ଋଷ ସୀମାରେ 'ପାକିସ୍ଥାନ' ପରି ଦେଶ କରିବାକୁ ଚାହୁଁଛି ଆମେରିକା, ଜାଣନ୍ତୁ କ'ଣ ରହିଛି ପ୍ଲାନ୍
Advertisement
Article Detail0/zeeodisha/odisha1106048

ଋଷ ସୀମାରେ 'ପାକିସ୍ଥାନ' ପରି ଦେଶ କରିବାକୁ ଚାହୁଁଛି ଆମେରିକା, ଜାଣନ୍ତୁ କ'ଣ ରହିଛି ପ୍ଲାନ୍

Ukraine Russia Conflict: ଚେଲାନି କହିଛନ୍ତି ଯେ, ଆମେରିକା (US) ୧୯୮ ବର୍ଷ ପୁରୁଣା ମୋନରୋ ସିଦ୍ଧାନ୍ତ ପୁଣି ଥରେ ଲାଗୁ କରିବାକୁ ଚାହୁଁଛି, ଯାହା ଦ୍ୱାରା ଏହା ସୁନିଶ୍ଚିତ ହୋଇପାରିବ ଯେ କୌଣସି ଅମିତ୍ର ଶକ୍ତି ନାହିଁ । କିନ୍ତୁ ତଥାପି ଆମେରିକା ନାଟୋ (NATO) କୁ ଋଷ (Russia) ର ସୀମା ପର୍ଯ୍ୟନ୍ତ ବିସ୍ତାର କରିସାରିଛି । ୱାଶିଂଟନ୍ ବାଲଟିକ୍ କ୍ଷେତ୍ରରେ ନାଟୋ ସୈନ୍ୟ ମୁତୟନ କରିଛି । ୟୁକ୍ରେନରେ ପ୍ରାୟ ୧୮,୭୫୦ କୋଟିର ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସହାୟତା ପାଇଁ ନିବେଶ କରିଛି ।

ଋଷ ସୀମାରେ 'ପାକିସ୍ଥାନ' ପରି ଦେଶ କରିବାକୁ ଚାହୁଁଛି ଆମେରିକା, ଜାଣନ୍ତୁ କ'ଣ ରହିଛି ପ୍ଲାନ୍

ନୂଆଦିଲ୍ଲୀ: Ukraine Russia Conflict: ୟୁକ୍ରେନ (Ukraine) କୁ ନେଇ ଋଷ (Russia) ଓ ଆମେରିକା (US) ମଧ୍ୟରେ ସମ୍ପର୍କ ଅଧିକ ଖରାପ ହେବାରେ ଲାଗିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ପୂର୍ବ ୟୁକ୍ରେନର "ଡୋନେଟସ୍କ (Donetsk) ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍ (Luhansk People's Republics)" କୁ ସ୍ୱାଧୀନ ଦେଶ ଭାବରେ ସ୍ୱୀକୃତି ଦେବା ପରେ ବିବାଦ ଉପୁଜିଛି । ଏହି ସମୟରେ ବିଶ୍ୱ ବ୍ୟାପାର ମାମଲାରେ ବିଶେଷଜ୍ଞ ବ୍ରହ୍ମା ଚେଲାନି ୟୁକ୍ରେନ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ,  ଋଷ (Russia) ସୀମାରେ ଆମେରିକା (America) 'ପାକିସ୍ଥାନ' (Pakistan) ଭଳି ଦେଶ ସୃଷ୍ଟି କରି ମସ୍କୋ (Moscow) କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଛି ।

ଚେଲାନି କହିଛନ୍ତି ଯେ, ଆମେରିକା (US) ୧୯୮ ବର୍ଷ ପୁରୁଣା ମୋନରୋ ସିଦ୍ଧାନ୍ତ ପୁଣି ଥରେ ଲାଗୁ କରିବାକୁ ଚାହୁଁଛି, ଯାହା ଦ୍ୱାରା ଏହା ସୁନିଶ୍ଚିତ ହୋଇପାରିବ ଯେ କୌଣସି ଅମିତ୍ର ଶକ୍ତି ନାହିଁ । କିନ୍ତୁ ତଥାପି ଆମେରିକା ନାଟୋ (NATO) କୁ ଋଷ (Russia) ର ସୀମା ପର୍ଯ୍ୟନ୍ତ ବିସ୍ତାର କରିସାରିଛି । ୱାଶିଂଟନ୍ ବାଲଟିକ୍ କ୍ଷେତ୍ରରେ ନାଟୋ ସୈନ୍ୟ ମୁତୟନ କରିଛି । ୟୁକ୍ରେନରେ ପ୍ରାୟ ୧୮,୭୫୦ କୋଟିର ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସହାୟତା ପାଇଁ ନିବେଶ କରିଛି ।

ୟୁକ୍ରେନ ସଙ୍କଟର କାରଣ ନାଟୋର ବିସ୍ତାରବାଦୀ ନୀତି?

