ଋଷିଆ ବିରୋଧି ଯୁଦ୍ଧ ବେଳେ ବ୍ରହ୍ମାସ୍ତ୍ର ମାଗିଲା ୟୁକ୍ରେନ
Advertisement
Article Detail0/zeeodisha/odisha1212632

ଋଷିଆ ବିରୋଧି ଯୁଦ୍ଧ ବେଳେ ବ୍ରହ୍ମାସ୍ତ୍ର ମାଗିଲା ୟୁକ୍ରେନ

ଯୁଦ୍ଧ ସମୟରେ ବିଶ୍ୱର ବିଭିନ୍ନ ଦେଶକୁ ହତିଆର, ଅସ୍ତ୍ରଶସ୍ତ୍ର ଯୋଗାଇବା ଲାଗି ନିବେଦନ କରିଆସୁଛି ୟୁକ୍ରେନ।

ଋଷିଆ ବିରୋଧି ଯୁଦ୍ଧ ବେଳେ ବ୍ରହ୍ମାସ୍ତ୍ର ମାଗିଲା ୟୁକ୍ରେନ

Russia-Ukraine War: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୦୦ ଦିନ ପୂରଣ ହୋଇସାରିଛି। ମାତ୍ର ଏହି ଯୁଦ୍ଧରେ କାହାର ବିଜୟ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯୁଦ୍ଧ ସମୟରେ ବିଶ୍ୱର ବିଭିନ୍ନ ଦେଶକୁ ହତିଆର, ଅସ୍ତ୍ରଶସ୍ତ୍ର ଯୋଗାଇବା ଲାଗି ନିବେଦନ କରିଆସୁଛି ୟୁକ୍ରେନ। ସଦ୍ୟ ଏହି କ୍ରମରେ ୟୁକ୍ରେନ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଆକ୍ରମଣର ମୁକାବିଲା ପାଇଁ ଇସ୍ରାଏଲ ପାଖରୁ ଆଇରନ୍ ଡୋମ୍ ରକେଟ୍ ଇଣ୍ଟରସ୍ପେସନ ସିଷ୍ଟମ କ୍ରୟ କରିବାକୁ ବିଚାର କରୁଛି। ରାଜଧାନୀ ତେଲ ଆଭିଭ ଠାରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ଆଇରନ ଡୋମ ଏବଂ ଆଣ୍ଟି ଟ୍ୟାଙ୍କ ମିସାଇଲ ଯୋଗାଇବାକୁ ଇସ୍ରାଏଲ ଉଦ୍ଦେଶ୍ୟରେ ନିବେଦନ କରିଛନ୍ତି।

ମଙ୍ଗଳବାର ୟୁକ୍ରେନ ରାଷ୍ଟ୍ରଦୂତ ୟେବଗେନ କାର୍ନିଓଚୁକ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ବିକ୍ରୟ କରିବାକୁ ଅନୁମତି ଦେଇ ନ ଥିବା ଅଭିଯୋଗ କରିବା ବନ୍ଦ କରିଛନ୍ତି। ବର୍ତ୍ତମାନ ୟୁକ୍ରେନ ରାଷ୍ଟ୍ରଦୂତ ଚାହୁଁଛନ୍ତି ଯେ ଇସ୍ରାଏଲ୍ ସରକାର ତାଙ୍କ ଦେଶକୁ ସାମରିକ ସହାୟତା ଯୋଗାଇ ଦିଅନ୍ତୁ। ଆମେରିକା ଏହି ପଦକ୍ଷେପକୁ ବିରୋଧ କରିବ ନାହିଁ ବୋଲି କହି ସେ କହିଛନ୍ତି ଯେ ୟୁକ୍ରେନ ଇସ୍ରାଏଲ ପାଖରୁ ରକେଟ୍ ଇଣ୍ଟରସେପ୍ଟ ସିଷ୍ଟମ କିଣିବାକୁ ଚାହୁଁଛି।

ଗତ ସପ୍ତାହରେ ରାଷ୍ଟ୍ରଦୂତ ୟେବଗେନ କାର୍ନିଓଚୁକ କହିଥିଲେ ୟୁକ୍ରେନକୁ ସ୍ପାଇକ ଆଣ୍ଟି ଟ୍ୟାଙ୍କ ମିସାଇଲ ପ୍ରଦାନ କରିବା ଲାଗି ଆମେରିକା ଏବଂ ଜର୍ମାନୀ ପକ୍ଷରୁ କରାଯାଇଥିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା ଇସ୍ରାଏଲ। ଋଷିଆ ବିରୋଧି ଯୁଦ୍ଧ ବେଳେ କେବଳ ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଉଛି ଇସ୍ରାଏଲ। ଇସ୍ରାଏଲ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇବାକୁ ବାରଣ କରୁଛି। କାରଣ ଏହା ଦ୍ୱାରା ଋଷିଆ ଅସନ୍ତୁଷ୍ଟ ହୋଇପାରେ। ଅନ୍ୟପଟେ ପଡୋଶୀ ସିରିୟା ମାଟିରେ ଏକ ଋଷୀୟ ସୈନ୍ୟ ମୁତୟନ ହୋଇଛନ୍ତି।   

ଇସ୍ରାଏଲ ନିର୍ମିତ ଆଇରନ ଡୋମ ସିଷ୍ଟମ୍ ସ୍ୱଳ୍ପ ଦୂରଗାମୀ ରକେଟ୍ କୁ ଅଟକାଇ ଭୂମିରେ ପଡ଼ିବା ପୂର୍ବରୁ ସେମାନଙ୍କୁ ନଷ୍ଟ କରିଦିଏ। ପ୍ରାୟ ଏକ ଦଶନ୍ଧି ଧରି ଆମେରିକା ଇସ୍ରାଏଲ ଦ୍ୱାରା ନିର୍ମିତ ଏହି ଅସ୍ତ୍ରକୁ ଆର୍ଥିକ ସହାୟତା ପ୍ରଦାନ କରୁଛି। ଆମେରିକୀୟ କଂଗ୍ରେସ ଅନୁସନ୍ଧାନ ସେବା ଅନୁଯାୟୀ ଏହାର ଉତ୍ପାଦନ ଏବଂ ରକ୍ଷଣାବେକ୍ଷଣ ପାଇଁ ଆମେରିକା ୧.୬ ବିଲିୟନ ଡଲାର ସହୟତା ଦେଇଛି।

Also Read: ଦେଶର ସୁରକ୍ଷା କବଚ ମାଗିଲେ ୟୁଏଇ-ସାଉଦି ଆରବ; ହେଲେ କାହିଁକି ଦେବାକୁ ମନକଲା ଇସ୍ରାଏଲ?

Also Read: Israel କ୍ଷେପଣାସ୍ତ୍ର ଆକ୍ରମଣରେ ଥରହର Syria, ରାତି ସାରା ସତର୍କ ରହିଲା Air Defense System

Also Read: ଜର୍ମାନୀ କୁ ଧମକ ଦେଲା ଋଷିଆ; କହିଲା ୟୁକ୍ରେନ କୁ ସାହାଯ୍ୟ ପଠାଇଲେ...