ସୈନ୍ୟ ଅପସାରଣକୁ ନେଇ ବେକଫୁଟରେ ବାଇଡେନ, ବର୍ତ୍ତମାନ ତାଲିବାନ ବିରୋଧରେ ଏହି ଆକ୍ସନ ନେବ ଆମେରିକା
Advertisement
Article Detail0/zeeodisha/odisha971681

ସୈନ୍ୟ ଅପସାରଣକୁ ନେଇ ବେକଫୁଟରେ ବାଇଡେନ, ବର୍ତ୍ତମାନ ତାଲିବାନ ବିରୋଧରେ ଏହି ଆକ୍ସନ ନେବ ଆମେରିକା

ପ୍ରକାଶ ଥାଉକି, ନିକଟ ଅତୀତରେ ନିଜ ସମ୍ୱୋଧନରେ ରାଷ୍ଟ୍ରପତି ବାଇଡେନ (Joe Biden) କହିଛନ୍ତି ଯେ ସେ ତାଲିବାନ (Taliban) ବିରୋଧରେ କଟକଣା ଲାଗୁ କରିବାକୁ ମଧ୍ୟ ବିଚାର କରିବେ । ଯେଉଁଥିରୁ ଏହି ସଙ୍କେତ ମିଳୁଛି ଯେ ବର୍ତ୍ତମାନ ଆମେରିକା (America) ତାଲିବାନ ବିରୁଦ୍ଧରେ ଆକ୍ସନ ମୁଡରେ ଆସିଯାଇଛି ।

ସୈନ୍ୟ ଅପସାରଣକୁ ନେଇ ବେକଫୁଟରେ ବାଇଡେନ, ବର୍ତ୍ତମାନ ତାଲିବାନ ବିରୋଧରେ ଏହି ଆକ୍ସନ ନେବ ଆମେରିକା

କାବୁଲ: Taliban take over Afghanistan: ଆଫଗାନିସ୍ତାନ (Afghanistan) ରୁ ଆମେରିକାର ସୈନ୍ୟ (American troops) ଅପସାରଣ ପରେ ତାଲିବାନ (Taliban) ର ଆତଙ୍କ ସାମ୍ନାକୁ ଆସିବାରେ ଲାଗିଛି । ଯାହା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ତ୍ତମାନ ଲାଗୁଛି ଯେ ଏହି ନିଷ୍ପତ୍ତି ହେତୁ ବାଇଡେନ ନିଜେ ମଧ୍ୟ ବେକଫୁଟରେ ଅଛନ୍ତି ଓ ଏହି କାରଣରୁ ଦୁଇ ସପ୍ତାହରୁ କମ୍ ମଧ୍ୟରେ ବାଇଡେନ ୩ ଥର ସ୍ପଷ୍ଟୀକରଣ ଦେଇଛନ୍ତି । 

ପ୍ରକାଶ ଥାଉକି, ନିକଟ ଅତୀତରେ ନିଜ ସମ୍ୱୋଧନରେ ରାଷ୍ଟ୍ରପତି ବାଇଡେନ (Joe Biden) କହିଛନ୍ତି ଯେ ସେ ତାଲିବାନ (Taliban) ବିରୋଧରେ କଟକଣା ଲାଗୁ କରିବାକୁ ମଧ୍ୟ ବିଚାର କରିବେ । ଯେଉଁଥିରୁ ଏହି ସଙ୍କେତ ମିଳୁଛି ଯେ ବର୍ତ୍ତମାନ ଆମେରିକା (America) ତାଲିବାନ ବିରୁଦ୍ଧରେ ଆକ୍ସନ ମୁଡରେ ଆସିଯାଇଛି ।

ଆଫଗାନିସ୍ତାନ ଉପରେ ନିଜର ନୀତିକୁ ନେଇ ସମାଲୋଚନାର ସମ୍ମୁଖୀନ ହୋଇଥିବା ବାଇଡେନ (Joe Biden) କହିଛନ୍ତି ଯେ ତାଙ୍କ ନିଷ୍ପତ୍ତି 'ଯୁକ୍ତିଯୁକ୍ତ, ତର୍କ ସଙ୍ଗତ ଏବଂ ସଠିକ୍ ଅଟେ । ଆମେରିକାର ସେନା ପ୍ରତ୍ୟାହାରର ଦୁଇ ସପ୍ତାହ ପୂର୍ବରୁ ତାଲିବାନ ଅଗଷ୍ଟ ୧୫ ରେ ଆଫଗାନିସ୍ତାନ ଦଖଲ କରିଥିଲା । ଆମେରିକାର ତାଲିମପ୍ରାପ୍ତ ଆଫଗାନିସ୍ତାନ ସେନାର ଯୱାନ ତାଲିବାନ ଆଙ୍କୀଙ୍କ ଆଗରେ ହାର ମାନିଥିଲେ । ବର୍ତ୍ତମାନ ଆଫଗାନିସ୍ତାନରେ ରହୁଥିବା ହଜାର ହଜାର ଲୋକ ତାଲିବାନ ଶାସନକୁ ଭୟ କରି ଦେଶରୁ ପଳାୟନ କରିବାରେ ଲାଗିଛନ୍ତି । 

