ଜର୍ମାନୀ କୁ ଧମକ ଦେଲା ଋଷିଆ; କହିଲା ୟୁକ୍ରେନ କୁ ସାହାଯ୍ୟ ପଠାଇଲେ...
Advertisement
Article Detail0/zeeodisha/odisha1172890

ଜର୍ମାନୀ କୁ ଧମକ ଦେଲା ଋଷିଆ; କହିଲା ୟୁକ୍ରେନ କୁ ସାହାଯ୍ୟ ପଠାଇଲେ...

ଋଷୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁସାରେ ଜଣେ ଜର୍ମାନୀ ପ୍ରବକ୍ତା କହିଛନ୍ତି ବିଗତ ୬ ସପ୍ତାହରେ ଜର୍ମାନୀ ୟୁକ୍ରେନ ଉଦ୍ଦେଶ୍ୟରେ ଅସ୍ତ୍ରଶସ୍ତ୍ର ଯୋଗାଣକୁ ଜୋରଦାର କରିଛି।

ଜର୍ମାନୀ କୁ ଧମକ ଦେଲା ଋଷିଆ; କହିଲା ୟୁକ୍ରେନ କୁ ସାହାଯ୍ୟ ପଠାଇଲେ...

Germany in Russia Ukraine War: ଯୁଦ୍ଧ ବେଳେ ୟୁକ୍ରେନ ଲାଗି ସାହାଯ୍ୟ ପଠାଇବାକୁ ନେଇ ଜର୍ମାନୀ ଉଦ୍ଦେଶ୍ୟରେ ଧମକ ଦେଇଛି ଋଷିଆ। ଏନେଇ ଜର୍ମାନୀ ଉଦ୍ଦେଶ୍ୟରେ ଧମକ ଦେଇ ଋଷିଆ  ପକ୍ଷରୁ କୁହାଯାଇଛି ଯଦି ଯୁଦ୍ଧ ବେଳେ ୟୁକ୍ରେନ ଉଦ୍ଦେଶ୍ୟରେ କୌଣସି ସାହାଯ୍ୟ ସହଯୋଗ ପଠାଯାଏ ତାହେଲେ ନିରପେକ୍ଷତା ସ୍ଥିତି ହରାଇବାକୁ ପଡ଼ିବ। ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ନିରପେକ୍ଷ ରହିବା ନେଇ କହିସାରିଛି ଜର୍ମାନୀ।

ଋଷୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁସାରେ ଜଣେ ଜର୍ମାନୀ ପ୍ରବକ୍ତା କହିଛନ୍ତି ବିଗତ ୬ ସପ୍ତାହରେ ଜର୍ମାନୀ ୟୁକ୍ରେନ ଉଦ୍ଦେଶ୍ୟରେ ଅସ୍ତ୍ରଶସ୍ତ୍ର ଯୋଗାଣକୁ ଜୋରଦାର କରିଛି। ମାତ୍ର ଜର୍ମାନୀ ଏହା ସ୍ୱୀକାର କରୁନାହଁ ଯେ ସ୍ୱଦେଶରେ ଅବସ୍ଥିତ ଆମେରିକୀୟ ସେନା ଶିବିରରେ ୟୁକ୍ରେନ ସୈନିକଙ୍କୁ ପ୍ରଶିକ୍ଷଣ ଦେଇ ଲକ୍ଷ୍ମଣରେଖା ଅତିକ୍ରମ କରିଛି। ଋଷିଆ ଏକଥା ଭଲ ଭାବେ ଜାଣିଛି। ସ୍ୱଦେଶ ମାଟିରେ ୟୁକ୍ରେନ ସୈନ୍ୟଙ୍କୁ ପ୍ରଶିକ୍ଷଣ ଦେବାର ଅର୍ଥ ନୁହେଁ ଯେ ଜର୍ମାନୀ ସିଧାସଳଖ  ଋଷିଆ-ୟୁକ୍ରେନ ଯୁଦ୍ଧରେ ଅଂଶଗ୍ରହଣ କରିବ। 

