ବ୍ୟାନ ହେବ ମିର୍ଜାପୁର ୨ !
Advertisement

ବ୍ୟାନ ହେବ ମିର୍ଜାପୁର ୨ !

ନିକଟରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ଓ୍ୱେବ ସିରିଜ ମିର୍ଜାପୁର-୨କୁ ନେଇ ବିବାଦ ମୁଣ୍ଡ ଟେକିଛି। 

ବ୍ୟାନ ହେବ ମିର୍ଜାପୁର ୨ !

ନୂଆଦିଲ୍ଲୀ: ନିକଟରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ଓ୍ୱେବ ସିରିଜ ମିର୍ଜାପୁର-୨କୁ ନେଇ ବିବାଦ ମୁଣ୍ଡ ଟେକିଛି। ସିନେମାରେ କିଛି ବିବାଦୀୟ ଦୃଶ୍ୟ ରହିଥିବା କାରଣରୁ ଏହାକୁ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି ମିର୍ଜାପୁର ଲୋକସଭା ସାଂସଦ ଅନୁପ୍ରିୟା ପଟେଲ। 

ଅନୁପ୍ରିୟା କହିଛନ୍ତି କି, ଏହି ଓ୍ୱେବ ସିରିଜଟି ଦେଶରେ ଅରଜକତା ସୃଷ୍ଟି କରିବା ଭଳି ଅନେକ ଦୃଶ୍ୟ ରହିଛି। ଏପରିକି ଦେଶରେ ଘୃଣ୍ୟ ଭାବର ବାର୍ତ୍ତା ବାଣ୍ଟୁଥିବା ମଧ୍ୟ ଅନୁପ୍ରିୟା ତାଙ୍କ ଚିଠିରେ ଲେଖିଛନ୍ତି। ଏହି ଓ୍ୱେବ ସିରିଜଟି ଦେଶରେ ହିଂସାର ପ୍ରତିଛବି ସୃଷ୍ଟି କରୁଛି ବୋଲି ସାଂସଦ ତାଙ୍କ ଚିଠିରେ ଦାବି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଅନୁପ୍ରିୟା କହିଛନ୍ତି କି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମିର୍ଜାପୁର ସୌହାର୍ଦ୍ଦ୍ୟର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ଛବିକୁ ଖରାପ କରୁଥିବା ଲୋକମାନଙ୍କ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। 

ଏଠାରେ କହି ରଖୁଛୁ ଯେ, ମିର୍ଜାପୁର ୨ ହେଉଛି ପରିବାର, ରାଜନୀତି ଓ ନିର୍ବାଚନ ମଧ୍ୟରେ ଏକ ସଂଘର୍ଷ ତଥା ହିଂସାତ୍ମକ କାହାଣୀ। ଶ୍ୱେତା ତ୍ରିପାଠୀ ଶର୍ମା, ପଙ୍କଜ ତ୍ରିପାଠୀ, ଅଲ୍ଲୀ ଅଫଜଲ ଓ ଦିବ୍ୟେନ୍ଦୁ ଶର୍ମା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଓ୍ୱେବ ସିରିଜ ଟି ରିଲିଜ ହେବା ପରଠାରୁ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାରେ ରହିଛି ମିର୍ଜାପୁର୨। ଭାରତ ମଧ୍ୟରେ ଏହାକୁ ବେଶ ଲୋକପ୍ରିୟତା ମଧ୍ୟ ମିଳୁଥିବା ଦେଖିବାକୁ ମିଳିଛି।