Aadhar Card ତିଆରି ଓ ଅପଡେଟ୍ ପାଇଁ ଏତିକି ଲାଗିଥାଏ ଫି, ଯଦି ଅଧିକ ଟଙ୍କା ମାଗନ୍ତି ତେବେ ଏଠାରେ କରନ୍ତୁ ଅଭିଯୋଗ
Advertisement
Article Detail0/zeeodisha/odisha937738

Aadhar Card ତିଆରି ଓ ଅପଡେଟ୍ ପାଇଁ ଏତିକି ଲାଗିଥାଏ ଫି, ଯଦି ଅଧିକ ଟଙ୍କା ମାଗନ୍ତି ତେବେ ଏଠାରେ କରନ୍ତୁ ଅଭିଯୋଗ

ଯଦି ଆପଣଙ୍କ ଠାରୁ କୌଣସି ଆଧାର କେନ୍ଦ୍ର ଆଧାର କାର୍ଡ (Aadhar Card) ର ଅପଡେଶନ ପାଇଁ ନିର୍ଦ୍ଦିଷ୍ଟ ରାଶିରୁ ଅଧିକ ଟଙ୍କା ମାଗନ୍ତି, ତେବେ ଆପଣ ଏହା ଉପରେ ଅଭିଯୋଗ କରିପାରିବେ । 

Aadhar Card ତିଆରି ଓ ଅପଡେଟ୍ ପାଇଁ ଏତିକି ଲାଗିଥାଏ ଫି, ଯଦି ଅଧିକ ଟଙ୍କା ମାଗନ୍ତି ତେବେ ଏଠାରେ କରନ୍ତୁ ଅଭିଯୋଗ

ନୂଆଦିଲ୍ଲୀ: ଦେଶରେ ଆଧାର କାର୍ଡ (Aadhar Card) କେତେ ଗୁରୁତ୍ୱପୂର୍ଣ୍ଣ ହୋଇଛି ତାହା ସମସ୍ତେ ଜାଣନ୍ତି । ଏହା ବିନା ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟ ଅସମ୍ପୂର୍ଣ୍ଣ ଅଟେ । ଏକ ନୂତନ ଆଧାର କାର୍ଡ ତିଆରି କରିବା ପାଇଁ କୌଣସି ଫିସ୍ ଦେବାକୁ ପଡିବ ନାହିଁ । କିନ୍ତୁ ଯଦି ଆପଣ ଆଧାର (Aadhar Card) ରେ କୌଣସି ପ୍ରକାରର ଅପଡେଟ୍ କରୁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଟଙ୍କା ଦେବାକୁ ପଡିବ । ଯଦି ଆପଣ ଆଧାର (Aadhar Card) ରେ ଆପଣଙ୍କର ନାମ, ଜନ୍ମ ତାରିଖ କିମ୍ବା ଠିକଣା ବଦଳାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୫୦ ଟଙ୍କା ଦେବାକୁ ପଡିବ । ଅନ୍ୟ ପଟେ, ଯଦି ଆପଣ ବାୟୋମେଟ୍ରିକ୍ ଅପଡେଟ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରତ୍ୟେକ ଥର ସମାନ ଟଙ୍କା ଦେବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ବଢ଼ିପାରେ ବିପଦ: ଦେଶର ୧୭୪ଟି ଜିଲ୍ଲାରେ ମିଳିଲା କୋରୋନାର ନୂତନ ମାରାତ୍ମକ ଭାରିଆଣ୍ଟ

ଅଧିକ ଟଙ୍କା ମାଗିଲେ କରନ୍ତୁ ଏହି କାମ

ଯଦି ଆପଣଙ୍କ ଠାରୁ କୌଣସି ଆଧାର କେନ୍ଦ୍ର ଆଧାର କାର୍ଡ (Aadhar Card) ର ଅପଡେଶନ ପାଇଁ ନିର୍ଦ୍ଦିଷ୍ଟ ରାଶିରୁ ଅଧିକ ଟଙ୍କା ମାଗନ୍ତି, ତେବେ ଆପଣ ଏହା ଉପରେ ଅଭିଯୋଗ କରିପାରିବେ । ଯଦି ଏହା ଘଟେ, ଆପଣ ୧୯୪୭ ଆଧାର ଯୋଗାଯୋଗ କେନ୍ଦ୍ରରେ ଅଭିଯୋଗ କରିପାରିବେ । ଆପଣ ଆପଣଙ୍କର ଅଭିଯୋଗକୁ help@uidai.gov.in ରେ ପଞ୍ଜୀକୃତ କରିପାରିବେ ।

ଅଧିକ ପଢ଼ନ୍ତୁ:-ପୁଣି ଡରାଇଲାଣି କୋରୋନା, ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା...

ଅପଡେଟ୍ ପାଇଁ ମୋବାଇଲ୍ ନମ୍ବର ଲିଙ୍କ୍ ହେବା ଜରୁରୀ

ଏଥିପାଇଁ uidai.gov.in ରେ Update Aadhaar Details (Online) ଉପରେ କ୍ଲିକ୍ କରନ୍ତୁ । ଆପଣଙ୍କର ଜନ୍ମ ତାରିଖ ସଂଶୋଧନ କରିବାକୁ ଆପଣଙ୍କ ବୈଧ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡିବ । ଏହି ପରିବର୍ତ୍ତନଗୁଡିକ କରିବାକୁ କାର୍ଡଧାରୀଙ୍କ ମୋବାଇଲ୍ ନମ୍ବରକୁ ଆଧାର ସହିତ ଲିଙ୍କ୍ କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ଏସବୁ ରାଜ୍ୟରେ ୧୦୦ ପାର କଲା ପେଟ୍ରୋଲ, ଜାଣନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ବାୟୋମେଟ୍ରିକ୍ ପରିବର୍ତ୍ତନ ପାଇଁ ଯିବାକୁ ପଡିବ ଆଧାର ସେଣ୍ଟର 

ଯଦି ଆପଣ ଆପଣଙ୍କର ଆଧାର କାର୍ଡ (Aadhaar) ପାଇଁ ବାୟୋମେଟ୍ରିକ୍ସ- ଫିଙ୍ଗର ପ୍ରିଣ୍ଟ, ଆଇରିସ୍ ଏବଂ ଫଟୋଗ୍ରାଫ୍ ଭଳି ଅନ୍ୟ ବିବରଣୀ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପରମାନେଣ୍ଟ ଏନରୋଲମେଣ୍ଟ କେନ୍ଦ୍ରକୁ ଯିବାକୁ ପଡିବ । ଯଦି ଆପଣ ଏକ ନୂତନ ଆଧାର ପାଇବାକୁ ଚାହୁଁଛନ୍ତି ତେବେ ୫ ରୁ ୧୫ ବର୍ଷ ବୟସ ଆୟୁ  ବର୍ଗ ପାଇଁ ନାମଲେଖା ଏବଂ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ଅପଡେଟ୍ ମାଗଣା ରହିଛି ।