Also Read: ସେହି ୫ ମହାଶକ୍ତି ଯାହାଙ୍କ ବଳରେ ବଳୀୟାନ Ukraine

ଗତ ସପ୍ତାହରେ ୟୁକ୍ରେନ ସେନାକୁ ସ୍ୱୟଂଚାଳିତ ଆଣ୍ଟି ଏୟାରକ୍ରାଫ୍ଟ ଗନ୍ ଦେବାକୁ ଘୋଷଣା କରିଥିଲେ ଜର୍ମାନ ସରକାର। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜର୍ମାନୀ ପ୍ରତିରକ୍ଷା ମନ୍ତ୍ରୀ କ୍ରିଷ୍ଟିନ୍ ଲୈବ୍ରେଞ୍ଚ୍ ସ୍ୱଦେଶରେ ଅବସ୍ଥିତ ଆମେରିକା ଦ୍ୱାରା ପରିଚାଳିତ Ramstein Military Base ଠାରେ ଘୋଷଣା କରିଥିଲେ ବର୍ଲିନ ୱେଷ୍ଟର୍ଣ୍ଣ ଆର୍ଟିଲାରୀ ସିଷ୍ଟମ ସହ ୟୁକ୍ରେନ ସୈନ୍ୟଙ୍କ ପ୍ରଶିକ୍ଷଣକୁ ସମର୍ଥନ କରିବ।   

ୟୁକ୍ରେନ ସୈନିକ କଥିତ ଭାବେ ଜର୍ମାନୀ ମାଟିରେ ସାମରିକ ପ୍ରଶିକ୍ଷଣ ନେଉଛନ୍ତି।  ଗତ ଅପ୍ରେଲରେ ଆମେରିକୀୟ ସେନା ମୁଖ୍ୟାଳୟ ପେଣ୍ଟାଗନ ପକ୍ଷରୁ ଘୋଷଣା କରାଯାଇଥିଲା ଆମେରିକା ବିଦେଶୀ ମାଟିରେ ୟୁକ୍ରେନ ସୈନ୍ୟବାହିନୀକୁ ସହାୟତା ପ୍ରଦାନ କରିବ। ଜର୍ମାନୀସ୍ଥିତ Ramstein Military Base ଠାରେ ୟୁକ୍ରେନ ସୈନ୍ୟ ପ୍ରଶିକ୍ଷଣ ନେଉଥିବା କଥାକୁ ସ୍ୱୀକାର କରିଛି ଆମେରିକା।

Also Read: War Against Russia: Ukraine କୁ କେଉଁ ଦେଶ ଯୋଗାଉଛନ୍ତି ଘାତକ ହତିଆର?

 

ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଜର୍ମାନ ସରକାର ଦେଶର ବିରୋଧୀ ଦଳ ସମାଲୋଚିତ ହୋଇଛନ୍ତି। ଏନେଇ କୁହାଯାଉଛି ବର୍ଲିନ ୟୁରୋପ ମହାଦେଶକୁ ଏକ ବୃହତ ବିବାଦ ଭିତରକୁ ଠେଲି ଦେଉଛି। ବିରୋଧୀଦଳ ସାଂସଦ ଜ୍ୟାକଲିନ ନାଷ୍ଟିକ୍ ସୋମବାର କହିଛନ୍ତି ଯେ ଦେଶର ସରକାର ବର୍ଲିନକୁ ଏହି ଯୁଦ୍ଧରେ ଏକ ସକ୍ରିୟ ଦଳ ଭାବେ ପ୍ରଦର୍ଶିତ କରିଛନ୍ତି। ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଯୁଦ୍ଧରେ ଋଷିଆ ଦ୍ୱାରା କରାଯାଇଥିବା ଆକ୍ରମଣ ଅନେକ ୟୁକ୍ରେନ ସହର ଧ୍ୱଂସସ୍ତୁପରେ ପରିଣତ ହୋଇସାରିଛି।