ରାଷ୍ଟ୍ରପତି ହେବା ମାତ୍ରେ ଭାରତୀୟଙ୍କୁ ଏହି ଖୁସି ଖବର ଦେବେ ବାଇଡେନ
Advertisement

ରାଷ୍ଟ୍ରପତି ହେବା ମାତ୍ରେ ଭାରତୀୟଙ୍କୁ ଏହି ଖୁସି ଖବର ଦେବେ ବାଇଡେନ

ବାଇଡେନଙ୍କ ଚିଫ୍ ଅଫ୍ ଷ୍ଟାଫ୍ ରୋନ୍ କ୍ଲେନ୍ ବରିଷ୍ଠ କର୍ମଚାରୀଙ୍କୁ ଏକ ସ୍ମାରକପତ୍ର ପଠାଇଛନ୍ତି । ଯେଉଁଥିରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ରୋକ ଲଗାଇବା ଓ ଯୋଜନାର ବିବରଣୀ ଇତ୍ୟାଦି ସାମିଲ ରହିଛି । 

ରାଷ୍ଟ୍ରପତି ହେବା ମାତ୍ରେ ଭାରତୀୟଙ୍କୁ ଏହି ଖୁସି ଖବର ଦେବେ ବାଇଡେନ

ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଶପଥ ଗ୍ରହଣ ପରେ ତାଙ୍କ କାର୍ଯ୍ୟକାଳର ପ୍ରଥମ ୧୦ ଦିନରେ ଯେଉଁ କାମ କରିବେ, ତାହାର ମାଷ୍ଟରପ୍ଲାନ ଘୋଷଣା କରିସାରିଛନ୍ତି । ସେ କୋଭିଡ-19 ବିରୋଧରେ ଲଢ଼େଇ, ଅର୍ଥବ୍ୟବସ୍ଥା ଏବଂ ଇମିଗ୍ରେସନ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଯୁଗରୁ ଆରମ୍ଭ ହୋଇଥିବା କେତେକ ମୁସଲମାନ ବହୁଳ ଦେଶରୁ ଯାତ୍ରା ଉପରେ ଥିବା ପ୍ରତିବନ୍ଧକକୁ ସେ ଶେଷ କରିବେ ବୋଲି ବାଇଡେନ ଘୋଷଣା କରିଛନ୍ତି । ବାଇଡେନ କଂଗ୍ରେସ ସହିତ ମିଶି ଭିସା ବ୍ୟବସ୍ଥା, H1-B ଭିସାରେ ସୁଧାର କରିବେ, ଯାହା ଭାରତୀୟଙ୍କୁ ବହୁତ ଲାଭ ଦେଇପାରେ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର ରାଜ୍ୟମାନଙ୍କୁ କହିଛି- ରନ୍ଧା ହୋଇଥିବା ଚିକେନ୍ ଓ ଅଣ୍ଡାରୁ ବାର୍ଡ ଫ୍ଲୁ ହେବାର ଭୟ ନାହିଁ, ହଟାନ୍ତୁ ପ୍ରତିବନ୍ଧକ

ବାଇଡେନଙ୍କ ଚିଫ୍ ଅଫ୍ ଷ୍ଟାଫ୍ ରୋନ୍ କ୍ଲେନ୍ ବରିଷ୍ଠ କର୍ମଚାରୀଙ୍କୁ ଏକ ସ୍ମାରକପତ୍ର ପଠାଇଛନ୍ତି । ଯେଉଁଥିରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ରୋକ ଲଗାଇବା ଓ ଯୋଜନାର ବିବରଣୀ ଇତ୍ୟାଦି ସାମିଲ ରହିଛି । ରବିବାର ଏହା ଟ୍ରାନ୍ସମିସନ କାର୍ଯ୍ୟାଳୟ ଦ୍ୱାରା ମିଡିଆ ପାଇଁ ଜାରି କରାଯାଇଛି । କ୍ଲେନ୍ ଲେଖିଛନ୍ତି, "ନିର୍ବାଚିତ ରାଷ୍ଟ୍ରପତି ବାଇଡେନ ଆକ୍ସନ ନେବେ, ନା କେବଳ ଟ୍ରମ୍ପ ପ୍ରଶାସନ ଦ୍ୱାରା ହୋଇଥିବା ସବୁଠାରୁ ବଡ କ୍ଷତିର ପ୍ରତିକାର ପାଇଁ, ବରଂ ଆମ ଦେଶକୁ ମଧ୍ୟ ଆଗକୁ ନେବା ପାଇଁ ପଦକ୍ଷେପ ନେବେ ।"

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ ବିଜେପିର ଖେଳ ବିଗାଡ଼ିବ ଶିବସେନା, 'ଦିଦି'ଙ୍କ ପାଇଁ ସହଜ ହେବ ଲଢ଼େଇ!

ଇମିଗ୍ରେସନ ଉପରେ ଦର୍ଶାଯାଇଛି ଯେ ବୁଧବାର ନିଜ କାର୍ଯ୍ୟାଳୟ ପୂର୍ବରୁ ବାଇଡେନ ଏକ ଇମିଗ୍ରେସନ ବିଲ ପଠାଇବେ । ଏହାର ସବିଶେଷ ତଥ୍ୟ ଦିଆଯାଇନାହିଁ, କିନ୍ତୁ ବାଇଡେନ ତାଙ୍କର 'ସମ୍ମାନଜନକ ଭାବେ ପୁନଃସ୍ଥାପିତ କରିବାକୁ ପ୍ରତିଶୃତି' ପୂରଣ କରିବେ ବୋଲି କହିଛନ୍ତି । ନିଜ ପ୍ଲାଟଫର୍ମରେ ବାଇଡେନ କହିଛନ୍ତି ଯେ ସେ କଂଗ୍ରେସ ସହ ଭିସା ବ୍ୟବସ୍ଥା,  H1-B ଭିସାରେ ସୁଧାର ପାଇଁ କାମ କରିବେ, ଯାହା ଦ୍ୱାରା ଭିସା ଥିବା ଲୋକଙ୍କୁ ଚାକିରି ବଦଳାଇବାକୁ ଅନୁମତି ମିଳିବ । ଏଥିରୁ ଭାରତୀୟମାନେ ବହୁ ଉପକୃତ ହୋଇପାରିବେ । ୧.୧ କୋଟି ଅବୈଧ ପ୍ରବାସୀଙ୍କୁ ଆଇନଗତ କରିବାର ଆଉ ଏକ ପ୍ରତିଶୃତି କରାଯାଇଥିଲା । ତାଙ୍କ ମନିଫେଷ୍ଟୋ ଅନୁଯାୟୀ, ସେଥି ମଧ୍ୟରୁ ୫,୦୦,୦୦୦ ଭାରତୀୟ ଅଛନ୍ତି ।