ବାସ୍ତବରେ, ଆଫଗାନିସ୍ତାନରେ ସୋଭିଏତ୍ ଋଷର ପ୍ରଭାବ ବଢୁଥିଲା ଓ ଇରାନ ବିପ୍ଳବ ମଧ୍ୟ ଜାରି ଥିଲା । ଏହା ଯୋଗୁଁ କାର୍ଟର ସରକାର ଇସଲାମାବାଦ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।
Trending Photos
ନୂଆଦିଲ୍ଲୀ: ୧୯୭୯ରେ ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମ (Pakistan Nuclear Weapons Program) ବିଷୟରେ ଆମେରିକା ଜାଣିଥିଲା । ସେ ଏହା ମଧ୍ୟ ଜାଣିଥିଲା ଯେ ପାକିସ୍ତାନ କାଠୁଆ (Kathua) ରେ ଏହି ଗୁପ୍ତ କାର୍ଯ୍ୟକ୍ରମ ଜାରି ରଖିଛି । ଏହାର ଖୁଲାସା ନୂଆ ଡିକ୍ୱାଲିଫାଇଡ ଡକ୍ୟୁମେଣ୍ଟ (Declassified documents) ରୁ ହୋଇଥିଲା । ଏହି ଡକ୍ୟୁମେଣ୍ଟଗୁଡିକ ମଙ୍ଗଳବାର ନ୍ୟାସନାଲ ସିକ୍ୟୁରିଟି ଅର୍କାଇବ (National Security Archive) ଦ୍ୱାରା ପୋଷ୍ଟ କରାଯାଇଛି । ଏହା ଏକ ଅଣ-ସରକାରୀ ସଂଗଠନ ଯାହା ସମୟ ସମୟରେ ସରକାରଙ୍କ ରହସ୍ୟ ଉନ୍ମୋଚନ କରି ଚାଲିଥାଏ । ଏହା ଅନୁଯାୟୀ, ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମ ବିଷୟରେ ଜାଣିବା ସତ୍ତ୍ୱେ ତତ୍କାଳୀନ ଜିମି କାର୍ଟର ସରକାର (Jimmy Carter government) କୌଣସି ପଦକ୍ଷେପ ନେଇ ନଥିଲେ ।
ଭାରତ ବିରୋଧରେ ପାକିସ୍ତାନର ସମର୍ଥନର ଥିଲା ଆବଶ୍ୟକତା
ବାସ୍ତବରେ, ଆଫଗାନିସ୍ତାନରେ ସୋଭିଏତ୍ ଋଷର ପ୍ରଭାବ ବଢୁଥିଲା ଓ ଇରାନ ବିପ୍ଳବ ମଧ୍ୟ ଜାରି ଥିଲା । ଏହା ଯୋଗୁଁ କାର୍ଟର ସରକାର ଇସଲାମାବାଦ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏହି ଡକ୍ୟୁମେଣ୍ଟଗୁଡ଼ିକରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ କାର୍ଟର ପ୍ରଶାସନ ମଧ୍ୟ ପାକିସ୍ତାନ ବିରୋଧରେ ଅଧିକ ଦୃଢ଼ ପଦକ୍ଷେପ ନେବାକୁ ଚାହୁଁ ନଥିଲା । କାରଣ ସେ ଏହାକୁ ସୋଭିଏତ୍ ସଂଘ ସହଯୋଗୀ ଭାରତ ବିରୁଦ୍ଧରେ ଏକ ବଡ଼ ସମର୍ଥକ ଭାବରେ ଦେଖୁଥିଲା । ଏହି ଡକ୍ୟୁମେଣ୍ଟଗୁଡ଼ିକରେ ଲେଖାଯାଇଛି ଯେ ପାକିସ୍ତାନ ଦ୍ରୁତ ଗତିରେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହେବାକୁ ଯାଉଛି । ସେ ଦୁଇରୁ ଚାରି ବର୍ଷ ମଧ୍ୟରେ ଏହା କରିବାକୁ ସକ୍ଷମ ହୋଇଯିବ । ତତ୍କାଳୀନ ପୂର୍ବ ଓ ଦକ୍ଷିଣ ଏସୀୟ ବ୍ୟାପାର ସଚିବ ହରୋଲ୍ଡ ସାଉଣ୍ଡର୍ସ ଏବଂ ତତ୍କାଳୀନ ସହାୟକ ସଚିବ, ସମୁଦ୍ର, ଆନ୍ତର୍ଜାତୀୟ ପରିବେଶ ଏବଂ ବୈଜ୍ଞାନିକ ବ୍ୟାପାର ସହକାରୀ ସଚିବ ଥୋମାସ୍ ପିକେରିଂ ଜାନୁଆରୀ ୧୯୭୯ରେ ଏହି ରିପୋର୍ଟ ଲେଖିଥିଲେ ।
ଦ୍ୱନ୍ଦ୍ୱରେ ଥିଲେ କାର୍ଟର
ସୂଚନାଯୋଗ୍ୟ, ଏହାର ପ୍ରାୟ ୨୦ ବର୍ଷ ପରେ ପାକିସ୍ତାନ ୧୯୯୮ରେ ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା । ଏହାପୂର୍ବରୁ ଭାରତ ପୋଖରାନରେ ପରମାଣୁ ପରୀକ୍ଷଣ କରିଥିଲା । ସାଉଣ୍ଡର୍ସ ଓ ପିକେରିଂ ମଧ୍ୟ ଆମେରିକା ପାଇଁ ନୀତିଗତ ବିକଳ୍ପ ପ୍ରସ୍ତୁତ କରିଥିଲେ । ସେହି ଅନୁଯାୟୀ ପାକିସ୍ତାନକୁ ଦିଆଯାଇଥିବା ସହାୟତା ବନ୍ଦ ହୋଇଥାନ୍ତା । ଅବଶ୍ୟ, ଏଥିରେ ସହମତି ହୋଇନଥିଲା କାରଣ ଏହା ଦ୍ୱାରା ମାମଲା ଜଟିଳ କରିପାରିଥାନ୍ତା । ଏହି କାଗଜପତ୍ରରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ରାଷ୍ଟ୍ରପତି କାର୍ଟର ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ବହୁତ ଦ୍ୱନ୍ଦ୍ୱରେ ଥିଲେ ।
ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର!
ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
ଅଧିକ ପଢ଼ନ୍ତୁ:-ଜରୁରୀ ଖବର! ରାସନ କାର୍ଡ ତିଆରି କରିବା ହେଲା କଷ୍ଟସାଧ୍ୟ, ଏବେ ଆବଶ୍ୟକ ହେବ ଏସବୁ ଡକ୍ୟୁମେଣ୍ଟ