Varun Gandhi Meets Sanjay Raut: ଗୋଟିଏ ପଟେ ଶରଦ ପାୱାରଙ୍କୁ ୟୁପିଏର ଚେୟାରମ୍ୟାନ୍ କରିବା ପାଇଁ ଦାବି ଓ ଅନ୍ୟ ପଟେ ବରୁଣ ଗାନ୍ଧୀଙ୍କ ସହ ସାକ୍ଷାତକୁ ନେଇ କଳ୍ପନାଜଳ୍ପନା ଚାଲିଛି । କୁହାଯାଉଛି ଯେ ୨୦୨୪ ସାଧାରଣ ନିର୍ବାଚନ ସମୟରେ ବରୁଣ ଗାନ୍ଧୀ ବିଜେପି ଛାଡିପାରନ୍ତି । ଉଲ୍ଲେଖନୀୟ କଥା ହେଉଛି, ବରୁଣ ଗାନ୍ଧୀ କ୍ରମାଗତ ଭାବେ ବିଜେପି ନେତୃତ୍ୱ ଉପରେ ଆକ୍ରମଣ କରୁଛନ୍ତି । କୃଷକଙ୍କ ଆନ୍ଦୋଳନ ସମୟରେ ବରୁଣ ଗାନ୍ଧୀ ଅନେକ ଥର ଟ୍ୱିଟ୍ କରି ୟୁପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । କେବଳ ଏତିକି ନୁହେଁ ବେରୋଜଗାର ପ୍ରସଙ୍ଗରେ ସେ ବିଜେପି ସରକାରଙ୍କୁ ଘେରି ଥିଲେ । ଏଭଳି ପରିସ୍ଥିତିରେ ବରୁଣଙ୍କ ଭବିଷ୍ୟତକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି ।
Trending Photos
ମୁମ୍ବାଇ: Varun Gandhi Meets Sanjay Raut: ବିଜେପି ନେତା ତଥା ସାଂସଦ ବରୁଣ ଗାନ୍ଧୀ ( BJP MP Varun Gandhi) ଶିବସେନାର ସାଂସଦ ସଞ୍ଜୟ ରାଉତ (Shiv Sena MP Sanjay Raut) ଙ୍କୁ ଭେଟିବା ପରେ ରାଜନୀତି ପାରା ବଢ଼ିଯାଇଛି । ସଞ୍ଜୟ ରାଉତ ନିଜେ ନିଶ୍ଚିତ କରିଛନ୍ତି ଯେ ସେ ଓ ବରୁଣ ଗାନ୍ଧୀ ସାକ୍ଷାତ କରିଛନ୍ତି, କେବଳ ସାକ୍ଷାତ ନୁହେଁ ରାଜନୈତିକ ଆଲୋଚନା ମଧ୍ୟ କରିଛନ୍ତି । ରାଉତଙ୍କ ଏହି ବୟାନ ପରେ ବରୁଣ ଗାନ୍ଧୀ ବିଜେପି (BJP) ଛାଡ଼ି ଶିବସେନା (Shiv Sena) ରେ ଯୋଗ ଦେଇପାରନ୍ତି ବୋଲି ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇସାରିଛି । ସଞ୍ଜୟ ରାଉତ କହିଛନ୍ତି ଯେ, ଦୀର୍ଘ ଦିନରୁ ଏହି ସାକ୍ଷାତ ପାଇଁ ପ୍ରୟାସ ଚାଲୁଥିଲା । କିନ୍ତୁ ସମୟ ସ୍ଥିର ହୋଇପାରୁ ନଥିଲା । ଭବିଷ୍ୟତରେ ମଧ୍ୟ ଆମେ ଏହିପରି ସାକ୍ଷାତ ଜାରି ରଖିବୁ ବୋଲି ସେ କହିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ବାୟନାଡ ସାଂସଦ ରାହୁଲ ଗାନ୍ଧୀ (Congress MP Rahul Gandhi) ଙ୍କ ସହ ରାଉତଙ୍କର ଘନିଷ୍ଠ ସମ୍ପର୍କ ରହିଛି । ଏଭଳି ପରିସ୍ଥିତିରେ ବରୁଣ ଗାନ୍ଧୀଙ୍କ ସହ ରାଉତଙ୍କ ସାକ୍ଷାତର ରାଜନୈତିକ ଅର୍ଥ ମଧ୍ୟ ବାହାର କରାଯାଉଛି ।
