାଇଥିଲେ ।
କେନ୍ଦ୍ର ସରକାର (Central Government) ଙ୍କ ଆଫିଡେଭିଟ୍ ଉପରେ ସନ୍ତୋଷ ବ୍ୟକ୍ତ କରି କୋର୍ଟ କହିଛନ୍ତି ଯେ ପ୍ରତିକୂଳ ପରିସ୍ଥିତିରେ ଭାରତ କରିଥିବା କାର୍ଯ୍ୟକୁ ଅନ୍ୟ କୌଣସି ଦେଶ କରିପାରି ନାହିଁ ।
ରିଲିଫ କାର୍ଯ୍ୟରେ ଜଡିତ ଲୋକଙ୍କୁ ଅନୁଗ୍ରହ ରାଶି ମଧ୍ୟ ଦିଆଯିବ ବୋଲି କେନ୍ଦ୍ର କୋର୍ଟଙ୍କୁ କହିଛନ୍ତି । ସରକାର କହିଛନ୍ତି ଯେ ଯଦି ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ କୋରୋନା, ତେବେ ମୃତକଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ସହାୟତା ଦିଆଯିବ । କେନ୍ଦ୍ର ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ କୋରୋନା ପୀଡିତଙ୍କ ପରିବାରକୁ କ୍ଷତିପୂରଣ ରାଶି ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ ଭାବରେ କହିଛନ୍ତି ।
ସୂଚନାଯୋଗ୍ୟ, କ୍ଷତିପୂରଣ ରାଶି ସମ୍ପର୍କରେ ସୁପ୍ରିମକୋର୍ଟରେ ଅନେକ ଆବେଦନ କରାଯାଇଥିଲା । ବିଭିନ୍ନ ଯାଚିକା ଉପରେ ଶୁଣାଣି କରୁଥିବା ସୁପ୍ରିମକୋର୍ଟ ଆଗରେ କେନ୍ଦ୍ର ସରକାର ପୂର୍ବରୁ କହିଦେଇଥିଲେ ଯେ ସେ କୋରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବା ପ୍ରତି ମୃତ୍ୟୁ ଉପରେ ପରିବାରକୁ ୪-୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇପାରିବ ନାହିଁ । ତେବେ କୋର୍ଟ ମଧ୍ୟ ସରକାରଙ୍କ ଏହି ପ୍ରସଙ୍ଗରେ ସହମତି ପ୍ରକାଶ କରି ଏକ ମଧ୍ୟମ ରାସ୍ତା ଖୋଜିବାକୁ କହିଥିଲେ ।
ଅଧିକ ପଢ଼ନ୍ତୁ:-ଦୀପାବଳୀ ପୂର୍ବରୁ ଏହି କର୍ମଚାରୀମାନଙ୍କୁ ମିଳିଲା ବଡ଼ ଉପହାର! ବଢ଼ିଲା ମହଙ୍ଗା ଭତ୍ତା
ଅଧିକ ପଢ଼ନ୍ତୁ:-ଭଲ ଖବର! ଶସ୍ତା ହେଲା ସୋରିଷ ସମେତ ଏସବୁ ତେଲ
ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖବର! ମୋଦି ସରକାର ବଦଳାଇଲେ ନୋମିନୀ ସହ ଜଡ଼ିତ ନିୟମ
ଅଧିକ ପଢ଼ନ୍ତୁ:-NCB ର ଡ୍ରଗ୍ସ ଜବତ ମାମଲାରେ କ୍ରୁଜ୍ କମ୍ପାନୀ ଜାରି କଲା ବୟାନ, ଜାଣନ୍ତୁ କ'ଣ କହିଲା