ବିଜୟ ଶେଖର ଶର୍ମାଙ୍କ ମାଲିକାନାରେ ଥିବା ପେଟିଏମ୍ (Paytm) ବର୍ତ୍ତମାନ ଏହାର ଉପଭୋକ୍ତାମାନଙ୍କୁ ୫ ମିନିଟରୁ କମ୍ ସମୟ ମଧ୍ୟରେ ବା ଏହା କହିପାରିବା ଯେ ଠିକ୍ ୨ ମିନିଟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତୁରନ୍ତ ଋଣ ହାସଲ କରିବାର ସୁଯୋଗ ଦେଉଛି ।
Trending Photos
ନୂଆଦିଲ୍ଲୀ: ଆପଣ ଏପରି କୌଣସି ୱାଲେଟ୍ ବିଷୟରେ ଜାଣିଛନ୍ତି କି ଶୁଣିଛନ୍ତି ଯାହା ହଜାର ୫ ଶହ ନୁହେଁ ବରଂ ୧ ଲକ୍ଷ-୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା କରିଦେବ । ଏଠାରେ ଆମେ ପକେଟରେ ରଖାଯାଇଥିବା ୱାଲେଟ୍ ନୁହେଁ, ବରଂ ସ୍ମାର୍ଟ ଫୋନ୍ ଭିତରେ ଥିବା ଇ-ୱାଲେଟ୍ କଥା କହୁଛୁ । ଯାହାର ଲାଭ ଯେକୌଣସି ଜେନ୍ୟୁନ ୟୁଜର ଏହାର ଲାଭ ଉଠାଇ ପାରିବେ । ବାସ୍ତବରେ, ପେଟିଏମ୍ ୱାଲେଟ୍ (Paytm Wallet) ୟୁଜର୍ସଙ୍କ ପାଇଁ ଏକ ଖୁସି ଖବର ଆସିଛି । ବିଜୟ ଶେଖର ଶର୍ମାଙ୍କ ମାଲିକାନାରେ ଥିବା ପେଟିଏମ୍ (Paytm) ବର୍ତ୍ତମାନ ଏହାର ଉପଭୋକ୍ତାମାନଙ୍କୁ ୫ ମିନିଟରୁ କମ୍ ସମୟ ମଧ୍ୟରେ ବା ଏହା କହିପାରିବା ଯେ ଠିକ୍ ୨ ମିନିଟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତୁରନ୍ତ ଋଣ ହାସଲ କରିବାର ସୁଯୋଗ ଦେଉଛି ।
ଅଧିକ ପଢ଼ନ୍ତୁ:-LIC ପଲିସି ଧାରକଙ୍କ ପାଇଁ ଖୁସି ଖବର!
ସମ୍ପୂର୍ଣ୍ଣ ଅନଲାଇନ୍ ପ୍ରକ୍ରିୟା
ଋଣ ସଂପୂର୍ଣ୍ଣ ଡିଜିଟାଲ୍ ଉପାୟରେ ଉପଲବ୍ଧ ହେବ । କାରଣ ଋଣ ଅପ୍ଲାଇ ଠାରୁ ଆରମ୍ଭ କରି ଟଙ୍କା ଆପଣଙ୍କ ଆକାଉଣ୍ଟରେ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଅନଲାଇନ୍ ହେବ । ବ୍ୟାଙ୍କକୁ ଯାଇ ଏହି ଯୋଜନା ଅଧୀନରେ ଡକ୍ୟୁମେଣ୍ଟ ଦାଖଲ କରିବାର ମଧ୍ୟ ଆବଶ୍ୟକତା ନାହିଁ । ନିକଟ ଅତୀତରେ କମ୍ପାନୀ ଯେଉଁ ତୁରନ୍ତ ବ୍ୟକ୍ତିଗତ ଋଣ ସେବା ଆରମ୍ଭ କରିଛି, ଏହାର ଲାଭ ସ୍ୱଳ୍ପ ବେତନ ପ୍ରାପ୍ତ କର୍ମଚାରୀ, କ୍ଷୁଦ୍ର ବ୍ୟବସାୟୀ ଏବଂ ପ୍ରୋଫେଶନାଲ୍ସଙ୍କୁ ମିଳିବ ।