ସେ କହିଛନ୍ତି ଯେ, ୟୁକ୍ରେନ ସଙ୍କଟ କାରଣ ହେଉଛି ନାଟୋର ବିସ୍ତାରବାଦୀ ନୀତି । ୧୯୯୪ରେ ଋଷର ପୂର୍ବତନ ରାଷ୍ଟ୍ରପତି ବୋରିସ୍ ୟେଲଟସିନ୍ ଚେତାବନୀ ଦେଇଥିଲେ ଯେ, ୟୁରୋପ ପୁଣି ବିଭାଜିତ ହେବ । ୟୁକ୍ରେନରେ ଋଷ ୧୯୫୦ ଦଶକରୁ ଭାରତ ସୀମାରେ ଆମେରିକା ଦ୍ୱାରା ନିର୍ମାଣ କରାଯାଇଥିବା ଜିନିଷକୁ ପ୍ରତିରୋଧ କରିବାକୁ ଚେଷ୍ଟା କରୁଛି - ଏକ ଶତ୍ରୁତାପୂର୍ଣ୍ଣ, ସାମରିକବାଦୀ ପାକିସ୍ଥାନ, SEATO ଏବଂ CENTO ର ସଦସ୍ୟ ।

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ, ତା'ପରେ ଦେଖନ୍ତୁ କମାଲ!

ଏହା ବି ପଢ଼ନ୍ତୁ:-୧୪୧ ଦିନ ଯାଏଁ ଶନିଙ୍କ କୋପରୁ ସାବଧାନ ରୁହନ୍ତୁ ଏସବୁ ରାଶି, ଆପଣାନ୍ତୁ ଏହି ଉପାୟ, ନଚେତ୍...

ଏହା ବି ପଢ଼ନ୍ତୁ:-ୟୁରୋପରେ ୟୁକ୍ରେନ ହେଉଛି ଦ୍ୱିତୀୟ ବୃହତ୍ତମ ଦେଶ, ଜାଣନ୍ତୁ ଏହାର ଜନସଂଖ୍ୟା, ମୁଦ୍ରା, ଧର୍ମ, ଭାଷା ଏବଂ କିଛି ରୋଚକ ତଥ୍ୟ

ଏହା ବି ପଢ଼ନ୍ତୁ:-ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ଋଷ, ତେବେ ଦୁନିଆକୁ ଭୋଗିବାକୁ ପଡ଼ିବ ଏସବୁ ସମସ୍ୟା

 

ଋଷ ନିଜର ପଡ଼ୋଶୀ ଦେଶରେ ପାକିସ୍ତାନ ଚାହୁଁନାହିଁ!

ଚେଲାନି କହିଛନ୍ତି ଯେ, ପୁଟିନ କହୁଛନ୍ତି ଯେ ଋଷ ନିଜ ଦକ୍ଷିଣ-ପଶ୍ଚିମ ସୀମାରେ 'ପାକିସ୍ତାନ' ସୃଷ୍ଟିକୁ ସହ୍ୟ କରିବ ନାହିଁ । ଗୋଟିଏ ପଟେ ଚୀନ ବିଶ୍ୱ ସ୍ତରରେ ଆମେରିକାକୁ ଏକ ପ୍ରମୁଖ ଶକ୍ତି ଭାବରେ ବଦଳାଇବା ପାଇଁ କାର୍ଯ୍ୟ କରୁଛି । ଅନ୍ୟପଟେ ଋଷର ଧ୍ୟାନ ନିଜ ସୁରକ୍ଷା ଚିନ୍ତାକୁ ନେଇ ରହିଛି । ଆମେରିକାକୁ ଏହି ବିଷୟଗୁଡ଼ିକକୁ ବୁଝିବାର ଆବଶ୍ୟକତା ରହିଛି ।