Armenia-Azerbaijan War: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଟ୍ୱିଟ୍ କରି କହିଛନ୍ତି ଯେ ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲାସ୍ ପାସିନାନ୍ ଏବଂ ଆଜେରବାଇଜାନର ରାଷ୍ଟ୍ରପତି ଇଲହାମ ଆଲିୟେଭଙ୍କୁ ଅଭିନନ୍ଦନ, ଯେଉଁମାନେ ମଧ୍ୟରାତ୍ରିରେ ସଂଘର୍ଷ ବିରାମ କରିବାକୁ ସହମତ ହୋଇଛନ୍ତି ।
Trending Photos
ନୂଆଦିଲ୍ଲୀ: Armenia-Azerbaijan war: ୨୯ ଦିନ ଧରି ଚାଲୁ ଥିବା ଆର୍ମେନିଆ (Armenia) ଓ ଆଜେରବାଇଜାନ (Azerbaijan) ମଧ୍ୟରେ ଯୁଦ୍ଧ ଶେଷ ହୋଇଯାଇଛି । ଅକ୍ଟୋବର ୨୬ ମଧ୍ୟରାତ୍ରିରୁ ଅସ୍ତ୍ରବିରତି ଲାଗୁ କରିବାକୁ ଉଭୟ ଦେଶ ସହମତ ହୋଇଛନ୍ତି । ଆମେରିକା (America) ର ମଧ୍ୟସ୍ଥତା ପରେ ଆର୍ମେନିଆ-ଆଜେରବାଇଜାନ ମଧ୍ୟରେ ସଂଘର୍ଷ ବିରାମ ହୋଇଛି । ଏହାର ଘୋଷଣା ସ୍ୱୟଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କରିଛନ୍ତି ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଟ୍ୱିଟ୍ କରି କହିଛନ୍ତି ଯେ ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲାସ୍ ପାସିନାନ୍ ଏବଂ ଆଜେରବାଇଜାନର ରାଷ୍ଟ୍ରପତି ଇଲହାମ ଆଲିୟେଭଙ୍କୁ ଅଭିନନ୍ଦନ, ଯେଉଁମାନେ ମଧ୍ୟରାତ୍ରିରେ ସଂଘର୍ଷ ବିରାମ କରିବାକୁ ସହମତ ହୋଇଛନ୍ତି । ଏହା ଦ୍ୱାରା ଅନେକ ଜୀବନ ରକ୍ଷା ପାଇବ । ଏହାପୂର୍ବରୁ ମାଇକ ପୋମ୍ପିଓ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଅସ୍ତ୍ରବିରତି ଘୋଷଣା କରିଥିଲେ ।
ଉଲ୍ଲେଖନୀୟ କଥା ହେଉଛି, ଆର୍ମେନିଆ ଓ ଆଜେରବାଇଜାନ ବିଶ୍ୱ ମାନଚିତ୍ରରେ ଦୁଇଟି ଛୋଟ ଦେଶ, କିନ୍ତୁ ସେମାନଙ୍କ ମଧ୍ୟରେ ନାଗୋର୍ଣ୍ଣୋ-କରାବାଖକୁ ନେଇ ପ୍ରାୟ ଏକ ମାସ ଧରି ଏପରି ଭୟଙ୍କର ଯୁଦ୍ଧ ଚାଲିଛି । ଦାବି କରାଯାଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ଉଭୟ ପକ୍ଷରୁ ପ୍ରାୟ ୫୦୦୦ ଲୋକ ପ୍ରାଣ ହରାଇଛନ୍ତି । ଏହି କାରଣରୁ ସମସ୍ତଙ୍କ ନଜର ଏହି ଦୁଇ ଦେଶ ଉପରେ ରହିଛି ।
