ନୀତିଶ କୁମାରଙ୍କ ବଡ ବୟାନ, କହିଲେ- ମୋତେ ମୁଖ୍ୟମନ୍ତ୍ରୀ ରହିବାର ନାହିଁ, ଯାହାକୁ ଚାହୁଁଛି ତାଙ୍କୁ ସିଏମ କରୁ ଏନଡିଏ
Advertisement
Article Detail0/zeeodisha/odisha816648

ନୀତିଶ କୁମାରଙ୍କ ବଡ ବୟାନ, କହିଲେ- ମୋତେ ମୁଖ୍ୟମନ୍ତ୍ରୀ ରହିବାର ନାହିଁ, ଯାହାକୁ ଚାହୁଁଛି ତାଙ୍କୁ ସିଏମ କରୁ ଏନଡିଏ

ଜେଡିୟୁ ଜାତୀୟ ଅଧ୍ୟକ୍ଷ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବୈଠକରେ ସମ୍ବୋଧିତ କରିଥିଲେ । 

ନୀତିଶ କୁମାରଙ୍କ ବଡ ବୟାନ, କହିଲେ- ମୋତେ ମୁଖ୍ୟମନ୍ତ୍ରୀ ରହିବାର ନାହିଁ, ଯାହାକୁ ଚାହୁଁଛି ତାଙ୍କୁ ସିଏମ କରୁ ଏନଡିଏ

ପାଟନା: ଜେଡିୟୁ (JDU) ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ବଡ଼ ବୟାନ ଦେଇଛନ୍ତି । ଗତକାଲି ଅର୍ଥାତ ରବିବାର ଏହି ବୈଠକରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, "ମୋତେ ଆଉ ସିଏମ୍ ରହିବାର ନାହିଁ । ଏନଡିଏ ମେଣ୍ଟ ଯାହାକୁ ଚାହିଁବ ତାଙ୍କୁ ସିଏମ କରୁ । ବିଜେପିର ସିଏମ୍ ହେଉ । ମୋତେ ଏଥିରୁ କୌଣସି ଫରକ ପଡ଼ିବ ନାହିଁ । ମୋତେ କୌଣସି ପଦର ମୋହ ନାହିଁ ।" ନୀତିଶ କୁମାରଙ୍କ ଏହି ବୟାନ ବିହାର ରାଜନୀତିରେ ଅସ୍ଥିରତା ସୃଷ୍ଟି କରିଛି ।

ଅଧିକ ପଢ଼ନ୍ତୁ:-୨୦୨୦ରେ କୋରୋନା କରିଛି ତାଣ୍ଡବ, ଏବେ ମାଡ଼ି ଆସୁଛି ଏହି ବିପଦ, ଚେତାବନୀ ଜାରି କଲା WHO

ଜେଡିୟୁ ଜାତୀୟ ଅଧ୍ୟକ୍ଷ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବୈଠକରେ ସମ୍ବୋଧିତ କରିଥିଲେ । ସେ ଆହୁରି କହିଛନ୍ତି ଯେ, "ମୋର ଏହି ପଦ ପାଇଁ କୌଣସି ଇଚ୍ଛା ନାହିଁ, ଏହି ପଦରେ ରହିବାକୁ ଇଚ୍ଛା ନାହିଁ । ନିର୍ବାଚନ ଫଳାଫଳ ଆସିବା ପରେ ମୁଁ ମୋର ଇଚ୍ଛାକୁ ମେଣ୍ଟକୁ ଜଣାଇଥିଲି । କିନ୍ତୁ ଚାପ ଏତେ ଥିଲା ଯେ ମୋତେ ପୁନର୍ବାର କାମ ସମ୍ଭାଳିବାକୁ ପଡିଲା । ଆମେ ସ୍ୱାର୍ଥ ପାଇଁ କାମ କରୁନାହୁଁ । ଆଜି ପର୍ଯ୍ୟନ୍ତ ଆମେ କୌଣସି ପ୍ରକାରର ଚୁକ୍ତି କରିନାହୁଁ ।"

ଅଧିକ ପଢ଼ନ୍ତୁ:-୬ ଜେଡିୟୁ ବିଧାୟକଙ୍କୁ ଦଳରେ ମିଶାଇବା ବିହାରରେ ବିଜେପିକୁ ପଡ଼ିବ ମହଙ୍ଗା?

ସୂଚନାଯୋଗ୍ୟ, ସେପଟେ ବିଗତ ଦିନରେ ଅରୁଣାଚଳ ପ୍ରଦେଶରେ ଦଳର ୬ ଜଣ ବିଧାୟକ ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ତିକ୍ତତା ଦେଖାଦେଇଛି । ବିଜେପିରେ ଯୋଗ ଦେଉଥିବା ଜେଡିୟୁ ବିଧାୟକଙ୍କ ନାମ ହେଉଛି ତଲିମ ତବୋହ, ଜିକ୍କେ ତାକୋ, ହୟେଙ୍ଗ ମଙ୍ଗଫି, ଡୋର୍ଜି ୱାଙ୍ଗଡି ଖର୍ମା, ଡୋଙ୍ଗ୍ରୁ ସେଙ୍ଗଜୁ, କଙ୍ଗୋଙ୍ଗ ଟାକୁ ।