ବର୍ତ୍ତମାନ ବିନା ଇଣ୍ଟରନେଟ ଓ ପିନରେ ପଠାଇପାରିବେ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା
Advertisement

ବର୍ତ୍ତମାନ ବିନା ଇଣ୍ଟରନେଟ ଓ ପିନରେ ପଠାଇପାରିବେ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

UPI Lite: ଗତ କିଛି ବର୍ଷ ମଧ୍ୟରେ ଭାରତରେ ଡିଜିଟାଲ କାରବାର (Digital Transactions) ବହୁତ ବୃଦ୍ଧି ପାଇଛି । ବର୍ତ୍ତମାନ ଭାରତରେ କୋଟି କୋଟି ଲୋକ ନଗଦ ବଦଳରେ ଡିଜିଟାଲ କାରବାର (Digital Transactions) କରିବାକୁ ପସନ୍ଦ କରନ୍ତି । ବିଶେଷକରି କୋରୋନା କାଳରେ ନଗଦ ବ୍ୟବହାର କମ୍ ହେବାକୁ ଲାଗିଛି, କାରଣ କୋରୋନା ବିସ୍ତାର ହେବାର ଭୟ ରହିଥିଲା ​​

ବର୍ତ୍ତମାନ ବିନା ଇଣ୍ଟରନେଟ ଓ ପିନରେ ପଠାଇପାରିବେ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: UPI Lite: ଗତ କିଛି ବର୍ଷ ମଧ୍ୟରେ ଭାରତରେ ଡିଜିଟାଲ କାରବାର (Digital Transactions) ବହୁତ ବୃଦ୍ଧି ପାଇଛି । ବର୍ତ୍ତମାନ ଭାରତରେ କୋଟି କୋଟି ଲୋକ ନଗଦ ବଦଳରେ ଡିଜିଟାଲ କାରବାର (Digital Transactions) କରିବାକୁ ପସନ୍ଦ କରନ୍ତି । ବିଶେଷକରି କୋରୋନା କାଳରେ ନଗଦ ବ୍ୟବହାର କମ୍ ହେବାକୁ ଲାଗିଛି, କାରଣ କୋରୋନା ବିସ୍ତାର ହେବାର ଭୟ ରହିଥିଲା ​​। ଲୋକଙ୍କୁ ଏହି କୋରୋନା ଭୟ ମଧ୍ୟ ଡିଜିଟାଲ୍ ମାଧ୍ୟମରେ କାରବାର କରିବାକୁ ଉତ୍ସାହିତ କରିଛି, ଯାହା ଭାରତର ଆର୍ଥିକ ଦୃଷ୍ଟିକୋଣରୁ ଠିକ୍ ଥିଲା । କିନ୍ତୁ ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ ଡିଜିଟାଲ୍ କାରବାର ପାଇଁ ଆପଣଙ୍କର ଇଣ୍ଟରନେଟ୍ (Internet) ରହିବା ଆବଶ୍ୟକ । ବେଳେବେଳେ ଇଣ୍ଟରନେଟ୍ ଅଭାବ ହେତୁ କିମ୍ବା କାରବାର ସମୟରେ ସ୍ଲୋ ଇଣ୍ଟରନେଟ୍ ଯୋଗୁଁ ଆମର ଟଙ୍କା ପ୍ରାପ୍ତକର୍ତ୍ତାଙ୍କ ନିକଟରେ ପହଞ୍ଚେ ନାହିଁ ଓ ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ ।

ଭାରତରେ ଅନେକ ଗ୍ରାମ ଓ ଅଞ୍ଚଳ ଅଛି ଯେଉଁଠାରେ ଆଜି ମଧ୍ୟ ଇଣ୍ଟରନେଟ୍ ସୁବିଧା ନାହିଁ । ଗ୍ରାମ ଓ ସହରାଞ୍ଚଳରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସୋମବାର ଅଫଲାଇନ ଡିଜିଟାଲ ପେମେଣ୍ଟ (Offline Digital Payments) ପାଇଁ ଏକ ରୂପରେଖା ଜାରି କରିଛି । ଡିଜିଟାଲ ପେମେଣ୍ଟକୁ RBI ମଞ୍ଜୁରୀ ପ୍ରଦାନ କରିଛି ।

