ସେପ୍ଟେମ୍ୱର ୧ରୁ ହେବାକୁ ଯାଉଛି ଏହି ୫ଟି ବଡ଼ ପରିବର୍ତ୍ତନ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!
Advertisement
Article Detail0/zeeodisha/odisha1327839

ସେପ୍ଟେମ୍ୱର ୧ରୁ ହେବାକୁ ଯାଉଛି ଏହି ୫ଟି ବଡ଼ ପରିବର୍ତ୍ତନ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

Five Major Changes in September: ୧ ତାରିଖ ପୂର୍ବରୁ ଆପଣଙ୍କୁ ଏହି ସମସ୍ତ ପରିବର୍ତ୍ତନ ବିଷୟରେ ଜାଣିବା ନେବା ଆବଶ୍ୟକ, ଯାହା ଦ୍ୱାରା ଆପଣଙ୍କୁ କ୍ଷତି ସହିବାକୁ ପଡିବ ନାହିଁ । ଏହି ତାଲିକାରେ ୫ଟି ପରିବର୍ତ୍ତନ ସାମିଲ ରହିଛି...

ସେପ୍ଟେମ୍ୱର ୧ରୁ ହେବାକୁ ଯାଉଛି ଏହି ୫ଟି ବଡ଼ ପରିବର୍ତ୍ତନ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ନୂଆଦିଲ୍ଲୀ:Five Major Changes in September: ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ସାଧାରଣ ଲୋକଙ୍କୁ ସିଧାସଳଖ ପ୍ରଭାବିତ କରିବ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ KYC କୁ ବାଧ୍ୟତାମୂଳକ କରିଛି । ଏଥି ସହିତ ବୀମା ପ୍ରିମିୟମରେ ରିହାତି ମିଳିବ କିନ୍ତୁ ପକେଟ ଉପରେ ଟୋଲ ବୋଝ ବୃଦ୍ଧି ପାଇବ । ତେଣୁ ୧ ତାରିଖ ପୂର୍ବରୁ ଆପଣଙ୍କୁ ଏହି ସମସ୍ତ ପରିବର୍ତ୍ତନ ବିଷୟରେ ଜାଣିବା ନେବା ଆବଶ୍ୟକ, ଯାହା ଦ୍ୱାରା ଆପଣଙ୍କୁ କ୍ଷତି ସହିବାକୁ ପଡିବ ନାହିଁ । ଏହି ତାଲିକାରେ ୫ଟି ପରିବର୍ତ୍ତନ ସାମିଲ ରହିଛି-

୧. PNB ରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ KYC ବାଧ୍ୟତାମୂଳକ 

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଗ୍ରାହକଙ୍କୁ ଅଗଷ୍ଟ ୩୧ ସୁଦ୍ଧା ଯେକୌଣସି ମୂଲ୍ୟରେ KYC କରିବାକୁ କହିଛି । ଅର୍ଥାତ KYC କରିବାରେ ବିଫଳତା ସେପ୍ଟେମ୍ବର ୧ରୁ ଆକାଉଣ୍ଟଧାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏନେଇ ପିଏନବି ଗ୍ରାହକଙ୍କୁ ଏକ ମାସ ଧରି ମେସେଜ ପଠାଇ ଚେତାବନୀ ଦେଇଛି ।

୨. ବୀମା ପ୍ରିମିୟମ ହ୍ରାସ ହେବ 

ବୀମା ନିୟାମକ ବୀମା ନିୟମ ପରିବର୍ତ୍ତନ କରିଛି । ଏହା ଅଧୀନରେ ଏଜେଣ୍ଟ ବର୍ତ୍ତମାନ ୩୦ରୁ ୩୫ ପ୍ରତିଶତ ପରିବର୍ତ୍ତେ ମାତ୍ର ୨୦ ପ୍ରତିଶତ କମିଶନ ପାଇବେ । ଏହା ଦ୍ୱାରା ଲୋକଙ୍କ ପ୍ରିମିୟମ (Insurance Premium) ହ୍ରାସ ପାଇବ ଓ ସେମାନେ ରିହାତି ପାଇବେ । ନୂତନ ବିଜ୍ଞପ୍ତି ଶୀଘ୍ର ଲାଗୁ ହେବ ।

୩. ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ହୋଇପାରେ 

ପ୍ରତ୍ୟେକ ମାସର ୧ ତାରିଖ ଦିନ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ( LPG Gas Cylinder Prices) ପରିବର୍ତ୍ତନ ହୁଏ । ସେପ୍ଟେମ୍ବର ୧ରେ ପେଟ୍ରୋଲିୟମ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବଦଳାଇ ପାରନ୍ତି ଓ ପାର୍ବଣ ଋତୁରେ ମୂଲ୍ୟ ହ୍ରାସ ହୋଇପାରେ ବୋଲି ଆଶା କରାଯାଉଛି ।

୪. ପକେଟ ଉପରେ ଟୋଲ୍ ବୋଝ ବୃଦ୍ଧି 

ଦିଲ୍ଲୀ ଯିବା ଆସିବା ପାଇଁ ଯମୁନା ଏକ୍ସପ୍ରେସୱେ ବ୍ୟବହାର ପକେଟ ଉପରେ ବୋଝ ବଢ଼ାଇବ । ଯମୁନା ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅଥରିଟି ଟୋଲ୍ ରେଟ୍ ବୃଦ୍ଧି କରିଛି, ଯାହା ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ । ଛୋଟ ଯାନଗୁଡିକ କିଲୋମିଟର ପ୍ରତି ୧୦ ପଇସା ଅଧିକ ଦେବାକୁ ପଡିବ । ଏଥି ସହିତ ବଡ ବ୍ୟବସାୟିକ ଯାନଗୁଡିକ କିଲୋମିଟର ପ୍ରତି ୫୨ ପଇସା ଅଧିକ ଟୋଲ ଦେବାକୁ ପଡିବ ।

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ପରେ ବର୍ତ୍ତମାନ ଏହା ଉପରେ ରହିଛି ଅମିତ ଶାହଙ୍କ ନଜର, ଠାକରେଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଏହା ବି ପଢ଼ନ୍ତୁ:-ଗଣେଶ ଚତୁର୍ଥୀ ଦିନ ବିଘ୍ନହର୍ତ୍ତାଙ୍କ ପୂଜା ବିଧି; ପୂଜାରେ ଚଢ଼ାନ୍ତୁ ଏହି ୫ଟି ଜିନିଷ, ପୂରଣ ହେବ ମନସ୍କାମନା

ଏହା ବି ପଢ଼ନ୍ତୁ:-କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ନେଇ ଶଶି ଥରୁର ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ...

 

୫. ଗାଜିଆବାଦରେ ସମ୍ପତ୍ତି କିଣିବା ହେବ ମହଙ୍ଗା 

ରାଜଧାନୀ ଦିଲ୍ଲୀକୁ ଲାଗିଥିବା ଗାଜିଆବାଦରେ ସେପ୍ଟେମ୍ବର ୧ରୁ ଘର ଓ ପ୍ଲଟ୍ ସମେତ ସମସ୍ତ ପ୍ରକାରର ସମ୍ପତ୍ତି କିଣିବା ମହଙ୍ଗା ହେବ । ଏଠାରେ ସର୍କିଟ ହାର ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ୨ ରୁ ୪ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେପ୍ଟେମ୍ବର ୧, ୨୦୨୨ରୁ ନୂତନ ସର୍କଲ୍ ରେଟ୍ ଲାଗୁ ହେବ ।