ଭଲ ଖବର! ୧୧.୮ କୋଟି ଛାତ୍ର-ଛାତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର, ଘୋଷଣା କଲେ ଶିକ୍ଷା ମନ୍ତ୍ରୀ
Advertisement

ଭଲ ଖବର! ୧୧.୮ କୋଟି ଛାତ୍ର-ଛାତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର, ଘୋଷଣା କଲେ ଶିକ୍ଷା ମନ୍ତ୍ରୀ

MDM Scheme: ଏହି ସାହାଯ୍ୟ ପିଲାମାନଙ୍କର ପୋଷଣ ସ୍ତରକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ ଓ ମହାମାରୀର ଏହି ଚ୍ୟାଲେଞ୍ଜିଂ ସମୟରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରିବ । ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନକୁ ଅତିରିକ୍ତ ୧୨୦୦ କୋଟି ଟଙ୍କା ପ୍ରଦାନ କରିବେ ।

ଭଲ ଖବର! ୧୧.୮ କୋଟି ଛାତ୍ର-ଛାତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର, ଘୋଷଣା କଲେ ଶିକ୍ଷା ମନ୍ତ୍ରୀ

ଜଗଦୀଶ୍ ବାରିକ୍, ନୂଆଦିଲ୍ଲୀ: ମଧ୍ୟାହ୍ନ ଭୋଜନ ଯୋଜନା (Midday Meal Scheme) ଅଧୀନରେ ପିଲାମାନଙ୍କୁ ସିଧାସଳଖ ଟଙ୍କା ଟ୍ରାନ୍ସଫର (DBT) କରାଯିବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ 'ନିଶଙ୍କ' (Ramesh Pokhriyal Nishank) ମଧ୍ୟାହ୍ନ ଭୋଜନ ଯୋଜନାର ସମସ୍ତ ଯୋଗ୍ୟ ପିଲାଙ୍କ ପାଇଁ ରୋଷେଇ ଖର୍ଚ୍ଚ ସହିତ ସମାନ ପରିମାଣର ଅର୍ଥ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । 

ଅଧିକ ପଢ଼ନ୍ତୁ:-୧୦ ମାସର ଶିଶୁକୁ ଛୁରୀ ଭୁସି ହତ୍ୟା କଲା ମା', ତା’ପରେ ସ୍ୱାମୀଙ୍କ ଫୋନକୁ ପଠାଇଲା ଏହି ମେସେଜ୍

ଆର୍ଥିକ ସହାୟତା ପାଇବେ ୧୧.୮ କୋଟି ଛାତ୍ର 

ଏଥିରେ ୧୧.୮ କୋଟି ଟଙ୍କା  ଛାତ୍ର-ଛାତ୍ରୀ DBT ମାଧ୍ୟମରେ ନଗଦ ଟଙ୍କା ପାଇବେ । ଏହା ମଧ୍ୟାହ୍ନ ଭୋଜନ ଯୋଜନାକୁ ଗତି ଦେବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PM-GKAY) ଅଧୀନରେ ପ୍ରତି ମାସରେ ୫ କିଲୋଗ୍ରାମ ହାରରେ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ ପାଇଁ ଭାରତ ସରକାରଙ୍କ ଘୋଷଣା ଠାରୁ ଏହା ଭିନ୍ନ ଅଟେ ।

ଅଧିକ ପଢ଼ନ୍ତୁ:-୪୫ ଦିନ ପରେ ଦେଶରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ

ଟ୍ୱିଟ୍ କରିଛନ୍ତି ଶିକ୍ଷା ମନ୍ତ୍ରୀ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ 'ନିଶଙ୍କ' ଟ୍ୱିଟ କରି କହିଛନ୍ତି ଯେ MDM ଯୋଜନା ଅଧୀନରେ ପ୍ରାୟ ୧୧.୮ କୋଟି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ସରକାର DBT ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିବେ । ଏଥିପାଇଁ ଆଉ ୧୨୦୦ କୋଟି ଟଙ୍କା ଏହି ପାଣ୍ଠିରେ ଦିଆଯିବ । 

ଏହି ନିଷ୍ପତ୍ତି ପିଲାମାନଙ୍କର ପୋଷଣ ସ୍ତରକୁ ସୁରକ୍ଷିତ କରିବାରେ ସାହାଯ୍ୟ କରିବ ଓ ମହାମାରୀର ଏହି ଚ୍ୟାଲେଞ୍ଜିଂ ସମୟରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରିବ । ଏଥିପାଇଁ କେନ୍ଦ୍ର ସରକାର (central government) ରାଜ୍ୟ ସରକାର ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନକୁ ଅତିରିକ୍ତ ୧୨୦୦ କୋଟି ଟଙ୍କା ପ୍ରଦାନ କରିବେ ।

ଅଧିକ ପଢ଼ନ୍ତୁ:-ମହଙ୍ଗା ହେବ ବିମାନ ଯାତ୍ରା, ଜୁନ ୧ରୁ ବୃଦ୍ଧି ପାଇବ ଏତିକି ଭଡା

କେନ୍ଦ୍ର ସରକାରଙ୍କ ଏହି ଏକକାଳୀନ ସ୍ୱତନ୍ତ୍ର କଲ୍ୟାଣମୂଳକ ପଦକ୍ଷେପରେ ସାରା ଦେଶରେ ୧୧.୨୦ ଲକ୍ଷ ସରକାରୀ ଓ ସରକାରୀ ସହାୟକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ପ୍ରାୟ ୧୧.୮ କୋଟି ଛାତ୍ର-ଛାତ୍ରୀ ଉପକୃତ ହେବେ ।