ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, କର୍ମଚାରୀଙ୍କୁ ବେତନ-ପେନସନ ଦେବାରେ ବିଳମ୍ବ ହେଲେ ସରକାରଙ୍କୁ ଦେବାକୁ ପଡ଼ିବ ସୁଧ
Advertisement
Article Detail0/zeeodisha/odisha856333

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, କର୍ମଚାରୀଙ୍କୁ ବେତନ-ପେନସନ ଦେବାରେ ବିଳମ୍ବ ହେଲେ ସରକାରଙ୍କୁ ଦେବାକୁ ପଡ଼ିବ ସୁଧ

ଏହି ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ (Andhra Pradesh High Court) ଦେଇଥିବା ରାୟକୁ ସୁପ୍ରିମକୋର୍ଟର ଜଷ୍ଟିସ୍ ଡିବାଇ ଚନ୍ଦ୍ରଚୁଡ଼ ଓ ଏମଆର ଶାହଙ୍କ ଖଣ୍ଡପୀଠ ବଳବତ୍ତ ରଖିଛନ୍ତି ।

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, କର୍ମଚାରୀଙ୍କୁ ବେତନ-ପେନସନ ଦେବାରେ ବିଳମ୍ବ ହେଲେ ସରକାରଙ୍କୁ ଦେବାକୁ ପଡ଼ିବ ସୁଧ

ନୂଆଦିଲ୍ଲୀ: ଦରମା (Salary) ଓ ପେନସନ୍ (Pension) ସମ୍ବନ୍ଧରେ ସୁପ୍ରିମକୋର୍ଟ (Supreme Court) ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି, ଯାହାର ସୁଦୂରପ୍ରସାରୀ ପରିଣାମ ହୋଇପାରେ । ସୁପ୍ରିମକୋର୍ଟ କହିଛନ୍ତି ଯେ ଦରମା ଓ ପେନସନ ପାଇବା ଜଣେ କର୍ମଚାରୀ (Employee) ଙ୍କ ଆଇନଗତ ଅଧିକାର । ଯଦି ସେମାନଙ୍କ ଦେୟରେ ବିଳମ୍ବ ହେଉଛି, ତେବେ ସରକାର ଏଥିପାଇଁ ଉଚିତ ସୁଧ ଦେବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍...

ଏହି ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ (Andhra Pradesh High Court) ଦେଇଥିବା ରାୟକୁ ସୁପ୍ରିମକୋର୍ଟର ଜଷ୍ଟିସ୍ ଡିବାଇ ଚନ୍ଦ୍ରଚୁଡ଼ ଓ ଏମଆର ଶାହଙ୍କ ଖଣ୍ଡପୀଠ ବଳବତ୍ତ ରଖିଛନ୍ତି । ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କ ଯାଚିକା ଉପରେ ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମାର୍ଚ୍ଚ-ଏପ୍ରିଲ ୨୦୨୦ ର ଦରମା ପ୍ରଦାନରେ ବିଳମ୍ବ ପାଇଁ ବାର୍ଷିକ ୧୨ ପ୍ରତିଶତ ହାରରେ ସୁଧ ଦେବାକୁ କହିଥିଲେ । ମାର୍ଚ୍ଚ ୨୦୨୦ର ପେନସନ୍ ଦେବାରେ ବିଳମ୍ବ ପାଇଁ ସମାନ ହାରରେ ସୁଧ ଦେବାକୁ ମଧ୍ୟ ହାଇକୋର୍ଟ କହିଥିଲେ ।

ଅଧିକ ପଢ଼ନ୍ତୁ:-ମହଙ୍ଗା ମାଡ଼ ମଧ୍ୟରେ ଏହି LPG ସିଲିଣ୍ଡର ହେଲା ଶସ୍ତା, ଜାଣନ୍ତୁ କେତେ ହ୍ରାସ ପାଇଛି ମୂଲ୍ୟ

ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିବା ଆନ୍ଧ୍ରପ୍ରଦେଶ ସରକାର (Andhra Pradesh Govt) କହିଛନ୍ତି ଯେ ବକେୟା ଦରମା ଓ ପେନସନ ଦୁଇଟି କିସ୍ତିରେ ପ୍ରଦାନ କରାଯାଇଛି । କିନ୍ତୁ ଏହା ସହିତ ୧୨ ପ୍ରତିଶତ ସୁଧ ଯୋଡିବାର ଆଦେଶ ଠିକ ନୁହେଁ, ଏହାକୁ ହଟାଇବା ଉଚିତ୍ । ରାଜ୍ୟ ସରକାର ଏହା ମଧ୍ୟ କହିଛନ୍ତି ଯେ ଦରମା ଓ ପେନସନ୍ ଦେବାରେ ବିଳମ୍ବ ହେବା ପଛରେ ତାହାର କୌଣସି ଭୁଲ ଉଦ୍ଦେଶ୍ୟ ନଥିଲା । କୋରୋନା ସମୟରେ ଆର୍ଥିକ ସମସ୍ୟା ହେତୁ ସେମାନଙ୍କୁ ପାରିଶ୍ରମିକ ଠିକ୍ ସମୟରେ ଦିଆଯିବା ସମ୍ଭବ ହୋଇପାରି ନଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କୁ ଦଣ୍ଡ ଦିଆଯାଇପାରିବ ନାହିଁ।

ଅଧିକ ପଢ଼ନ୍ତୁ:-ମାତ୍ର ୧୦୦ ଟଙ୍କାର ଲଟେରୀ ଟିକେଟରେ ରାତାରାତି କୋଟିପତି ହେଲେ ଜଣେ ଗୃହିଣୀ

ସୁପ୍ରିମକୋର୍ଟ ଏହି ଯୁକ୍ତିରେ ଅସହମତ ବ୍ୟକ୍ତ କରି କହିଛନ୍ତି ଯେ କର୍ମଚାରୀଙ୍କୁ ସେମାନଙ୍କ ସେବା ବଦଳରେ ଦରମା ଓ ପେନସନ ଦିଆଯାଇଥାଏ । ଏହା ପାଇବା ସେମାନଙ୍କର ଅଧିକାର । ଯଦି ଏହି ଅଧିକାର ଉଲ୍ଲଂଘନ ହୁଏ, ତେବେ ବିଳମ୍ବରେ ଦେୟ ଉପରେ ସୁଧ ଲଗାଇ ଅନୁଚିତ ବୋଲି କୁହାଯାଇପାରିବ ନାହିଁ । ତେବେ ୧୨ ପ୍ରତିଶତ ସୁଧକୁ ଅଧିକ ବୋଲି ବିଚାର କରି ସୁପ୍ରିମକୋର୍ଟ ଏହାକୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ରାଜ୍ୟ ସରକାର ୬ ପ୍ରତିଶତ ହାରରେ ସୁଧ ଦେବା ଉଚିତ । ଏହି ଦେୟ ବର୍ତ୍ତମାନଠାରୁ ୧ ମାସ ମଧ୍ୟରେ ପ୍ରଦାନ କରାଯିବା ଆବଶ୍ୟକ ।