କେବେ ଶେଷ ହେବ କୋରୋନା? ମହାମାରୀର ତୃତୀୟ ଲହରକୁ ନେଇ ଚେତାବନୀ ଜାରି କଲେ ମୋଦି ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା
Advertisement

କେବେ ଶେଷ ହେବ କୋରୋନା? ମହାମାରୀର ତୃତୀୟ ଲହରକୁ ନେଇ ଚେତାବନୀ ଜାରି କଲେ ମୋଦି ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା

କେ ବିଜୟ ରାଘବନ୍ କହିଛନ୍ତି ଯେ, "କୋରୋନା ଭାଇରସ୍ ଯେଉଁ ବେଗରେ ବ୍ୟାପୁଛି ତାହା ସ୍ପଷ୍ଟ ଯେ ତୃତୀୟ ଲହର ମଧ୍ୟ ଆସିବ, କିନ୍ତୁ ଏହା କେବେ ଆସିବ ଏବଂ କେଉଁ ସ୍ତରରେ ହେବ ତାହା ସ୍ପଷ୍ଟ ହୋଇନାହିଁ ।"

କେବେ ଶେଷ ହେବ କୋରୋନା? ମହାମାରୀର ତୃତୀୟ ଲହରକୁ ନେଇ ଚେତାବନୀ ଜାରି କଲେ ମୋଦି ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା

ନୂଆଦିଲ୍ଲୀ: Coronavirus in India: ସାରା ଦେଶରେ କୋରୋନା ଭୂତାଣୁର ଦ୍ୱିତୀୟ ଲହର (econd wave of coronavirus) ତାଣ୍ଡବ କରୁଛି । ଏହାର ପ୍ରକୋପ ଏତେ ବଢ଼ିଯାଇଛି ଯେ ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ମାମଲା ଆସିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କୋରୋନା ଭୂତାଣୁର ଦ୍ୱିତୀୟ ଲହରର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସେବା ପର୍ଯ୍ୟାପ୍ତ ନୁହେଁ ବୋଲି ପ୍ରମାଣ କରୁଛି । ଏହି ସମୟରେ ସରକାର ତୃତୀୟ ଲହର (third wave of coronavirus) ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି, ଅର୍ଥାତ୍ କୋରୋନା ବର୍ତ୍ତମାନ ସୁଦ୍ଧା ଶେଷ ହେଉଥିବାର ନଜରକୁ ଆସୁନାହିଁ । କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ୍ (K Vijay Raghavan, Chief Scientific Advisor) ସ୍ପଷ୍ଟ ଭାବରେ କହିଛନ୍ତି ଯେ କୋରୋନାର ତୃତୀୟ ଲହର ଦେଶରେ ଆସିବ, ଯଦିଓ ଏହା କେବେ ଆସିବ ସେ ସମ୍ବନ୍ଧରେ କୌଣସି ସିଦ୍ଧାନ୍ତରେ ପହଞ୍ଚି ନାହିଁ ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ଲାଗିଲା ସଂପୂର୍ଣ୍ଣ ଲକଡାଉନ୍, ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ରହିବ ବନ୍ଦ ?

ନୂତନ ଲହର ପାଇଁ ରୁହନ୍ତୁ ପ୍ରସ୍ତୁତ 

କେ ବିଜୟ ରାଘବନ୍ କହିଛନ୍ତି ଯେ, "କୋରୋନା ଭାଇରସ୍ ଯେଉଁ ବେଗରେ ବ୍ୟାପୁଛି ତାହା ସ୍ପଷ୍ଟ ଯେ ତୃତୀୟ ଲହର ମଧ୍ୟ ଆସିବ, କିନ୍ତୁ ଏହା କେବେ ଆସିବ ଏବଂ କେଉଁ ସ୍ତରରେ ହେବ ତାହା ସ୍ପଷ୍ଟ ହୋଇନାହିଁ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ନୂଆ ଲହର ପାଇଁ ପ୍ରସ୍ତୁତ ହେବା ଉଚିତ୍ । ବର୍ତ୍ତମାନ ପାଇଁ ଏହା ଏକ ଆଶ୍ୱସ୍ତିକର ବିଷୟ ଯେ ବର୍ତ୍ତମାନର ଭେରିଏଣ୍ଟସ ବିରୁଦ୍ଧରେ ଏହି ଟିକା ପ୍ରଭାବଶାଳୀ, କିନ୍ତୁ ଚିନ୍ତାର ବିଷୟ ଏହା ଯେ ନୂତନ ଭେରିଏଣ୍ଟସ୍ ଆସିବ ।

ଅଧିକ ପଢ଼ନ୍ତୁ:-ପଲିସି ଧାରକଙ୍କ ପାଇଁ ଜରୁରୀ ଖବର, ମେ ୧୦ରୁ LIC ନିୟମରେ ହେବ ବଡ଼ ପରିବର୍ତ୍ତନ!

୧୨ଟି ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କହିଛନ୍ତି ଯେ, କେତେକ ରାଜ୍ୟରେ କୋରୋନା ମାମଲା ହ୍ରାସ ପାଉଛି କିନ୍ତୁ ଏପର୍ଯ୍ୟନ୍ତ ଚିନ୍ତା କମ ହୋଇନାହିଁ । ୧୨ଟି ରାଜ୍ୟରେ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି । ଦେଶର ୧୦ଟି ରାଜ୍ୟରେ ପଜିଟିଭ ହାର ୨୫ ପ୍ରତିଶତରୁ ଅଧିକ ରହିଛି । ଟିକିଏ ଅସାବଧାନତା ଆମକୁ ମହଙ୍ଗା ପଡିପାରେ । ଗୋଟିଏ ଦିନ ପୂର୍ବ ତୁଳନାରେ ମଙ୍ଗଳବାର ୨.୪ ପ୍ରତିଶତ ମାମଲା ବୃଦ୍ଧି ପାଇଛି, ତେଣୁ ଅନେକ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଥର ପାଇଁ ଦେଶରେ ଦିନକରେ ୪ ଲକ୍ଷରୁ ଅଧିକ ମାମଲା ଚିହ୍ନଟ, ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୩୯୮୦ ମୃତ୍ୟୁ

ଏହି ୧୦ଟି ରାଜ୍ୟର ଅବସ୍ଥା ଚିନ୍ତାଜନକ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, କୋରୋନାର ନୂତନ ମାମଲା ମଧ୍ୟରୁ ୭୦.୯୧ ପ୍ରତିଶତ ମାମଲା ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ହରିୟାଣା, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ରାଜସ୍ଥାନରୁ ଆସିଛି । ଗୋଟିଏ ଦିନରେ କୋଭିଡ-19ରୁ ଗୋଟିଏ ଦିନରେ ୩୯80 ଜଣଙ୍କର ମୃତ୍ୟୁ ହୋଇଛି।