କେରଳରେ ବନ୍ୟାର ତାଣ୍ଡବ: ୪୧ ମୃତ, ୧୧ଟି ଡ୍ୟାମ୍ ପାଇଁ ରେଡ୍‌ ଆଲର୍ଟ ଜାରି, ଏସବୁ ରାଜ୍ୟରେ ବି ଭାରି ବର୍ଷାର ଚେତାବନୀ
Advertisement

କେରଳରେ ବନ୍ୟାର ତାଣ୍ଡବ: ୪୧ ମୃତ, ୧୧ଟି ଡ୍ୟାମ୍ ପାଇଁ ରେଡ୍‌ ଆଲର୍ଟ ଜାରି, ଏସବୁ ରାଜ୍ୟରେ ବି ଭାରି ବର୍ଷାର ଚେତାବନୀ

କେବଳ ଦକ୍ଷିଣରେ ନୁହେଁ ଉତ୍ତରରେ ମଧ୍ୟ ପ୍ରକୃତି ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରବଳ ବର୍ଷା ଉତ୍ତରାଖଣ୍ଡରେ ସାଧାରଣ ଜୀବନକୁ ବାଧା ସୃଷ୍ଟି କରିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ରହିଛି, ଏଭଳି ପରିସ୍ଥିତିରେ ପୂର୍ବ ଅପେକ୍ଷା ଅବସ୍ଥା ଆହୁରି ଖରାପ ହୋଇପାରେ ।

କେରଳରେ ବନ୍ୟାର ତାଣ୍ଡବ: ୪୧ ମୃତ, ୧୧ଟି ଡ୍ୟାମ୍ ପାଇଁ ରେଡ୍‌ ଆଲର୍ଟ ଜାରି, ଏସବୁ ରାଜ୍ୟରେ ବି ଭାରି ବର୍ଷାର ଚେତାବନୀ

ନୂଆଦିଲ୍ଲୀ: Kerala Flood 2021: ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ପ୍ରକୃତିର ରୌଦ୍ର ରୂପ ଦେଖିବାକୁ ମିଳୁଛି । କେରଳରେ ବନ୍ୟା (Kerala Flood) ର ତାଣ୍ଡବ ଜାରି ରହିଛି । ସେପଟେ ଆଜି କ୍ରମାଗତ ତୃତୀୟ ଦିନ ପାଇଁ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା (Heavy Rain in Uttarakhand) ହେବାର ସତର୍କ ସୂଚନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ ଉତ୍ତରପ୍ରଦେଶରେ ମଧ୍ୟ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । କେରଳରେ ଆଜି ଡ୍ୟାମ ଖୋଲିବା କାରଣରୁ ନଦୀର ଜଳ ସ୍ତର ବୃଦ୍ଧି ପାଇପାରେ । କେରଳର ୧୧ଟି ବନ୍ଧ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ଦୁଃଖଦ ଖବର ହେଉଛି ଯେ କେରଳରେ ବନ୍ୟା ଓ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି ।

ଉତ୍ତରାଖଣ୍ଡରେ ଆଗାମୀ ୪୮ ଘଣ୍ଟା ଭାରି ଓ ବିଗିଡିପାରେ ପରିସ୍ଥିତି

କେବଳ ଦକ୍ଷିଣରେ ନୁହେଁ ଉତ୍ତରରେ ମଧ୍ୟ ପ୍ରକୃତି ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରବଳ ବର୍ଷା ଉତ୍ତରାଖଣ୍ଡରେ ସାଧାରଣ ଜୀବନକୁ ବାଧା ସୃଷ୍ଟି କରିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ରହିଛି, ଏଭଳି ପରିସ୍ଥିତିରେ ପୂର୍ବ ଅପେକ୍ଷା ଅବସ୍ଥା ଆହୁରି ଖରାପ ହୋଇପାରେ ।

ଗତ ୨୪ ଘଣ୍ଟା ମଧ୍ୟରେ ୧୫୦ ମିଲିମିଟରରୁ ଅଧିକ ପ୍ରବଳ ବର୍ଷା ନୈନିତାଲ ପରି ସୌନ୍ଦର୍ଯ୍ୟମୟ ସ୍ଥାନକୁ ଗ୍ରାସ କରିନେଇଛି । ନୈନିହ୍ରଦର ପାଣି ପ୍ରଥମ ଥର ପାଇଁ ନୈନା ଦେବୀ ମନ୍ଦିର ଭିତରେ ପ୍ରବେଶ କରିଛି । ହ୍ରଦର ଜଳ ବୃଦ୍ଧି ଯୋଗୁଁ  ପଥଚାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ବର୍ଷା ହେତୁ ନୈନିତାଲରେ ମଧ୍ୟ ଭୂସ୍ଖଳନ ଆରମ୍ଭ ହୋଇଛି ।