ସଞ୍ଜୟ ରାଉତ (Sanjay Raut) କହିଛନ୍ତି ଯେ, ବରୁଣ ଗାନ୍ଧୀ (Varun Gandhi) ଙ୍କ ସହ ମୋର ଅନେକ ପ୍ରସଙ୍ଗରେ ସହ ଆଲୋଚନା ହୋଇଛି । ସେ ଜଣେ ମହାନ ଲେଖକ, ଭଲ ପୁସ୍ତକ ଲେଖନ୍ତି । ଅନେକ ବିଷୟ ଉପରେ ମଧ୍ୟ ଅନେକ ଆଲୋଚନା କରନ୍ତି । ଏହିପରି ସାକ୍ଷାତରେ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସ୍ୱାଭାବିକ ।
ସୂଚନାଯୋଗ୍ୟ, ଦୁଇ ନେତାଙ୍କ ମଧ୍ୟରେ ମଙ୍ଗଳବାର ପ୍ରାୟ ତିନି ଘଣ୍ଟା ଧରି ବୈଠକ ଚାଲିଥିଲା । ଖବର ଅନୁଯାୟୀ, ସଞ୍ଜୟ ରାଉତ (Sanjay Raut) ନିଜର ଦିଲ୍ଲୀ ସ୍ଥିତ ବାସଭବନରେ ରାତ୍ରୀ ଭୋଜନ ପାଇଁ ବରୁଣ ଗାନ୍ଧୀ (Varun Gandhi) ଙ୍କୁ ଆମନ୍ତ୍ରଣ କରିଥିଲେ । ଏହି ସମୟ ମଧ୍ୟରେ ଦୁହେଁ ତିନି ଘଣ୍ଟା ଧରି ଆଲୋଚନା କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି, ତାହା ପ୍ରକାଶ ପାଇନାହିଁ । କିନ୍ତୁ ଏହି ସାକ୍ଷାତକୁ ନେଇ ରାଜନୈତିକ ପାରା ବଢ଼ିଯାଇଛି । ଏହାର କାରଣ ହେଉଛି ବରୁଣ ଗାନ୍ଧୀ ଦୀର୍ଘ ଦିନ ଧରି ବିଜେପି ଉପରେ ଅସନ୍ତୋଷ ଅଛନ୍ତି ଓ ଦଳ ତାଙ୍କୁ ସାଇଡଲାଇନ କରି ରଖିଛି ।
ୟୁପି ସମେତ ୫ଟି ରାଜ୍ୟ ନିର୍ବାଚନରେ ମଧ୍ୟ ବରୁଣ ଗାନ୍ଧୀ (Varun Gandhi) ଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇ ନ ଥିଲା । ଏଭଳି ପରିସ୍ଥିତିରେ ସଞ୍ଜୟ ରାଉତଙ୍କ ସହିତ ତାଙ୍କର ସାକ୍ଷାତରୁ ଅନେକ ଅର୍ଥ ବାହାର କରାଯାଉଛି । ବରୁଣ ଗାନ୍ଧୀଙ୍କୁ ଭେଟିବା ପରେ ସଞ୍ଜୟ ରାଉତ ବିରୋଧୀ ଏକତା ବିଷୟରେ କହିଛନ୍ତି । ବିରୋଧୀଙ୍କୁ ଏକାଠି କରିବା ପାଇଁ ଶରଦ ପାୱାରଙ୍କୁ ୟୁପିଏର ସଭାପତି କରାଯିବା ଉଚିତ ବୋଲି ସେ କହିଛନ୍ତି ।
