ଏହି କାରଣରୁ ଆଫଗାନିସ୍ତାନରୁ ସୈନ୍ୟ ଫେରାଇ ନେଲେ ବାଇଡେନ!
Advertisement
Article Detail0/zeeodisha/odisha977042

ଏହି କାରଣରୁ ଆଫଗାନିସ୍ତାନରୁ ସୈନ୍ୟ ଫେରାଇ ନେଲେ ବାଇଡେନ!

ସମ୍ୱୋଧନ ସମୟରେ ଜୋ ବାଇଡେନ (Joe Biden) ନିଜ ପୁଅ ବ୍ୟୁ ବାଇଡେନ (Beau Biden) ଙ୍କୁ ମନେ ପକାଇଥିଲେ, ଯିଏକି ଇରାକରେ ପୁରା ଏକ ବର୍ଷ ସେବାରତ ଥିଲେ । 

ଏହି କାରଣରୁ ଆଫଗାନିସ୍ତାନରୁ ସୈନ୍ୟ ଫେରାଇ ନେଲେ ବାଇଡେନ!

ନୂଆଦିଲ୍ଲୀ: ଆଫଗାନିସ୍ତାନ (Afghanistan) ରୁ ଆମେରିକାର ସୈନ୍ୟ (US Troops) ଅପସାରଣ ପରେ ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ବୁଧବାର ଦେଶକୁ ସମ୍ବୋଧନ କରିଛନ୍ତି । ଆଫଗାନିସ୍ତାନ ମିଶନ ଏକ ସଫଳ ମିଶନ ଥିଲା ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଆଫଗାନିସ୍ତାନରେ ଆମର ମିଶନ ସଫଳ ହୋଇଛି । ଏହି ସମୟରେ ବାଇଡେନ ନିଜର ସ୍ୱର୍ଗତ ପୁଅକୁ ମନେ ପକାଇଥିଲେ, ଯିଏକି ଏକଦା ଇରାକରେ ମୁତୟନ ଥିଲେ । 

ଜୋ ବାଇଡେନ (Joe Biden) କହିଛନ୍ତି ଯେ, "ମୋର ସ୍ୱର୍ଗତ ପୁଅ ବ୍ୟୁ ବାଇଡେନ (Beau Biden) ଙ୍କ ପାଇଁ ମୁଁ ଆଫଗାନିସ୍ତାନରେ ଯୁଦ୍ଧ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥାଇପାରେ ।" ସମ୍ୱୋଧନ ସମୟରେ ଜୋ ବାଇଡେନ ନିଜ ପୁଅ ବ୍ୟୁ ବାଇଡେନ (Beau Biden) ଙ୍କୁ ମନେ ପକାଇଥିଲେ, ଯିଏକି ଇରାକରେ ପୁରା ଏକ ବର୍ଷ ସେବାରତ ଥିଲେ । ଏହା ସହିତ ସେ ଯୁଦ୍ଧ ବନ୍ଦ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ୨୦୧୫ରେ ମସ୍ତିଷ୍କ କର୍କଟ ହେତୁ ବ୍ୟୁ ବାଇଡେନଙ୍କ ୪୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।

ବାଇଡେନ ତାଙ୍କ ପୁଅକୁ ମନେ ପକାଇ କହିଛନ୍ତି, "ମୋତେ ଲାଗୁ ନାହିଁ ଯେ ପର୍ଯ୍ୟାପ୍ତ ଲୋକ ବୁଝୁଥିବେ ଆମେ ଏହି ଦେଶର ୧ ପ୍ରତିଶତ ଲୋକଙ୍କଠୁ କେତେ ମାଗିଛୁ, ଯେଉଁମାନେ ସେହି ପୋଷାକ ପିନ୍ଧି ରଖିଛନ୍ତି ଓ ଆମ ଦେଶକୁ ରକ୍ଷା କରିବା ପାଇଁ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଅଛନ୍ତି । ହୁଏତ ମୋର ସ୍ୱର୍ଗତ ପୁଅ ବ୍ୟୁ ବାଇଡେନଙ୍କ ପାଇଁ ମୁଁ ଆଫଗାନିସ୍ତାନରେ ଯୁଦ୍ଧ ଶେଷ କରିବାକୁ ନିଷ୍ପତ୍ତି ନେଇଥାଇପାରେ । ହଁ, ବୋଧହୁଏ ଏହା ମଧ୍ୟ ହୋଇପାରେ କାରଣ ମୁଁ ସିନେଟର, ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଭାବରେ ବର୍ଷ ବର୍ଷ ଧରି ଏହି ଦେଶ ଗସ୍ତ କରି ଯୁଦ୍ଧ ପରିସ୍ଥିତି ଦେଖିଛି ।"

ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଆଫଗାନିସ୍ତାନରେ ଆମର ମିଶନ ସଫଳ ହୋଇଛି । ଏଥି ସହିତ ଆତଙ୍କବାଦ ବିରୋଧରେ ଲଢେଇ ଜାରି ରଖିବାର ଆବଶ୍ୟକତା ସେ ପୁଣି ଥରେ ଦୋହରାଇଛନ୍ତି । ସେ କହିଛନ୍ତି ଯେ ଆଫଗାନିସ୍ତାନ ସମେତ ସମଗ୍ର ବିଶ୍ୱରେ ଆତଙ୍କବାଦ ବିରୋଧରେ ଲଢେଇ ଜାରି ରଖିବୁ । କିନ୍ତୁ ବର୍ତ୍ତମାନ ଆମେ କୌଣସି ଦେଶରେ ସେନା ବେସ ନିର୍ମାଣ କରିବୁ ନାହିଁ । ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବାର ନିଷ୍ପତ୍ତି ହେଉଛି ସବୁଠାରୁ ସଠିକ୍, ବୁଦ୍ଧିମାନପୂର୍ଣ୍ଣ ଏବଂ ସର୍ବୋତ୍ତମ । ଆଫଗାନିସ୍ତାନରେ ଯୁଦ୍ଧ ବର୍ତ୍ତମାନ ଶେଷ ହୋଇଛି । ଏହି ଯୁଦ୍ଧ କିପରି ଶେଷ ହେବ ସେନେଇ ପ୍ରଶ୍ନର ସାମ୍ନା କରୁଥିବା ମୁଁ ଆମେରିକାର ଚତୁର୍ଥ ରାଷ୍ଟ୍ରପତି ଥିଲି । ଏହି ଯୁଦ୍ଧକୁ ଶେଷ କରିବା ପାଇଁ ମୁଁ ଆମେରିକୀୟ ଲୋକଙ୍କୁ ଏକ ପ୍ରତିଶ୍ରୁତି ଦେଇଥିଲି ଓ ମୁଁ ମୋର ନିଷ୍ପତ୍ତିକୁ ସମ୍ମାନ କରିଛି ।

ଏହି ସମୟରେ ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ, ଏହି ନିଷ୍ପତ୍ତି ପାଇଁ ସେ ସମ୍ପୂର୍ଣ୍ଣ ଦାୟୀ । କିଛି ଲୋକ କହିଛନ୍ତି ଯେ ଆମକୁ ଏହି ମିଶନ୍ ଆହୁରି ଶୀଘ୍ର ଆରମ୍ଭ କରିବାର ଥିଲା । କିନ୍ତୁ ସମସ୍ତ ପୁରା ସମ୍ମାନ ସହିତ ମୁଁ ସେମାନଙ୍କ ସହ ମୋର ଅସହମତି ପ୍ରକାଶ କରୁଛି । ଯଦି ଏହା ପୂର୍ବରୁ ଆରମ୍ଭ ହୋଇଥାନ୍ତା, ତେବେ ଏହା ଗୃହଯୁଦ୍ଧରେ ପରିଣତ ହୋଇଥାନ୍ତା । ଯାହା ବି ହେଉ, ଲୋକଙ୍କୁ ଯେକୌଣସି ସ୍ଥାନରୁ ସ୍ଥାନାନ୍ତର କରିବାରେ କିଛି ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଥାଏ । ଆଫଗାନିସ୍ତାନରୁ ଲୋକଙ୍କୁ ବାହାର କରିବା ପ୍ରକ୍ରିୟାର ସଫଳ ସମାପ୍ତି ପାଇଁ ସେ ସେନାକୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି ଯେ ଏହା ସମ୍ଭବ କାରଣ ସେନା ଅଦମ୍ୟ ସାହସ ପ୍ରଦର୍ଶନ କରିଛି । 

ଅଧିକ ପଢ଼ନ୍ତୁ:-ଗୁଡ୍ ନ୍ୟୁଜ! ବଢ଼ିପାରେ ଅବସର ବୟସ ଓ ପେନସନ ରାଶି, ଜାଣନ୍ତୁ ମୋଦି ସରକାରଙ୍କ ଏହି ନୂଆ ଯୋଜନା ବିଷୟରେ...

ଅଧିକ ପଢ଼ନ୍ତୁ:-ପୁଣି ଚିନ୍ତା ବଢ଼ାଇଲା କୋରୋନା: ଦେଶରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ଅଧିକ ପଢ଼ନ୍ତୁ:-ପାକିସ୍ତାନରେ ପହଞ୍ଚିଲେ ଆମେରିକା ସୈନ୍ୟ, ବଢ଼ିଲା ରାଜନୈତିକ ପାରା

ଅଧିକ ପଢ଼ନ୍ତୁ:-ଆସିଯାଇଛି ସେପ୍ଟେମ୍ବର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