ସମଗ୍ର ରାଜ୍ୟରେ ପରିସ୍ଥିତିକୁ ତଦାରଖ କରିବା ପାଇଁ ଦେହରାଡୁନରେ ଏକ ନିୟନ୍ତ୍ରଣ କକ୍ଷ ବ୍ୟବସ୍ଥା କରାଯାଇଛି । ସିଏମ୍ ପୁଷ୍କର ଧାମି ମଧ୍ୟ କଣ୍ଟ୍ରୋଲ୍ ରୁମ୍ ମାଧ୍ୟମରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି । ଉତ୍ତରାଖଣ୍ଡର ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସାହାଯ୍ୟକୁ ନେଇ ଆଶ୍ୱାସନା ଦେଇଛନ୍ତି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେତୁ ଚାରିଧାମ ଯାତ୍ରା ବନ୍ଦ ହୋଇଯାଇଛି ।

କେରଳର ୧୧ଟି ବନ୍ଧକୁ ନେଇ ରେଡ୍ ଆଲର୍ଟ ଜାରି, ଅକ୍ଟୋବର ୨୪ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା 

କେରଳ (Kerala) ରେ ଲଗାତାର ବର୍ଷା ହେତୁ ରାଜ୍ୟ ସରକାର ୧୧ଟି ବନ୍ଧକୁ ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ତେଣୁ ନିମ୍ନମାନର ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ଅପିଲ୍ କରାଯାଉଛି । ଆଜି ଏସିଆର ସର୍ବୋଚ୍ଚ ଆର୍କ ଡ୍ୟାମରେ ଅନ୍ତର୍ଭୁକ୍ତ ଇଡୁକ୍କି ଡ୍ୟାମର ଦ୍ୱାର ମଧ୍ୟ ଖୋଲାଯିବ । ୨୦୧୮ରେ ଯେତେବେଳେ ଇଡୁକ୍କି ଡ୍ୟାମର ଗ୍ୟଟ୍ ଖୋଲାଗଲା, ସେତେବେଳେ ପେରିଆର ନଦୀ ଚାରିପାଖରେ ଏକ ବଡ଼ ଧରଣର ଧ୍ୱଂସ ଘଟିଥିଲା ​ଓ ପୁନର୍ବାର ଏହିପରି ଧ୍ୱଂସ ହେବାର ସମ୍ଭାବନା ଅଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବୁଧବାର ଠାରୁ କେରଳରେ ବର୍ଷା ଆହୁରି ଅଧିକ ଗତି ଧରିବ, ଯାହା ଅକ୍ଟୋବର ୨୪ ପର୍ଯ୍ୟନ୍ତ ଚାଲିବ । ତେଣୁ ରାଜ୍ୟ ସରକାର ବଡ଼ ଡ୍ୟାମ ଖାଲି କରିବା ଆରମ୍ଭ କରି ଦେଇଛନ୍ତି । ଚଲାକୁଡି ନଦୀ ଉପରେ ଥିବା ଶୋଲାୟର ଡ୍ୟାମର ଗ୍ୟାଟ୍ ଖୋଲାଯାଇଛି । ରାଜ୍ୟ ସରକାର କକ୍କି ନଦୀରେ କକ୍କି ଡ୍ୟାମର ଦ୍ୱାର ମଧ୍ୟ ଖୋଲିଛନ୍ତି । ଆଜି ଏର୍ନାକୁଲମରେ ଇଡାମାଲାୟାର ଓ ପଠାନାମୀଟ୍ଟାର ପମ୍ପା ଡ୍ୟାମର ଦ୍ୱାର ଖୋଲାଯିବ । ମାତୁପାଟ୍ଟି, ମୋଜିଆର, କୁଣ୍ଡାଲା ଏବଂ ପିଚି ଡ୍ୟାମ ପାଇଁ ରେଡ୍ ଆଲର୍ଟ ମଧ୍ୟ ଜାରି କରାଯାଇଛି । ଏହା ବ୍ୟତୀତ ଆଠଟି ବନ୍ଧ ପାଇଁ 'ଅରେଞ୍ଜ ଆଲର୍ଟ' ଜାରି କରାଯାଇଛି ।

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳୀର ଉପହାର, ୩୦ ଦିନର ଦରମାର ବରାବର ମିଳିବ ବୋନସ୍

ଏହା ବି ପଢ଼ନ୍ତୁ:-BSNL ର ଉପହାର: ଏହି ଗ୍ରାହକଙ୍କୁ ୪ ମାସ ପାଇଁ ମାଗଣା ମିଳିବ ଇଣ୍ଟରନେଟ୍, ଜାଣନ୍ତୁ ଏହି ନୂତନ ଅଫର୍ ବିଷୟରେ...

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