ପାକିସ୍ତାନ ସହିତ ଯୁଦ୍ଧ ଘୋଷଣା କଲା ତାଲିବାନ, କହିଲା- ଅସ୍ତ୍ରବିରତି ବନ୍ଦ ଆକ୍ରମଣ କରୁ ଆମର ଯୋଦ୍ଧା
Advertisement

ପାକିସ୍ତାନ ସହିତ ଯୁଦ୍ଧ ଘୋଷଣା କଲା ତାଲିବାନ, କହିଲା- ଅସ୍ତ୍ରବିରତି ବନ୍ଦ ଆକ୍ରମଣ କରୁ ଆମର ଯୋଦ୍ଧା

'ଡନ୍'(Dawn) ର ଏକ ରିପୋର୍ଟ ଅନୁଯାୟୀ ଏହା ପୂର୍ବରୁ ଟିଟିପି ଓ ପାକିସ୍ତାନ ମଧ୍ୟରେ ଅନେକ ରାଉଣ୍ଡର ଆଲୋଚନା ହୋଇଥିଲା । ପାକିସ୍ତାନ (Pakistan) ଓ TTP ମଧ୍ୟରେ ଆଫଗାନିସ୍ତାନ ତାଲିବାନ (Afghan Taliban) ମଧ୍ୟସ୍ଥତା କରିବାକୁ ରାଜି ହୋଇଥିଲା ଏବଂ ସେ ଉଭୟ ପାର୍ଶ୍ୱରେ ଏଥିରେ ନିଜ ଭୂମିକା ନିର୍ବାହ କରୁଥିଲା ।

ପାକିସ୍ତାନ ସହିତ ଯୁଦ୍ଧ ଘୋଷଣା କଲା ତାଲିବାନ, କହିଲା- ଅସ୍ତ୍ରବିରତି ବନ୍ଦ ଆକ୍ରମଣ କରୁ ଆମର ଯୋଦ୍ଧା

ନୂଆଦିଲ୍ଲୀ: ତାଲିବାନ (Taliban) ପୁଣି ଥରେ ପାକିସ୍ତାନ (Pakistan) ସହ ଯୁଦ୍ଧ ଘୋଷଣା କରିଛି । ପାକିସ୍ତାନ (Pakistan) ଓ ତେହେରିକ-ଇ-ତାଲିବାନ (Tehreek-e-Taliban) ମଧ୍ୟରେ ଅସ୍ତବିରତି ଚାଲୁଥିଲା, କିନ୍ତୁ ବର୍ତ୍ତମାନ ତାଲିବାନ କହିଛି ଯେ ସେମାନେ ଏହି ଅସ୍ତ୍ରବିରତି ଶେଷ କରୁଛି । ତାଲିବାନ ନିଜ ଯୋଦ୍ଧାମାନଙ୍କୁ ବର୍ତ୍ତମାନ ପାକିସ୍ତାନ ଉପରେ ଆକ୍ରମଣ ଆରମ୍ଭ କରିବାକୁ କହିଛି । ତାଲିବାନ ପାକିସ୍ତାନର ଇମ୍ରାନ ଖାନ ସରକାର (Imran Khan Government) ଙ୍କ ବିରୋଧରେ ଅଭିଯୋଗ ଆଣିଛି ଯେ ସେ ଅତୀତରେ ନେଇଥିବା ନିଷ୍ପତ୍ତିକୁ ସମ୍ମାନ ଦେଉନାହାଁନ୍ତି । ଗୁରୁବାର ତାଲିବାନ ଇମ୍ରାନ ଖାନ ସରକାରଙ୍କ ସହ ଗତ ଏକ ମାସ ଧରି ଚାଲିଥିବା ଅସ୍ତ୍ରବିରତି ବନ୍ଦ କରିବାକୁ ଘୋଷଣା କରିଛି ।