ବର୍ତ୍ତମାନ ଅଫଲାଇନ୍ ପେମେଣ୍ଟ ଅନ୍ତର୍ଗତ ୨୦୦ ଟଙ୍କା ପର୍ଯ୍ୟନ୍ତ କାରବାରକୁ ଅନୁମତି ଦିଆଯାଇଛି । ଏଥିରେ ସର୍ବାଧିକ ୧୦ଟି ନେଣଦେଣ ଅର୍ଥାତ ମୋଟ ୨୦୦ ଟଙ୍କା ଅଫଲାଇନ ଟ୍ରାଞ୍ଜେକ୍ସନର ଅନୁମତି ହେବ । ଅଫଲାଇନ୍ ଡିଜିଟାଲ୍ ପେମେଣ୍ଟ ଅର୍ଥାତ ଯେଉଁଥିରେ ଇଣ୍ଟରନେଟ୍ କିମ୍ବା ମୋବାଇଲ୍ ନେଟୱାର୍କର ଆବଶ୍ୟକତା ହେବ ନାହିଁ । ଏହି ଅଫଲାଇନ୍ ଉପାୟରେ ପେମେଣ୍ଟ କାର୍ଡ, ୱାଲେଟ୍ ଏବଂ ମୋବାଇଲ୍ ମାଧ୍ୟମରେ କରିହେବ ।

ଆରବିଆଇ କହିଛି ଯେ, ଏଭଳି ନେଣଦେଣରେ 'ଆଡିଶନ୍ ଫ୍ୟାକ୍ଟର୍ ଅଫ୍ ଅଥଣ୍ଟିକେଶନ୍' (AFA) ଆବଶ୍ୟକ ହେବ ନାହିଁ । ଯେହେତୁ ପେମେଣ୍ଟ ଅଫଲାଇନରେ ହେବ, ଗ୍ରାହକଙ୍କୁ ସ୍ୱଳ୍ପ ବ୍ୟବଧାନ ପରେ ଏସଏମଏସ କିମ୍ବା ଇ-ମେଲ ମାଧ୍ୟମରେ 'ଆଲର୍ଟ' ମିଳିବ ।

RBI ଦ୍ୱାରା ଜାରି କରାଯାଇଥିବା ରୂପରେଖା ଅନୁଯାୟୀ, ଏଥିରେ ପ୍ରତ୍ୟେକ ନେଣଦେଣର ସୀମା ୨୦୦ ଟଙ୍କା ହେବ । ଏହାର ମୋଟ ସୀମା ୨୦୦ ଟଙ୍କା ହେବ, ଅଫଲାଇନ୍ ପେମେଣ୍ଟ ସେପ୍ଟେମ୍ବର ୨୦୨୦ରୁ ଜୁନ୍ ୨୦୨୧ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପାଇଲଟ୍ ଭିତ୍ତିରେ ଆରମ୍ଭ ହୋଇଥିଲା । ପ୍ରାପ୍ତ ମତାମତ ଉପରେ ଆଧାର କରି ଏହି ଢାଞ୍ଚା ପ୍ରସ୍ତୁତ କରାଯାଇଛି ।

ଅଧିକ ପଢ଼ନ୍ତୁ:-ଯାତ୍ରୀଙ୍କ ପାଇଁ ଖୁସି ଖବର! ପାର୍ବଣ ଋତୁରେ ଟ୍ରେନରେ କରନ୍ତୁ ମାଗଣାରେ ଯାତ୍ରା, ରେଲୱେ ଦେଉଛି ଏହି ଖାସ୍ ସୁବିଧା

ଅଧିକ ପଢ଼ନ୍ତୁ:-ଆମେରିକା ପୁଣି ପାକିସ୍ତାନ ପାଇଁ କଲା ଏହି ବଡ଼ ଘୋଷଣା, ଭାରତକୁ ଝଟକା!

ଅଧିକ ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ଲାଗିଲା ଲଟେରୀ, ଅକ୍ଟୋବରରୁ ମୋଦି ସରକାର ଦେବେ ଏହି ଖାସ୍ ସୁବିଧା!

