Taandavକୁ ନେଇ ରାଜନୀତିରେ ଚାଲିଛି ତାଣ୍ଡବ
Advertisement
Article Detail0/zeeodisha/odisha830373

Taandavକୁ ନେଇ ରାଜନୀତିରେ ଚାଲିଛି ତାଣ୍ଡବ

ଓଟିଟି ପ୍ଲାଟଫର୍ମ ଉପଲବ୍ଧ ତାଣ୍ଡବ ୱେବ ସିରିଜକୁ ନେଇ ଆସିଥିବା ଅଭିଯୋଗ ପରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଆମାଜନ ପ୍ରାଇମ ଭିଡିଓକୁ ଜବାବ ତଲବ କରିଛି। 

Taandavକୁ ନେଇ ରାଜନୀତିରେ ଚାଲିଛି ତାଣ୍ଡବ

ନୂଆଦିଲ୍ଲୀ: ତାଣ୍ଡବ ୱେବ ସିରିଜକୁ ନେଇ ରାଜନୀତିରେ ଆରମ୍ଭ ହୋଇଯାଇଛି ତାଣ୍ଡବ। ବିଜେପି ସମେତ ବିଏସପି ଆଦି ରାଜନୈତିକ ଦଳ ଏ ପ୍ରସଙ୍ଗରେ ସେମାନଙ୍କ ମତାମତ ରଖିଛନ୍ତି। ଏହି ୱେବ ସିରିଜକୁ ନେଇ  ଅଭିଯୋଗ ଦାଏର ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଣ୍ଟା ଭିଡିଲେଣୀ କେନ୍ଦ୍ର ସରକାର।

ଓଟିଟି ପ୍ଲାଟଫର୍ମ (OTT Platform) ଉପଲବ୍ଧ ତାଣ୍ଡବ ୱେବ ସିରିଜକୁ (Taandav Web Series) ନେଇ ଆସିଥିବା ଅଭିଯୋଗ ପରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟ (Ministry of Information & Technology) ଆମାଜନ ପ୍ରାଇମ ଭିଡିଓକୁ (Amazon Prime Video) ଜବାବ ତଲବ କରି କହିଛି ଏପରି ଧରଣର ୱେବ ସିରିଜ କ'ଣ ନିୟମାବଳୀ ରହିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ କ'ଣ ବ୍ୟବସ୍ଥା ହୋଇଛି।   

ଗତବର୍ଷ ଓଟିଟି ପ୍ଲାଟଫର୍ମ ପ୍ରମୁଖଙ୍କ ସହ କେନ୍ଦ୍ର ପ୍ରସାରଣ ମନ୍ତ୍ରୀ ଏକ ବୈଠକ କରିଥିଲେ। ଯେଉଁଥିରେ ୱେବ ସିରିଜ ମାଧ୍ୟମରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଉପରେ ନିୟମାବଳୀ ବନାଇବାକୁ ବ୍ୟବସ୍ଥା କରାଯାଇ ଥିଲା। ହେଲେ ତାଣ୍ଡବ ୱେବ ସିରିଜ ମାଧ୍ୟମରେ ହିନ୍ଦୁ ଦେବାଦେବୀଙ୍କ ମଜାକ ଉଡାଯାଇଥିଲା। ଏହାକୁ ନେଇ ଅଭିଯୋଗ ଆସିବା ପରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଜାନୁଆରୀ ୧୮ ତାରିଖ ସୋମବାର ସୁଦ୍ଧା  ଜବାବ ରଖିବାକୁ ଏହି ୱେବ ସିରିଜ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛି।

fallback
 
ତାଣ୍ଡବ ବିରୁଦ୍ଧରେ ମହାରାଷ୍ଟ୍ର ବିଜେପି ବିଧାୟକ ରାମ କାଦାମ ରାଜ୍ୟର ଘାଟକୋପର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ମହାରାଷ୍ଟ୍ର ପୋଲିସ ତାଣ୍ଡବ ୱେବ ସିରିଜ ବିରୁଦ୍ଧରେ ମାମଲା ଦାଏର କରିଥିଲା। କେବଳ ବିଧାୟକ ନୁହେଁ ମୁମ୍ବାଇ ଉତ୍ତର ପୂର୍ବ ସାଂସଦ ମନୋଜ କୋଟାକ ଏନେଇ କେନ୍ଦ୍ର କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀଙ୍କୁ ପତ୍ର ଲେଖି ଏନେଇ ଅଭିଯୋଗ କରିଥିଲେ। ଏହି ୱେବ ସିରିଜକୁ ନେଇ ବିବାଦ ସୃଷ୍ଟି ହେବା ପରେ #BoycuttAmazon ଟ୍ୱିଟରରେ ଟ୍ରେଣ୍ଡ କରିଥିଲା। 