ଅଧିକ ପଢ଼ନ୍ତୁ:-ରାହୁଲ ଗାନ୍ଧୀ ହେଲେ କୋରୋନା ସଂକ୍ରମିତ, ଟ୍ୱିଟ୍ କରି ଦେଲେ ସୂଚନା
ଘରେ ବସି ଏପରି ମିଳିବ ଋଣ
ଏହି ସ୍କିମ୍ ଅନୁଯାୟୀ, ପେଟିଏମ୍ ଉପଭୋକ୍ତାମାନେ ଘରେ ବସି ମୋବାଇଲରୁ ଋଣ ପାଇଁ ଆବେଦନ କରିପାରିବେ । ପ୍ରକ୍ରିୟା ସମାପ୍ତ ହେବାର କିଛି ମିନିଟ୍ ମଧ୍ୟରେ ଆପଣ ଆପଣଙ୍କର ଆକାଉଣ୍ଟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସିଯିବ । ଏକ ତୁରନ୍ତ ବ୍ୟକ୍ତିଗତ ଋଣ ପାଇବା ପାଇଁ ଗ୍ରାହକମାନଙ୍କୁ Paytm ଆପକୁ ଯାଇ ଆର୍ଥିକ ସେବା ବିକଳ୍ପରେ ଥିବା 'ବ୍ୟକ୍ତିଗତ ଋଣ' ଟ୍ୟାବ୍ ଉପରେ କ୍ଲିକ୍ କରି ଆବେଦନ କରିବାକୁ ପଡିବ । ଏହା ପରେ ଆପଣଙ୍କ ଠାରୁ ମଗାଯାଇଥିବା ସୂଚନା ଦେବାକୁ ପଡିବ, ଯାହା ପରେ ଆପଣଙ୍କର ଯୋଗ୍ୟତା ଦେଖାଯିବ ଏବଂ ଏହା ପରେ ଆପଣଙ୍କ ଖାତାରେ ଟଙ୍କା ଟ୍ରାନ୍ସଫର କରିଦିଆଯିବ ।
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ଲାଗିଲା ଲକଡାଉନ୍
୩ ବର୍ଷରେ ପରିଶୋଧ କରିବାକୁ ହେବ ଋଣ
ପେଟିଏମ୍ ଏପର୍ଯ୍ୟନ୍ତ ଶହ ଶହ ଗ୍ରାହକଙ୍କୁ ବ୍ୟକ୍ତିଗତ ଋଣ ଦେଇଛି । ଏହି ଯୋଜନାର ଲକ୍ଷ୍ୟ ବିଷୟରେ କହିବାକୁ ଗଲେ କମ୍ପାନୀ ବର୍ଷ ଶେଷ ସୁଦ୍ଧା ପ୍ରାୟ ୧ ଲକ୍ଷ ଲୋକଙ୍କୁ ବ୍ୟକ୍ତିଗତ ଋଣ ପ୍ରଦାନ କରିବ । ପେଟିଏମ୍ ମଧ୍ୟ ଏହି ସ୍କିମ୍ ମାଧ୍ୟମରେ ଏହାର ଉପଭୋକ୍ତା ଆଧାର ବୃଦ୍ଧି କରିବାକୁ ଚାହୁଁଛି । ଏହା ଅଧୀନରେ ଯେଉଁମାନେ ବ୍ୟକ୍ତିଗତ ଋଣ ନେଉଛନ୍ତି ସେମାନଙ୍କୁ ୧୮ରୁ ୩୬ ମାସ ମଧ୍ୟରେ ଋଣ ପରିମାଣ ପରିଶୋଧ କରିବାକୁ ପଡିବ ।