ଯଦି ୟୁପି ଏକଜିଟ୍ ପୋଲ୍ ସତ ହୁଏ ତ ସମାଜବାଦୀ ପାର୍ଟି ଓ ଅଖିଳେଶଙ୍କ ପାଇଁ ରହିଛି ୪ଟି ଖୁସି ଖବର
Advertisement
Article Detail0/zeeodisha/odisha1119622

ଯଦି ୟୁପି ଏକଜିଟ୍ ପୋଲ୍ ସତ ହୁଏ ତ ସମାଜବାଦୀ ପାର୍ଟି ଓ ଅଖିଳେଶଙ୍କ ପାଇଁ ରହିଛି ୪ଟି ଖୁସି ଖବର

UP Elections 2020: ସେହିପରି ରିପବ୍ଲିକ୍-ପି ମାର୍କ ଅନୁଯାୟୀ, ଏସପିକୁ ୧୩୦-୧୫୦ ଆସନ ମିଳିପାରେ । ଏଥି ସହିତ ୨୦୧୭ ତୁଳନାରେ ଦଳର ଭୋଟ୍ ସେୟାର (vote share) ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥିବାର ଜଣାପଡିଛି । ଏଥି ସହିତ ପ୍ରାୟ ସମସ୍ତ ଏକଜିଟ୍ ପୋଲରେ ଏସପିର ଭୋଟ୍ ଅଂଶ ୧୦-୧୫% ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି ।

ଯଦି ୟୁପି ଏକଜିଟ୍ ପୋଲ୍ ସତ ହୁଏ ତ ସମାଜବାଦୀ ପାର୍ଟି ଓ ଅଖିଳେଶଙ୍କ ପାଇଁ ରହିଛି ୪ଟି ଖୁସି ଖବର

ଲକ୍ଷ୍ନୌ: UP Elections 2020: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ଶେଷ ହୋଇସାରିଛି । ବର୍ତ୍ତମାନ ସମସ୍ତେ ଫଳାଫଳର ଅପେକ୍ଷା କରୁଛନ୍ତି । ଏହା ପୂର୍ବରୁ ବିଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ପାଇଁ ମତଦାନ ପରେ ସୋମବାର ସନ୍ଧ୍ୟାରେ ଆସିଥିବା ପ୍ରାୟ ସମସ୍ତ ଏକଜିଟ୍ ପୋଲ (Exit Polls 2022) ରେ କୁହାଯାଇଛି ଯେ ଯୋଗୀ ଆଦିତ୍ୟନାଥ (Yogi Adityanath) ଙ୍କ ନେତୃତ୍ୱରେ ପୁଣି ଥରେ ବିଜେପି ସରକାର (BJP Government) ଗଠନ କରିବାକୁ ଯାଉଛି । ସମସ୍ତ ଏକଜିଟ୍ ପୋଲ୍ ଏହା ମଧ୍ୟ ସଙ୍କେତ ଦେଉଛି ଯେ ଅଖିଳେଶ ଯାଦବ (Akhilesh Yadav) ଙ୍କ ସମାଜବାଦୀ ପାର୍ଟି (Samajwadi Party) ୨୦୧୭ ତୁଳନାରେ ବହୁତ ଭଲ ପ୍ରଦର୍ଶନ କରୁଛି । କିନ୍ତୁ ତଥାପି କ୍ଷମତାଠାରୁ ଦୂରରେ ରହିବ । ତଥାପି, ଯଦି ଏକଜିଟ୍ ପୋଲ୍ ସତ ହୁଏ, ତେବେ ଏସପି (SP) ପାଇଁ ଅନେକ ଆଶ୍ୱସ୍ତି ତଥା ଖୁସିର ବାର୍ତ୍ତା ରହିଛି ।