ଅଧିକ ପଢ଼ନ୍ତୁ:-ପୁଣି କୋରୋନା ଭୂତାଣୁକୁ ନେଇ ବହୁତ ବଡ଼ ଖରାପ ଖବର ଦେଲା WHO
ଏହାପୂର୍ବରୁ ଆର୍ମେନିଆ ଓ ଆଜେରବାଇଜାନ ପରସ୍ପର ଉପରେ ଶାନ୍ତିପୂର୍ଣ୍ଣ ସମାଧାନରେ ବାଧା ସୃଷ୍ଟି କରୁଥିବାର ଅଭିଯୋଗ ଆଣିଥିଲେ । ଆର୍ମେନିଆ ଆଜେରୀୟ ସେନା ବିରୋଧରେ ବସତି ଅଞ୍ଚଳରେ ବୋମା ମାଡ଼ କରିଥିବାର ଅଭିଯୋଗ ଆଣିଥିଲେ । ଅନ୍ୟପକ୍ଷେ ଆଜେରବାଇଜାନ ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛି ଯେ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ପ୍ରସ୍ତୁତ, କିନ୍ତୁ ପ୍ରଥମେ ଆର୍ମେନିଆ ସୈନ୍ୟଙ୍କୁ ଯୁଦ୍ଧକ୍ଷେତ୍ର ଛାଡିବାକୁ ପଡିବ ।
ଅଧିକ ପଢ଼ନ୍ତୁ:-ଗୋଟିଏ ଦିନର କୋରୋନା ମାମଲାରେ ନୂଆ ବିଶ୍ୱ ରେକର୍ଡ କଲେ ଆମେରିକା-ଫ୍ରାନ୍ସ, ବ୍ରିଟେନରେ ପୁଣି ଲାଗିଲା ଲକଡାଉନ୍
ଏହି ଯୁଦ୍ଧରେ ଦୁଇ ଥର ଋଷର ମଧ୍ୟସ୍ଥତା ମାଧ୍ୟମରେ ସଂଘର୍ଷ ବିରାମ ଉଦ୍ୟମ ହୋଇଛି, କିନ୍ତୁ ଉଭୟ ସଂଘର୍ଷ ବିରାମ ବେଶି ସମୟ ପାଇଁ ରହି ନଥିଲା । ପୁନର୍ବାର ଯୁଦ୍ଧ ଆରମ୍ଭ ହୋଇଥିଲା । ଏବେ ଏହା ଦେଖିବାକୁ ପଡ଼ିବ ଯେ ଆମେରିକା ଦ୍ୱାରା କରାଯାଇଥିବା ଅସ୍ତ୍ରବିରତିର ଅବଧି କେତେ ଦିନ ରହୁଛି । ଆର୍ମେନିଆ ଏବଂ ଆଜେରବାଇଜାନ ଶାନ୍ତି ପଥକୁ ଫେରିବ ନା କିଛି ଦିନ ପରେ ଦୁଇ ଦେଶ ମୁହାଁମୁହିଁ ହେବେ, ତାହା ଦେଖିବାକୁ ରହିଯାଇଛି ।
ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ ଆଉ ଜଣେ ବିଧାୟକ
ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ବିବାଦ ସେପ୍ଟେମ୍ବର ୨୭ରେ ଆଜେରବାଇଜାନ ଅଧୀନରେ ଥିବା ନାଗୋର୍ଣ୍ଣୋ-କରାବାଖ ଅଞ୍ଚଳରେ ଆରମ୍ଭ ହୋଇଥିଲା । କିନ୍ତୁ ଏହା ଉପରେ ସ୍ଥାନୀୟ ଆର୍ମେନିଆ ସୈନ୍ୟର ନିୟନ୍ତ୍ରଣ ରହିଛି । ଏହା ହେଉଛି ୧୯୯୪ରେ ଯୁଦ୍ଧ ଶେଷ ହେବା ପରେ ଏହି ଅଞ୍ଚଳର ସବୁଠାରୁ ଗୁରୁତର ସଂଘର୍ଷ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଂଘର୍ଷରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ।