ପାକିସ୍ତାନରେ ଏକ ବଡ଼ ଧରଣର ଆତଙ୍କବାଦୀ (Pakistan Terror Attack) ଆକ୍ରମଣ ହୋଇଛି । ଚାଇନାର ଇଞ୍ଜିନିୟର (Chinese Engineers) ଓ ପାକିସ୍ତାନୀ ସୈନିକ ((Pakistan soldiers) ଙ୍କୁ ନେଇ ଯାଉଥିବା ବସରେ IED ବିସ୍ଫୋରଣ ଘଟିଛି । ଚାଇନାର ୪ ଜଣ ଇଞ୍ଜିନିୟରଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଖବର ରହିଛି । ଏହାସହ ଏକାଧିକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ
Trending Photos
ନୂଆଦିଲ୍ଲୀ: ପାକିସ୍ତାନରେ ଏକ ବଡ଼ ଧରଣର ଆତଙ୍କବାଦୀ (Pakistan Terror Attack) ଆକ୍ରମଣ ହୋଇଛି । ଚାଇନାର ଇଞ୍ଜିନିୟର (Chinese Engineers) ଓ ପାକିସ୍ତାନୀ ସୈନିକ (Pakistan soldiers) ଙ୍କୁ ନେଇ ଯାଉଥିବା ବସରେ IED ବିସ୍ଫୋରଣ ଘଟିଛି । ଚାଇନାର ୪ ଜଣ ଇଞ୍ଜିନିୟରଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଖବର ରହିଛି । ଏହାସହ ଏକାଧିକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଅଧିକ ପଢ଼ନ୍ତୁ:-ଡେଲ୍ଟା ଭାରିଆଣ୍ଟକୁ ନେଇ ବହୁତ ବଡ଼ ଖରାପ ଖବର ଦେଲା WHO
ପାକିସ୍ତାନର ଖବର ଅନୁଯାୟୀ, ଏହି ବସ୍ ଡାସୁ ଡ୍ୟାମରେ କାମ କରୁଥିବା ଚାଇନାର ଇଞ୍ଜିନିୟରମାନଙ୍କୁ ନେଇ ଯାଉଥିଲା । ବସ୍ରେ ୩୦ ଜଣ ଇଞ୍ଜିନିୟର ଓ କର୍ମଚାରୀ ଥିଲେ । ଏହି ବସର ସୁରକ୍ଷା ଦାୟିତ୍ୱ ପାକିସ୍ତାନୀ ସୈନ୍ୟ ହାତରେ ଥିଲା । ହଠାତ୍ ବସରେ ବିସ୍ଫୋରଣ ହୋଇଥିଲା । ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ଅଧିକ ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୬୦୦ରୁ ଉର୍ଦ୍ଧ୍ୱ ଲୋକ
ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ମୃତଦେହ ଓ ଆହତମାନଙ୍କୁ ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ର ଦାସୁକୁ ପଠାଯାଇଛି । ଡେପୁଟି କମିଶନର ମହମ୍ମଦ ଆରିଫ କହିଛନ୍ତି ଯେ, ବିସ୍ଫୋରଣର ତୀବ୍ରତା ଜାଣିବା ଓ ଏହା ବିଷୟରେ ଅଧିକ ସୂଚନା ପାଇଁ ତଦନ୍ତ ଚାଲିଛି ।
ଖାଇବର ପଖ୍ତୁନଖୱାରେ ଆତଙ୍କବାଦୀ ଆକ୍ରମଣ
ଏହାପୂର୍ବରୁ ପାକିସ୍ତାନର ଖାଇବର ପଖ୍ତୁନଖୱାଠାରେ ପାକିସ୍ତାନୀ ସେନା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପାକିସ୍ତାନୀ ସେନା ଉପରେ ଏହି ଆକ୍ରମଣ ହାଙ୍ଗୁରେ ହୋଇଥିଲା । ଏହି ଆକ୍ରମଣରେ ପାକିସ୍ତାନୀ ସେନାର କ୍ୟାପଟେନ ଅବଦୁଲ ବାସିତଙ୍କ ସମେତ ୧୨ ଜଣ ସୈନିକ ନିହତ ହୋଇଥିବାବେଳେ ୧୫ ଜଣ ସୈନିକ ଆହତ ହୋଇଛନ୍ତି । ଏହା ମଧ୍ୟ କୁହାଯାଇଥିଲା ଯେ ଆତଙ୍କବାଦୀମାନେ ମଧ୍ୟ କିଛି ସୈନ୍ୟଙ୍କୁ ବନ୍ଧକ ରଖିଥିଲେ ।
ଅଧିକ ପଢ଼ନ୍ତୁ:-'ଲୋକମାନେ କୋରୋନାର ତୃତୀୟ ଲହରକୁ ପାଣିପାଗ ଖବର ଭଳି ନେଉଛନ୍ତି'
ଏହି ଆକ୍ରମଣ ପଛରେ ତେହେରିକ-ଇ-ତାଲିବାନ ପାକିସ୍ତାନ (TTP) ଦାୟୀ ବୋଲି ଜଣାପଡିଛି । ଗତ କିଛି ଦିନ ହେବ ଖୁରାମ ଅଞ୍ଚଳରେ TTP ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନୀ ସେନା ଦ୍ୱାରା ଏକ ଅପରେସନ୍ କରାଯାଇଥିଲା । ଏହି ସମୟରେ TTP ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । କ୍ୟାପଟେନ ଅବଦୁଲ ବାସିତ ଖାନ ଏହି ମିଶନର ନେତୃତ୍ୱ କରୁଥିଲେ ।