ଭୋଟ୍ ସେୟାର ବଢ଼ିବା ସହ ଆସନ ସଂଖ୍ୟାରେ ବଡ଼ ବୃଦ୍ଧି 

ପ୍ରାୟ ସମସ୍ତ ଏକଜିଟ୍ ପୋଲ (Exit Polls) ରେ ଏକମତ ଯେ ଏସପି (SP) ମିଳିତ ମେଣ୍ଟକୁ ୧୦୦ରୁ ୧୫୦ଟି ଆସନ ମିଳିପାରେ । ଅନ୍ୟପଟେ ୨୦୧୭ ବିଧାନସଭା ନିର୍ବାଚନରେ ଏସପିକୁ ୪୭ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଆକ୍ସିସ୍ ମାଇ ଇଣ୍ଡିଆର ଆଜତକ୍ ଏକଜିଟ୍ ପୋଲ୍ ଅନୁଯାୟୀ, ଏସପି ୭୧ରୁ ୧୦୧ ଆସନ ପାଇପାରେ । ଅନ୍ୟପଟେ ଏବିପି-ସି ଭୋଟର ୧୩୨ରୁ ୧୪୮ଟି ଆସନ ପୂର୍ବାନୁମାନ କରିଛି । ନ୍ୟୁଜ୍ ୨୪ ଚାଣକ୍ୟ ଏସପି ପାଇଁ ୮୬-୧୨୪ ଆସନର ପୂର୍ବାନୁମାନ କରିଛି । ଟାଇମ୍ସ ନାଓ ଭେଟୋ କହିଛି ଯେ ଏସପି ୧୫୧ଟି ଆସନ ପାଇପାରେ । 

ସେହିପରି ରିପବ୍ଲିକ୍-ପି ମାର୍କ ଅନୁଯାୟୀ, ଏସପିକୁ ୧୩୦-୧୫୦ ଆସନ ମିଳିପାରେ । ଏଥି ସହିତ ୨୦୧୭ ତୁଳନାରେ ଦଳର ଭୋଟ୍ ସେୟାର (vote share) ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥିବାର ଜଣାପଡିଛି । ଏଥି ସହିତ ପ୍ରାୟ ସମସ୍ତ ଏକଜିଟ୍ ପୋଲରେ ଏସପିର ଭୋଟ୍ ଅଂଶ ୧୦-୧୫% ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି ।

ମାୟାବତୀଙ୍କ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାରେ ସଫଳ 

ପ୍ରାୟ ସମସ୍ତ ଏକଜିଟ୍ ପୋଲ (Exit Polls)ର ଭୋଟ୍ ସେୟାର (vote share) ଆକଳନର ବିଶ୍ଳେଷଣରୁ ଜଣାପଡିଛି ଯେ ସମାଜବାଦୀ ପାର୍ଟି (SP) ବହୁଜନ ସମାଜବାଦୀ ପାର୍ଟି (SP) ର ଭୋଟ୍ ସେୟାରକୁ ନିଜ ସପକ୍ଷରେ ଆଣିବାରେ ସଫଳ ହୋଇଛି । ଦଳ ପାଇଁ ଏହା ଏକ ଆଶ୍ୱସ୍ତିକର ବିଷୟ ଯେ ଏସପିର ଖସୁ ଥିବା ଜନାଧାରକୁ ନିଜ ଆଡକୁ ଆଣିବାରେ ସକ୍ଷମ ହୋଇଛି । ଯଦି ବିଏସପିର ଭୋଟର ସେୟାର ବିଜେପି (BJP) କୁ ସ୍ଥାନାନ୍ତରିତ ହୋଇଥାନ୍ତା, ତେବେ ବିଜେପି ଗତ ବର୍ଷର ରେକର୍ଡ ମଧ୍ୟ ଭାଙ୍ଗି ପାରିଥାନ୍ତା । ଯଦି ଦଳ ମୁସଲିମ ଯାଦବଙ୍କ ସହିତ ଦଲିତ ଭୋଟରଙ୍କ ସମର୍ଥନ ପାଇଛି, ତେବେ ଭବିଷ୍ୟତରେ ଏହା ଏସପି ପାଇଁ ଶୁଭ ବୋଲି ପ୍ରମାଣିତ ହେବ ।