ଏହି ସମୟରେ ଏନସିପିର ୟୁଥ୍ ୱିଙ୍ଗ ଜାତୀୟତାବାଦୀ ଯୁବ କଂଗ୍ରେସ (Nationalist Youth Congress) ଏନସିପି ମୁଖିଆ ଶରଦ ପାୱାର (NCP Chief Sharad Pawar) ଙ୍କୁ ୟୁପିଏର ଚେୟାରମ୍ୟାନ୍ (UPA Chairman) କରିବାକୁ ଦାବି କରି ଏକ ସଂକଳ୍ପ ପାରିତ କରିଛି । ଏନସିପି ଯୁବ ୱିଙ୍ଗର ଜାତୀୟ ସଭାପତି ଧୀରଜ ଶର୍ମା କହିଛନ୍ତି ଯେ ଆମେ ଏହି ସଂକଳ୍ପକୁ ଉପସ୍ଥାପନ କରିଛୁ, ଯେଉଁଥିରେ ଶରଦ ପାୱାର ଆଞ୍ଚଳିକ ଦଳର ନେତୃତ୍ୱ ନେବେ ଏବଂ କଂଗ୍ରେସ ତାଙ୍କ ପାଇଁ ସ୍ଥାନ ଛାଡିବା ଉଚିତ ।
ଏହା ବି ପଢ଼ନ୍ତୁ:-ସୁଖମୟ ଜୀବନ ପାଇଁ ପୁରୁଷମାନେ ଖାଆନ୍ତୁ ଏହି ୩ଟି ଜିନିଷ, 'ଷ୍ଟାମିନା' ବଢ଼ିବା ସହ ଦୂର ହେବ ଯୌନ ସମସ୍ୟା
ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ବିଭିନ୍ନ ଯୌନ ସମସ୍ୟାର ରାମବାଣ ଚିକିତ୍ସା ହେଉଛି ଏହି ୫ଟି ଟିପ୍ସ; ଥରେ ଆପଣାନ୍ତୁ, ପାର୍ଥକ୍ୟ ଦେଖି ହୋଇଯିବ ଦିଲ୍ ଖୁସ୍
ଏହା ବି ପଢ଼ନ୍ତୁ:-ବିଜେପି ସହ ମିଶି କକା ଶିବପାଲ ପୁତୁରା ଅଖିଲେଶଙ୍କୁ ଦେବେ ଝଟକା! ନେଲେ ଏହି ବଡ଼ ପଦକ୍ଷେପ
ଏହା ବି ପଢ଼ନ୍ତୁ:-ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ କୀଭରୁ କାହିଁକି ନିଜର ସୈନ୍ୟ କମ୍ କରୁଛି ଋଷ? ଜାଣନ୍ତୁ ଏହାର ୫ଟି ବଡ଼ କାରଣ
ଗୋଟିଏ ପଟେ ଶରଦ ପାୱାରଙ୍କୁ ୟୁପିଏର ଚେୟାରମ୍ୟାନ୍ କରିବା ପାଇଁ ଦାବି ଓ ଅନ୍ୟ ପଟେ ବରୁଣ ଗାନ୍ଧୀଙ୍କ ସହ ସାକ୍ଷାତକୁ ନେଇ କଳ୍ପନାଜଳ୍ପନା ଚାଲିଛି । କୁହାଯାଉଛି ଯେ ୨୦୨୪ ସାଧାରଣ ନିର୍ବାଚନ ସମୟରେ ବରୁଣ ଗାନ୍ଧୀ ବିଜେପି ଛାଡିପାରନ୍ତି । ଉଲ୍ଲେଖନୀୟ କଥା ହେଉଛି, ବରୁଣ ଗାନ୍ଧୀ କ୍ରମାଗତ ଭାବେ ବିଜେପି ନେତୃତ୍ୱ ଉପରେ ଆକ୍ରମଣ କରୁଛନ୍ତି । କୃଷକଙ୍କ ଆନ୍ଦୋଳନ ସମୟରେ ବରୁଣ ଗାନ୍ଧୀ ଅନେକ ଥର ଟ୍ୱିଟ୍ କରି ୟୁପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । କେବଳ ଏତିକି ନୁହେଁ ବେରୋଜଗାର ପ୍ରସଙ୍ଗରେ ସେ ବିଜେପି ସରକାରଙ୍କୁ ଘେରି ଥିଲେ । ଏଭଳି ପରିସ୍ଥିତିରେ ବରୁଣଙ୍କ ଭବିଷ୍ୟତକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି ।