ତାଲିବାନକୁ ମାନ୍ୟତା ଦେଉଛନ୍ତି ଚୀନ, ପାକିସ୍ତାନ; ବିଶେଷଜ୍ଞ ଦେଲେ ଚେତାବନୀ
Advertisement
Article Detail0/zeeodisha/odisha972194

ତାଲିବାନକୁ ମାନ୍ୟତା ଦେଉଛନ୍ତି ଚୀନ, ପାକିସ୍ତାନ; ବିଶେଷଜ୍ଞ ଦେଲେ ଚେତାବନୀ

ଅନ୍ୟପକ୍ଷରେ ତାଲିବାନ (Taiban) ଫେରିବା ନେଇ ଚିନ୍ତା ଜାରି ରହିଛି । ଏହାର ଉଦୟ ସହିତ ଅଲ କାଏଦା (Al Qaeda) ଓ ଇସଲାମିକ୍ ଷ୍ଟେଟ୍ (Islamic State) ଭଳି ଆତଙ୍କବାଦୀ ଗୋଷ୍ଠୀ ପୁଣିଥରେ ମୁଣ୍ଡ ଟେକି ପାରନ୍ତି ।

ତାଲିବାନକୁ ମାନ୍ୟତା ଦେଉଛନ୍ତି ଚୀନ, ପାକିସ୍ତାନ; ବିଶେଷଜ୍ଞ ଦେଲେ ଚେତାବନୀ

ବେଜିଂ: Taliban take over Afghanistan: ଆଫଗାନିସ୍ତାନ (Afghanistan) ରେ ତାଲିବାନ (Taliban) ଶାସନକୁ ବୈଶ୍ୱିକ ମାନ୍ୟତା ଦେବା ପାଇଁ ଚୀନ୍ (China) ଓ ପାକିସ୍ତାନ (Pakistan) ର ରଣନୀତି କରୁଛନ୍ତି । ସେପଟେ ବିଶେଷଜ୍ଞମାନେ ଏପରି କରିବାକୁ ନେଇ ଉଭୟ ଦେଶକୁ ଦୀର୍ଘକାଳୀନ କ୍ଷତିର ଚେତାବନୀ ଦେଇଛନ୍ତି । ଅଗଷ୍ଟ ୧୫ରେ ତାଲିବାନ କାବୁଲକୁ ଦଖଲ କରିବା ପରେ ଚୀନ୍ ଓ ପାକିସ୍ତାନ ଆଫଗାନିସ୍ତାନକୁ ନେଇ ଅନ୍ୟ ଦେଶ ସହ ସମ୍ପର୍କ ବୃଦ୍ଧି କରିବାରେ ଲାଗିଛନ୍ତି ।

ଅନ୍ୟପକ୍ଷରେ ତାଲିବାନ (Taiban) ଫେରିବା ନେଇ ଚିନ୍ତା ଜାରି ରହିଛି । ଏହାର ଉଦୟ ସହିତ ଅଲ କାଏଦା (Al Qaeda) ଓ ଇସଲାମିକ୍ ଷ୍ଟେଟ୍ (Islamic State) ଭଳି ଆତଙ୍କବାଦୀ ଗୋଷ୍ଠୀ ପୁଣିଥରେ ମୁଣ୍ଡ ଟେକି ପାରନ୍ତି । ହଂକଂର ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ଆର୍ଟିକିଲରେ କିଛି ପାକିସ୍ତାନୀ ବିଶ୍ଳେଷକଙ୍କ ମତକୁ ଉଦ୍ଧୃତ କରି କୁହାଯାଇଛି ଯେ ପାକିସ୍ତାନ ସର୍ବଦା କହୁଥାଏ ଆଫଗାନିସ୍ତାନରେ ତାର କେହିଁ ପ୍ରିୟ ସହଯୋଗୀ ନାହିଁ । କିନ୍ତୁ ଏହା ସତ୍ତ୍ୱେ ତାଲିବାନ ଫେରିବାକୁ ନେଇ ପାକିସ୍ତାନ ସରକାର ସହଜ ନଜରକୁ ଆସୁଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ତାଲିବାନ କାବୁଲକୁ ନିୟନ୍ତ୍ରଣ କରିବାର କିଛି ଘଣ୍ଟା ପରେ ଆଫଗାନିସ୍ତାନ ଲୋକମାନେ ପାଶ୍ଚାତ୍ୟର ଦାସତ୍ୱର ବନ୍ଧନକୁ ଭାଙ୍ଗି ଦେଇଛନ୍ତି ।

ତାଲିବାନ ସହ ସାମୂହିକ କୂଟନୈତିକ ସମ୍ପର୍କ ସ୍ଥାପନ କରିବାକୁ ଲବି କରୁଛି ପାକିସ୍ତାନ

ଏହି ଆର୍ଟିକିଲରେ କୁହାଯାଇଛି ଯେ ପାକିସ୍ତାନ ବିଶେଷ ଭାବେ ଚୀନ୍ ଓ ଋଷର ନିକଟତମ ଅନ୍ତର୍ଜାତୀୟ ସମୁଦାୟ ସହ ତାଲିବାନ (Taliban) ର ସାମୂହିକ କୂଟନୈତିକ ସମ୍ପର୍କ ସ୍ଥାପନ ପାଇଁ  ଲବି କରୁଛି । ଆଫଗାନିସ୍ତାନରେ ତାଲିବାନ ମିଳିତ ଶାସନ ସୁନିଶ୍ଚିତ କରିବା, ଆତଙ୍କବାଦୀ ଆକ୍ରମଣକୁ ରୋକିବା, ମହିଳା ଶିକ୍ଷା ଏବଂ ରୋଜଗାର ପାଇଁ ପ୍ରତିଶ୍ରୁତି ଦେଇ ସେ ସମର୍ଥନ ହାସଲ କରିବାକୁ ଚାହୁଁଛି ।

ଆଫଗାନିସ୍ତାନରେ ଭାରତର ପ୍ରଭାବ ହ୍ରାସ କରିବାରେ ଲାଗିଛି ପାକିସ୍ତାନ 

ଅନ୍ୟପକ୍ଷରେ ଆମେରିକାର ଗୁପ୍ତଚର ସଂସ୍ଥାଗୁଡ଼ିକର ଏକ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ଗୃହଯୁଦ୍ଧକୁ ପାକିସ୍ତାନ ରଣନୀତିକ ସୁବିଧା ପାଇଁ ବ୍ୟବହାର କରୁଛି । ଏଥି ସହିତ ଆଫଗାନିସ୍ତାନରେ ଭାରତର ଭଲ ପ୍ରଭାବକୁ ନଷ୍ଟ କରିବା ପାଇଁ ସେ ତାଲିବାନ ଶାସନକୁ ବ୍ୟବହାର କରୁଛି ।

ଅଧିକ ପଢ଼ନ୍ତୁ:-ସୈନ୍ୟ ଅପସାରଣକୁ ନେଇ ବେକଫୁଟରେ ବାଇଡେନ, ବର୍ତ୍ତମାନ ତାଲିବାନ ବିରୋଧରେ ଏହି ଆକ୍ସନ ନେବ ଆମେରିକା

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍ ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍ଅ

ଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆଶ୍ୱସ୍ତିକର ଖବର: ଦିନକରେ ଚିହ୍ନଟ ହେଲା ଏତିକି ସଂକ୍ରମିତ, ମୃତ୍ୟୁ ବରଣ କଲେ ୩୫୪ ଆକ୍ରାନ୍ତ