 

RBI ଆହୁରି ମଧ୍ୟ କହିଛି ଯେ, ଅଫଲାଇନ୍ ପେମେଣ୍ଟ ଦୁର୍ବଳ ଇଣ୍ଟରନେଟ୍ ସଂଯୋଗ ଥିବା ଅଞ୍ଚଳରେ ଡିଜିଟାଲ କାରବାରକୁ ଉତ୍ସାହିତ କରିବ । ବିଶେଷକରି ଗାଁ ଓ ସହରରେ ଏହାକୁ ଉତ୍ସାହିତ କରିବ । ଏହି ବ୍ୟବସ୍ଥା ତତ୍କାଳ ପ୍ରଭାବରେ ଲାଗୁ ହୋଇଯାଇଛି । କିନ୍ତୁ, ଆପଣଙ୍କୁ କହି ରଖୁଛୁ ଯେ କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ ଭାବରେ କହିଛି ଯେ ଅଫଲାଇନ୍ ପେମେଣ୍ଟ କେବଳ ଗ୍ରାହକଙ୍କ ଅନୁମତି ପରେ ବ୍ୟବହାର କରାଯାଇପାରିବ ।

ଏହିପରି ଇଣ୍ଟରନେଟ୍ ବିନା ଟଙ୍କା ପଠାନ୍ତୁ

୧. ଏହି ପ୍ରକ୍ରିୟାର ଲାଭ ଉଠାଇବାକୁ ଆପଣଙ୍କ ଫୋନରେ BHIM ଆପ୍ ରହିବା ବାଧ୍ୟତାମୂଳକ । ଏହା ପରେ ଆପଣ BHIM ଆପରେ ଥରେ ପଞ୍ଜୀକରଣ ସାରି ନିଅନ୍ତୁ, କେବଳ ସେତେବେଳେ ଯାଇ ଆପଣ ଅଫଲାଇନ୍ କିମ୍ବା ଇଣ୍ଟରନେଟ୍ ବିନା କାରବାର କରିପାରିବେ ।

୨. ଇଣ୍ଟରନେଟ୍ ବିନା UPI ବ୍ୟବହାର କରିବାକୁ ଆପଣଙ୍କୁ ନିଜ ଫୋନର ଡାଏଲର୍ ରେ * 99 # କୋଡ୍ ପ୍ରବେଶ କରିବାକୁ ପଡିବ ।

୩. ଆପଣଙ୍କ ଫୋନର ସ୍କ୍ରିନରେ ଏକ ମେନୁ ନେଭିଗେଟ୍ ହେବ, ଯେଉଁଥିରେ ସାତଟି ବିକଳ୍ପ ଦେଖାଯିବ । ଏହି ବିକଳ୍ପଗୁଡ଼ିକ ଟଙ୍କା ପଠାଇବା, ଟଙ୍କା ଗ୍ରହଣ କରିବା, ଚେକ୍ ବାଲାନ୍ସ, ମାଇ ପ୍ରୋଫାଇଲ୍, ପେଣ୍ଡିଂ ରିକ୍ୱେଷ୍ଟ, ଟ୍ରାଞ୍ଜେକସନ ଏବଂ UPI PIN ହେବ ।

୪. ଏହା ପରେ ଆପଣଙ୍କ ଫୋନର ଡାଏଲ୍ ପ୍ୟାଡରେ ୧ ନମ୍ବର ଦବାନ୍ତୁ । ତାପରେ ଆପଣ ଆପଣଙ୍କର ଫୋନ୍ ନମ୍ବର, UPI ID, କିମ୍ବା ଆପଣଙ୍କର ଆକାଉଣ୍ଟ୍ ନମ୍ବର ଏବଂ IFSC ବ୍ୟବହାର କରି ଟଙ୍କା ପଠାଇବାକୁ ସମର୍ଥ ହେବେ ।

୫. ଯଦି ଆପଣ UPI ID ମାଧ୍ୟମରେ ଟଙ୍କା ପଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରାପ୍ତକର୍ତ୍ତାଙ୍କ UPI ID ପ୍ରବେଶ କରିବାକୁ ପଡିବ ।

୬. ତାପରେ ଆପଣ ପଠାଇବାକୁ ଚାହୁଁଥିବା ରାଶି ପ୍ରବେଶ କରନ୍ତୁ, ଏବଂ ତାପରେ ଆପଣଙ୍କର UPI PIN ନମ୍ବର ପ୍ରବେଶ କରନ୍ତୁ ।