'ଡନ୍'(Dawn) ର ଏକ ରିପୋର୍ଟ ଅନୁଯାୟୀ ଏହା ପୂର୍ବରୁ ଟିଟିପି ଓ ପାକିସ୍ତାନ ମଧ୍ୟରେ ଅନେକ ରାଉଣ୍ଡର ଆଲୋଚନା ହୋଇଥିଲା । ପାକିସ୍ତାନ (Pakistan) ଓ TTP ମଧ୍ୟରେ ଆଫଗାନିସ୍ତାନ ତାଲିବାନ (Afghan Taliban) ମଧ୍ୟସ୍ଥତା କରିବାକୁ ରାଜି ହୋଇଥିଲା ଏବଂ ସେ ଉଭୟ ପାର୍ଶ୍ୱରେ ଏଥିରେ ନିଜ ଭୂମିକା ନିର୍ବାହ କରୁଥିଲା ।

୨୫ ଅକ୍ଟୋବର ୨୦୨୧ରେ ପାକିସ୍ତାନ ସରକାର ଓ ଟିଟିପି ୬ଟି ପଏଣ୍ଟ ଉପରେ ଚୁକ୍ତି କରିଥିଲେ । ଏହା ବ୍ୟତୀତ ଆଫଗାନିସ୍ତାନର ଦକ୍ଷିଣ-ପଶ୍ଚିମ ଖୋଷ୍ଟ ଅଞ୍ଚଳରେ ଉଭୟ ପକ୍ଷର ପ୍ରତ୍ୟକ୍ଷ ମୁହାଁମୁହିଁ ଆଲୋଚନା ମଧ୍ୟ ଦୁଇ ସପ୍ତାହ ପୂର୍ବରୁ ହୋଇଥିଲା । ଏଥିରେ ଉଭୟଙ୍କ ମଧ୍ୟରେ ଶାନ୍ତି ବଜାୟ ରଖିବା ବିଷୟରେ ଆଲୋଚନା ହୋଇଥିଲା ।

ତେବେ ଟିଟିପି ପାକିସ୍ତାନ ସହ ଅସ୍ତ୍ରବିରତି ଉଲ୍ଲଂଘନ ରୋକିବା ପାଇଁ ଶାରିଆ ଆଇନ ଲାଗୁ କରିବା ଓ ଆଦିବାସୀ ଅଞ୍ଚଳକୁ ପୂର୍ବ ମାନ୍ୟତା ଦେବା ପାଇଁ ସର୍ତ୍ତ ରଖିଛି । ଶରିଆ ଆଇନକୁ ନେଇ ଇମ୍ରାନ ସରକାରଙ୍କ ସହ ଟିଟିପିର ଆଲୋଚନା ବିଫଳ ହୋଇଛି ।

 ଟିଟିପି ନେତା ମୁଫତି ନୁର ୱାଲି ମେହସୁଦ ପାକିସ୍ତାନ ସହ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ, ସେ ତାଙ୍କ ଯୋଦ୍ଧାମାନଙ୍କୁ ବର୍ତ୍ତମାନ ଆକ୍ରମଣ ଆରମ୍ଭ କରିବାକୁ କହିଛନ୍ତି । ଏଠାରେ କହି ରଖୁଛୁ ଯେ ଟିଟିପିର ଏହି ଘୋଷଣା ପରେ ଏବେ ପୁଣି ଥରେ ପାକିସ୍ତାନରେ ଶାନ୍ତି ବ୍ୟବସ୍ଥାରେ ବ୍ୟାପକ କ୍ଷତି ହେବାର ସମ୍ଭାବନା ଅଛି ।

ଏହା ବି ପଢ଼ନ୍ତୁ:-ଭାରତକୁ ପ୍ରଶଂସା କଲା ତାଲିବାନ କିନ୍ତୁ...

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାଏ ମାତ୍ର ୩ଟି ଅଖରୋଟ, କେବଳ ଏହିପରି କରନ୍ତୁ ସେବନ, ମିଳିବ ଜବରଦସ୍ତ ଲାଭ!

ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୩୦୬ ସଂକ୍ରମିତ