ବିଜେପି ପାଇଁ ଏକ ବିକଳ୍ପ ହେବାକୁ ପ୍ରସ୍ତୁତ 

ଏକଜିଟ୍ ପୋଲରୁ ଆଉ ଏକ ସ୍ପଷ୍ଟ ବାର୍ତ୍ତା ମିଳୁଛି ଯେ, ୟୁପି ରାଜନୀତି ବର୍ତ୍ତମାନ ବିଜେପି (BJP) ଓ ଏସପି (SP) କେନ୍ଦ୍ରିତ ହେବ । ବିଏସପି (BSP) ର ଜନ ସମର୍ଥନ ଆଧାର କ୍ରମାଗତ ଭାବେ ହ୍ରାସ ପାଉଛି ତ ସମସ୍ତ ଉଦ୍ୟମ ସତ୍ତ୍ୱେ କଂଗ୍ରେସ (Congress) ନିଜ ସ୍ଥିତି ସୁଧାରିବାରେ ସକ୍ଷମ ହୋଇପାରୁ ନାହିଁ । ଏଭଳି ପରିସ୍ଥିତିରେ ଯଦି ଏସପି ଏହି ନିର୍ବାଚନରେ ​​କ୍ଷମତାଠାରୁ ଦୂରରେ ରୁହେ, ତେବେ ଏହା ନିଶ୍ଚିତ ଭାବେ ଆଶ୍ୱସ୍ତିକର ହେବ ଯେ ଆଗାମୀ ଦିନରେ ଯଦି ଲୋକମାନେ ବିଜେପିର ବିକଳ୍ପ ଖୋଜନ୍ତି, ତେବେ କେବଳ ଏସପି ସେମାନଙ୍କ ସାମ୍ନାରେ ରହିବେ ।

ଏହା ବି ପଢ଼ନ୍ତୁ:-ଜାଣନ୍ତୁ 'ଚେଚେନ ସ୍ପେଶାଲ ଫୋର୍ସ' ବିଷୟରେ, ଯାହାକୁ ୟୁକ୍ରେନର ନେତାମାନଙ୍କୁ ହତ୍ୟା କରିବାକୁ ଆଦେଶ ଦେଲେ ପୁଟିନ!

ଏହା ବି ପଢ଼ନ୍ତୁ:-ରାଜ୍ୟସଭା ଜରିଆରେ ସଂସଦରେ ପହଞ୍ଚିବେ ପ୍ରିୟଙ୍କା! କଂଗ୍ରେସର ରହିଛି ଏହି ପ୍ଲାନ

ଏହା ବି ପଢ଼ନ୍ତୁ:-ୟୁକ୍ରେନ ଉପରେ କ'ଣ ପାଇଁ ଆକ୍ରମଣ କଲେ ପୁଟିନ? ସାମ୍ନାକୁ ଆସିଲା ବହୁତ ବଡ଼ କାରଣ

 

କାର୍ଯ୍ୟକର୍ତ୍ତାମାନଙ୍କ ଉତ୍ସାହ ବୃଦ୍ଧି ପାଇବ 

୨୦୧୭ ବିଧାନସଭା ଓ ତା'ପରେ ୨୦୧୯ ଲୋକସଭା ନିର୍ବାଚନରେ ​​ପ୍ରଥମେ କଂଗ୍ରେସ ଓ ପରେ ବିଏସପି ସହ ମେଣ୍ଟ କରିବା ସତ୍ତ୍ୱେ ଏସପିକୁ ନିରାଶ ହେବାକୁ ପଡ଼ିଥିଲା । ୨୦୨୨ର ଏକଜିଟ୍ ପୋଲରେ ମଧ୍ୟ ଦଳ କ୍ଷମତା ପାଇବା ଭଳି ମନେ ହେଉନାହିଁ, କିନ୍ତୁ ଦଳର ପ୍ରଦର୍ଶନ ପୂର୍ବାପେକ୍ଷା ଭଳ ହେବ, ଯାହା ନିଶ୍ଚିତ ଭାବରେ କ୍ୟାଡରକୁ ଏକ ସକରାତ୍ମକ ବାର୍ତ୍ତା ପଠାଇବ । ଦଳୀୟ କର୍ମୀଙ୍କ ଉତ୍ସାହ ନିଶ୍ଚିତ ଭାବରେ ବଢ଼ିପାରେ, ଯାହାକି କୌଣସି ରାଜନୈତିକ ଦଳ ପାଇଁ ଏକ ସଞ୍ଜିବନୀ ପରି ହୋଇଥାଏ ।