Ukraine Russia Conflict: ଏହା ସହିତ ଋଷ (Russia) ୟୁକ୍ରେନ (Ukraine) ସୀମା ନିକଟରେ ପ୍ରାୟ ୨ ଲକ୍ଷ ସୈନିକ ମୁତୟନ କରିଛି । ସେପଟେ ୟୁକ୍ରେନର ରାଜଧାନୀ କୀଭରେ ବିସ୍ଫୋରଣର ଅନେକ ଶବ୍ଦ ଶୁଣାଯାଉଛି । ୟୁକ୍ରେନର ତୃତୀୟ ବୃହତ୍ତମ ସହର କ୍ରେମଟୋରସ୍କ ଓ ଓଡେସାରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି ।
Trending Photos
ନୂଆଦିଲ୍ଲୀ: Ukraine Russia Conflict: ୟୁକ୍ରେନ-ଋଷ ମଧ୍ୟରେ ତିକ୍ତତା ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୁଟିନ କହିଛନ୍ତି ଯେ, ୟୁକ୍ରେନ ସେନା (Ukrainian Army) ଆତ୍ମସମର୍ପଣ କରୁ । ଏହା ପରେ ୟୁକ୍ରେନ (Ukraine) ର ଅଲଗା ଅଲଗା ସହରରୁ ବିସ୍ଫୋରଣର ଖବର ନିରନ୍ତର ଆସୁଛି । AFP ଅନୁଯାୟୀ, ପୁଟିନ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଋଷ (Russia) ଏହାକୁ ଦଖଲ କରିବାର କୌଣସି ଉଦ୍ଦେଶ୍ୟ ନାହିଁ । କିନ୍ତୁ ଯଦି କୌଣସି ବାହ୍ୟ ବିପଦ ଥାଏ, ତେବେ ତୁରନ୍ତ ଏହାର ଜବାବ ଦିଆଯିବ ।
ଏହା ସହିତ ଋଷ (Russia) ୟୁକ୍ରେନ (Ukraine) ସୀମା ନିକଟରେ ପ୍ରାୟ ୨ ଲକ୍ଷ ସୈନିକ ମୁତୟନ କରିଛି । ସେପଟେ ୟୁକ୍ରେନର ରାଜଧାନୀ କୀଭରେ ବିସ୍ଫୋରଣର ଅନେକ ଶବ୍ଦ ଶୁଣାଯାଉଛି । ୟୁକ୍ରେନର ତୃତୀୟ ବୃହତ୍ତମ ସହର କ୍ରେମଟୋରସ୍କ ଓ ଓଡେସାରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି ।
ଏହା ବି ପଢ଼ନ୍ତୁ:-କିସମିସ ଓ ମହୁର ଆଶ୍ଚର୍ଯ୍ୟଜନକ ଲାଭ: ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଏହି ସମୟରେ କରନ୍ତୁ ସେବନ
ଏହା ବି ପଢ଼ନ୍ତୁ:-ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ଦୁନିଆ! ଜାଣନ୍ତୁ ୟୁକ୍ରେନ-ଋଷ ସଙ୍କଟରେ କେଉଁ ଦେଶ କାହା ସହିତ ଛିଡା ହୋଇଛି?
ଏହା ବି ପଢ଼ନ୍ତୁ:-ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଛି ଏହି ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି ପରିବାର ସହ
ଏହା ବି ପଢ଼ନ୍ତୁ:-କୋଲେଷ୍ଟ୍ରଲ ବଢ଼ିଲେ ଏହି ତେଲରେ କେବେବି ରାନ୍ଧନ୍ତୁ ନାହିଁ ଖାଦ୍ୟ, ନଚେତ୍ ସିଧାସଳଖ ମୃତ୍ୟୁକୁ କରିବେ ଆମନ୍ତ୍ରଣ
ଏହା ବି ପଢ଼ନ୍ତୁ:-ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ପୁଟିନ, ଶୌଚାଳୟ ମଧ୍ୟ ସୁନାରେ ତିଆରି!
ଏହାପୂର୍ବରୁ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ଙ୍କୁ ନିଜ ଦେଶ ବାହାରେ ସାମରିକ ବଳ ପ୍ରୟୋଗ କରିବାର ଅଧିକାର ପାଇବା ପରେ ୟୁକ୍ରେନ (Ukraine) ବୁଧବାର ଦିନ ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଏହି ସମୟରେ ପାଶ୍ଚାତ୍ୟ ଦେଶଗୁଡିକ ଋଷ (Russia) ବିରୁଦ୍ଧରେ ଅନେକ କଟକଣା ଘୋଷଣା କରିଛନ୍ତି ଓ ମସ୍କୋ (Moscow) ୟୁକ୍ରେନ ସ୍ଥିତ ଦୂତାବାସ ପରିସରକୁ ଖାଲି କରି କୂଟନୈତିକ କର୍ମଚାରୀଙ୍କୁ ସ୍ଥାନାନ୍ତର କରିଛି । ୟୁକ୍ରେନର ସାଂସଦମାନେ ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (President Volodymyr Zelensky) ଙ୍କ ଆଦେଶକୁ ମଞ୍ଜୁରୀ ଦେଇଛନ୍ତି । ଯାହା ଗୁରୁବାର ଠାରୁ ୩୦ ଦିନ ପର୍ଯ୍ୟନ୍ତ ଚାଲିବ ।
ପୁଟିନ (Vladimir Putin) କହିଛନ୍ତି ଯେ, ଯିଏ ଆମ ସହିତ ହସ୍ତକ୍ଷେପ କରିବାକୁ କିମ୍ବା ଆମ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରେ ସେ ଜାଣିବା ଉଚିତ ଯେ ଋଷ (Russia) ର ପ୍ରତିକ୍ରିୟା ତୁରନ୍ତ ହେବ ଏବଂ ଆପଣଙ୍କୁ ଏପରି ପରିଣାମ ଆଡ଼କୁ ନେଇଯିବ ଯେପରି ଆପଣ ଆପଣଙ୍କର ଇତିହାସରେ ପୂର୍ବରୁ କେବେବି ଅନୁଭବ କରି ନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନରେ ଆମର ଯୋଜନା ( ବିଶେଷ ସାମରିକ ଅପରେସନ୍) ୟୁକ୍ରେନ ଅଞ୍ଚଳର ଦଖଲ କରିବାରେ ସାମିଲ ନାହିଁ ।
ଅନ୍ୟପଟେ, ଋଷ ସୈନ୍ୟ କାର୍ଯ୍ୟାନୁଷ୍ଠାନ (Russia Military Operation) ଆଦେଶ ଦେବା ପୂର୍ବରୁ ସୀମାରେ ଲଗାତର ବଢ଼ୁଥିବା ଉତ୍ତେଜନା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (Ukraine (President Volodymyr Zelensky) ଦେଶକୁ ସମ୍ୱୋଧନ କରି ଯୁଦ୍ଧକୁ ରୋକିବା ପାଇଁ ଏକ ଭାବପୂର୍ଣ୍ଣ ଅପିଲ କରିଥିଲେ । ସେ ଋଷର ଲୋକଙ୍କୁ ରୁଷ-ୟୁକ୍ରେନର ମିଳିତ ଇତିହାସ ଓ ସଂସ୍କୃତି ବିଷୟରେ ମନେ ପକାଇଥିଲେ । ଜେଲେନସ୍କି କହିଛନ୍ତି ଯେ ସେ ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଫୋନ୍ କରିଥିଲେ, କିନ୍ତୁ କୌଣସି ଉତ୍ତର ମିଳି ନଥିଲା । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ ତାଙ୍କ ଦେଶ ଶାନ୍ତି ଚାହୁଁଛି ।