Also Read: 'ପି ସେ ପ୍ଲେଜର', ଭିନ୍ନ ଏକ ପ୍ରେମ କାହାଣୀ
  
ଏହି ଅଭିଯୋଗରେ ଦର୍ଶାଯାଇଛି ୱେବ ସିରିଜ କାର୍ଯ୍ୟକ୍ରମରେ ହିନ୍ଦୁ ଦେବାଦେବୀଙ୍କୁ ଭଲ ଅର୍ଥରେ ଦେଖାଯାଉନାହିଁ। ସେମାନଙ୍କ ମଜାକ ଉଡାଯାଉଛି। ଏହି ୱେବ ସିରିଜରୁ ଯେଉଁ ଅଂଶରେ ଭଗବାନ ଶିବଙ୍କ ମଜାକ ଉଡାଯାଇଛି ତାହାକୁ ହଟାଇବାକୁ ଦାବି ହୋଇଛି। ଏହି କାର୍ଯ୍ୟକ୍ରମର ପ୍ରସାରଣ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଯାଉ। ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା କାରଣରୁ ଏହି ୱେବ ସିରିର ଅଭିନେତା, ନିର୍ମାତ, ନିର୍ଦ୍ଦେଶକ କ୍ଷମା ମାଗନ୍ତୁ।  

fallback

କେବଳ ମୁମ୍ବାଇରେ ନୁହେଁ ଲକ୍ଷ୍ନୌରେ ମଧ୍ୟ ତାଣ୍ଡବ ୱେବ ସିରିଜ ବିରୁଦ୍ଧରେ ଅଭିଯୋଗ କରାଯାଇଛି। ଉତ୍ତର ପ୍ରଦେଶ ରାଜଧାନୀରେ ସୈଫ ଅଲ୍ଲୀ ଖାନ, ଡିମ୍ପଲ କପାଡିଆ, ଅଲ୍ଲୀ ଜିଶାନଙ୍କ ବିରୁଦ୍ଧରେ ମାମଲା ଦାଏର ହୋଇଛି। ଆମାଜନ ପ୍ରାଇମ ଭାରତ ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କ ସମେତ ତାଣ୍ଡବ ୱେବ ସିରିଜ ନିର୍ଦ୍ଦେଶକ ଅଲ୍ଲୀ ଆବ୍ବାସ, ପ୍ରଯୋଜକ ହିଂମାଶୁ କୃଷ୍ଣ ମେହେର, ଲେଖକ ଗୌରବ ସୋଲାଙ୍କି ବିରୁଦ୍ଧରେ ରାଜ୍ୟର ହଜରତଗଞ୍ଜ ଥାନାରେ ମାମଲା ଦାଏର ହୋଇଛି।   

Also Read: 'ଆଶ୍ରମ-୨'ର ଟିଜର ଆସିବା ପରେ ବିବାଦରେ ନିର୍ଦ୍ଦେଶକ ପ୍ରକାଶ ଝା 

fallback

ଗତ ଶୁକ୍ରବାର ତାଣ୍ଡବ ୱେବ ସିରିଜ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଥିଲା। ଏହି ୱେବ ସିରିଜରେ ସୈଫ ଅଲ୍ଲୀ ଖାନଙ୍କ ବ୍ୟତୀତ କୁମୁଦ ମିଶ୍ର, ଡିମ୍ପଲ କପାଡିଆ, ହିଂମାଶୁ ଧୂଲିଆ, ସୁନୀଲ ଗ୍ରୋବର, ଡୀନୋ ମରିଆ, କୃତି କମରା ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।      

fallback

ତାଣ୍ଡବ ୱେବ ସିରିଜକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କହିଛନ୍ତି ଯଦି କାର୍ଯ୍ୟକ୍ରମରେ ଧାର୍ମିକ ଭାବନାକୁ ଆହତ କରିବା ଭଳି କିଛି ଦୃଶ୍ୟ ରହିଛି ତାହାକୁ ହଟାଇ ଦିଆଯିବା ଆବଶ୍ୟକ। ଯାହା ଫଳରେ ଶାନ୍ତି, ସୌହାର୍ଦ୍ଦ୍ୟ, ପାରସ୍ପରିକ ଭାଇଚାରା ବଜାୟ ରହିବ।        

fallback
ଏହି ୱେବ ସିରିଜରେ ଅଭିନେତା ମହମ୍ମଦ ଜିସାନ ଶିବ ଭୂମିକାରେ ଅଭିନୟ କରିଛନ୍ତି। ଏହି ସିରିଜିରେ ସେ ୟୁନିଭରସିଟି ଛାତ୍ରଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଆପଣଙ୍କୁ କାହା ଠାରୁ ମୁକ୍ତି ଦରକାର। ସେ ଅଭିନୟର କରିଥିବା ମଞ୍ଚର ସଞ୍ଚାଳକ କହୁଛନ୍ତି ନାରାୟଣ ନାରାୟଣ ପ୍ରଭୁ କିଛି କରନ୍ତୁ। ରାମଜୀଙ୍କ ଅନୁଗାମୀ ଲଗାତାର ଭାବେ ସୋସିଆଲ ମିଡିଆରେ ବଢି ଚାଲିଛନ୍ତି। 

ଏହି ୱେବ ସିରିଜରେ ରହିଥିବା ଅନ୍ୟ ଏକ ବିବାଦୀୟ ଦୃଶ୍ୟ ହେଉଛି ଜଣେ କଲେଜ ଛାତ୍ର ଜଣେ ଯୁବତୀକୁ କହୁଛି ଯେତେବେଳେ ଗୋଟିଏ ନିମ୍ନ ଜାତିର ପୁରୁଷ ଉଚ୍ଚ ଜାତିର ମହିଳାଙ୍କୁ ଡେଟ କରିଥାଏ ନାଁ ତାଙ୍କଟୁ ବଦଲା ନେଇଥାଏ।