ଆଫଗାନିସ୍ତାନର ପରିସ୍ଥିତିକୁ ଦେଖି ବାଇଡେନ ପ୍ରଶାସନ ନିଜ ଦେଶରେ ବିରୋଧୀ ରିପବ୍ଲିକାନ ପାର୍ଟିର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । ବାଇଡେନ ପୁଣି ଥରେ ତାଙ୍କ ନିଷ୍ପତ୍ତିରେ ଅଟଳ ରହି କହିଛନ୍ତି ଯେ, "ମୁଁ ଭାବୁଛି ଏହା ଏକ ଯୁକ୍ତିଯୁକ୍ତ, ତର୍କ ସଙ୍ଗତ ଏବଂ ସଠିକ ନିଷ୍ପତ୍ତି ଭାବରେ ଇତିହାସରେ ଲିପିବଦ୍ଧ ହେବ ।"

ଅଧିକ ପଢ଼ନ୍ତୁ:-LIC IPO କୁ ନେଇ ଆସିଲା ବଡ଼ ଖବର: ପଲିସି ଧାରକଙ୍କୁ ମିଳିବ ଅଧିକ ଲାଭ, ପ୍ରସ୍ତୁତ କରାଯାଇଛି ନୂଆ ପ୍ଲାନ୍

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆଶ୍ୱସ୍ତିକର ଖବର: ଦିନକରେ ଚିହ୍ନଟ ହେଲା ଏତିକି ସଂକ୍ରମିତ, ମୃତ୍ୟୁ ବରଣ କଲେ ୩୫୪ ଆକ୍ରାନ୍ତ

ଅଧିକ ପଢ଼ନ୍ତୁ:-ପ୍ରଥମେ ନର ସଂହାର, ଏବେ ଗୁହାରି କରୁଛି ତାଲିବାନ

ବାଇଡେନ ତାଲିବାନ ଉପରେ ଲଗାଇବେ ପ୍ରତିବନ୍ଧକ!

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ସେ ତାଲିବାନ ବିରୋଧରେ କଟକଣା ଉପରେ ବିଚାର କରିବେ । ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ପଚରାଯାଇଥିଲା ଯେ ସେ କିଛି ସର୍ତ୍ତ ସହିତ ତାଲିବାନ ଉପରେ ପ୍ରତିବନ୍ଧକକୁ ସମର୍ଥନ କରିବେ କି? ଏହାର ଉତ୍ତରରେ ବାଇଡେନ କହିଛନ୍ତି ହଁ, ସେ ଏହା ଉପରେ ବିଚାର କରିବେ ।

'ଆଶା କରାଯାଉଥିବା ସମୟ ପୂର୍ବରୁ ଭାଙ୍ଗି ଯାଇଥିଲା ଆଫଗାନ ସରକାର'

ଗତ ସପ୍ତାହରେ ସୋମବାର ଜୋ ବାଇଡେନ କହିଛନ୍ତି ଯେ ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର କରିବା ନିଷ୍ପତ୍ତିରେ ସେ ଅଟଳ ଅଛନ୍ତି, କିନ୍ତୁ ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଆଫଗାନିସ୍ତାନ ସରକାରର ପତନ ଆଶା କରାଯାଉଥିବା ସମୟ ଠାରୁ ଦ୍ରୁତ ଗତିରେ ହୋଇଛି ।

ଅଧିକ ପଢ଼ନ୍ତୁ:-ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ରେଟ୍

ଅଧିକ ପଢ଼ନ୍ତୁ:-ବାଗଲାନ ପ୍ରଦେଶକୁ କବଜା କଲା ଅହମ୍ମଦ ମାସୁଦଙ୍କ ସେନା, ୩୦୦ରୁ ଉର୍ଦ୍ଧ୍ୱ ତାଲିବାନ ଆତଙ୍କୀ ନିହତ

ଅଧିକ ପଢ଼ନ୍ତୁ:-ବାଇଡେନଙ୍କୁ ତାଲିବାନର ଖୋଲା ଧମକ, କହିଲେ-ଯଦି ଆମେରିକା...

ନିଜ ପାଇଁ ଲଢ଼ିବା ପାଇଁ ଆଫଗାନୀ ଲୋକଙ୍କୁ ଅପିଲ କଲେ ବାଇଡେନ

ଏହାପୂର୍ବରୁ ଅଗଷ୍ଟ ୧୧ରେ ତାଲିବାନର ପ୍ରଭାବକୁ ଦୃଷ୍ଟିରେ ରଖି ବାଇଡେନ ଆଫଗାନୀଙ୍କୁ ନିଜ ଦେଶ ପାଇଁ ଲଢିବାକୁ ନିବେଦନ କରିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ସେନା ପ୍ରତ୍ୟାହାର ନିଷ୍ପତ୍ତି ନେଇଥିବାରୁ ସେ ଆଦୌ ଦୁଃଖିତ ନୁହଁନ୍ତି । ହ୍ୱାଇଟ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବାଇଡେନ କହିଛନ୍ତି ଯେ ଆଫଗାନିସ୍ତାନ ନେତାମାନଙ୍କୁ ଏକାଠି ହେବାକୁ ପଡ଼ିବ । ସେମାନଙ୍କୁ ନିଜ ପାଇଁ ଲଢିବାକୁ ପଡିବ । ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ଆଫଗାନିସ୍ତାନରୁ ସୈନ୍ୟ ଅପସାରଣ ପାଇଁ ସେ ଦୁଃଖିତ ନୁହଁନ୍ତି କାରଣ ୨୦ ବର୍ଷରୁ ଅଧିକ ସମୟ ମଧ୍ୟରେ ୱାଶିଂଟନ୍ ଏଥିରେ ୧ ଟ୍ରିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରି ହଜାର ହଜାର ସୈନିକଙ୍କୁ ହରାଇଛନ୍ତି ।