Two Finger Test: ସେପଟେ, ସୁପ୍ରିମକୋର୍ଟଙ୍କ ନିଷେଧାଦେଶ ପରେ ମଧ୍ୟ ଏହି ଲଜ୍ଜାଜନକ'ଟୁ ଫିଙ୍ଗର ଟେଷ୍ଟ୍' ଚାଲିଛି । ୨୦୧୯ରେ ପ୍ରାୟ ୧୫୦୦ ଦୁଷ୍କର୍ମ ପୀଡ଼ିତା ଓ ସେମାନଙ୍କ ପରିବାର କୋର୍ଟରେ ଅଭିଯୋଗ କରିଥିଲେ । ଏଥିରେ କୁହାଯାଇଥିଲା ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏହି ପରୀକ୍ଷା କରାଯାଉଛି ।
Trending Photos
ନୂଆଦିଲ୍ଲୀ: Two Finger Test: ଆଜିକାଲି ମନୁଷ୍ୟର ମାନବିକତା ହଜିଯାଇଛି । ଲୋକମାନେ ବେଳେବେଳେ ନିଜ ମାନବିକତା ଭୁଲି ପଶୁ ପାଲଟିଥାନ୍ତି । ଦେଶରେ ଦୁଷ୍କର୍ମ (Rape) ପରି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । କିନ୍ତୁ ଦୁଷ୍କର୍ମ ପରେ ପୀଡ଼ିତାଙ୍କ 'ଟୁ ଫିଙ୍ଗର ଟେଷ୍ଟ୍' (Two Finger Test) କରାଯାଇଥାଏ ଓ ଏହି ପରୀକ୍ଷା ମାଧ୍ୟମରେ ଜଣାଯାଇଥାଏ କି ତାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ ।
କାହିଁକି କରାଯାଏ 'ଟୁ ଫିଙ୍ଗର ଟେଷ୍ଟ୍':
ଅନେକ ଲୋକ ଏହି 'ଟୁ ଫିଙ୍ଗର ଟେଷ୍ଟ୍'କୁ ମଧ୍ୟ ବିରୋଧ କରିଆସୁଛନ୍ତି । କାରଣ ଏହା ପୀଡ଼ିତାଙ୍କ ସହ ପୁନର୍ବାର ଦୁଷ୍କର୍ମ ହେବା ଭଳି ପରୀକ୍ଷା, ଏହି ପରୀକ୍ଷା ଦୁଷ୍କର୍ମ ଅପେକ୍ଷା ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ । ଏହା ବିଷୟରେ କୁହାଯାଏ ଯେ, ଦୁଷ୍କର୍ମ ହେଉଛି ଶାରୀରିକ ନିର୍ଯ୍ୟାତନା ତ ଏହି ଟେଷ୍ଟ ମାନସିକ ନିର୍ଯ୍ୟାତନା । ଏହା ସତ୍ତ୍ୱେ ଏହି ପରୀକ୍ଷା କରାଯାଇଥାଏ ।
ଏହା କୁମାରୀତ୍ୱ ପରୀକ୍ଷଣ (Virginity Test) ର ଏକ ପଦ୍ଧତି ଯାହା ସମ୍ପୂର୍ଣ୍ଣ ବୈଜ୍ଞାନିକ ନୁହେଁ । ଏଥିରେ ଡାକ୍ତର ପୀଡ଼ିତାଙ୍କ ଯୋନିରେ ଆଙ୍ଗୁଳି ଭର୍ତ୍ତି କରି ଏହା ଜାଣିବାକୁ ଚେଷ୍ଟା କରନ୍ତି ଯେ ତାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ । ଡାକ୍ତର ବିଶ୍ୱାସ କରନ୍ତି ଯେ ଜୋର ଜବରଦସ୍ତି କରାଯାଇଥିବା ସଂଭୋଗ ସମୟରେ ଭିତରର ହାଇମେନ ଭାଙ୍ଗିଯାଏ, କିନ୍ତୁ ସମ୍ମତି ଆଧାରରେ ଏହା ହୁଏ ନାହିଁ ।
ଏହା ବି ପଢ଼ନ୍ତୁ:-ଚାଣକ୍ୟ ନୀତି ଅନୁସାରେ ଜୀବନରେ ଏହି ୪ଟି ଜିନିଷ ହୋଇଥାଏ ଅତ୍ୟନ୍ତ ମୂଲ୍ୟବାନ
ଏହା ବି ପଢ଼ନ୍ତୁ:-କଂଗ୍ରେସକୁ ଲାଗିବ ଆଉ ଏକ ଶକ୍ତ ଧକ୍କା! ଦଳ ଛାଡ଼ିପାରନ୍ତି ଏହି ବଡ଼ ନେତା
ସୁପ୍ରିମ କୋର୍ଟ ଲଗାଇଥିଲେ ରୋକ୍
ଲିଲୁ ରାଜେଶ ବନାମ ରାଜ୍ୟ ହରିୟାଣା (୨୦୧୩) ମାମଲାରେ ସୁପ୍ରିମକୋର୍ଟ 'ଟୁ ଫିଙ୍ଗର ଟେଷ୍ଟ୍' (Two Finger Test) କୁ ଅସାମ୍ବିଧାନିକ ବୋଲି କହିଥିଲେ । ଏହି ଟେଷ୍ଟ୍ ଉପରେ କୋର୍ଟ କଡ଼ା ଟିପ୍ପଣୀ ଦେଇଥିଲେ । ଏହାକୁ ଦୁଷ୍କର୍ମ ପୀଡ଼ିତାଙ୍କ ଗୋପନୀୟତା ଓ ସମ୍ମାନର ଉଲ୍ଲଂଘନ ବୋଲି କୁହାଯାଉଥିଲା । କୋର୍ଟ କହିଥିଲେ ଯେ, ଏହା ଶାରୀରିକ ଓ ମାନସିକ ଆଘାତ ପହଞ୍ଚାଉଥିବା ଟେଷ୍ଟ । ଯଦିଓ ଏହି ପରୀକ୍ଷା ପଜିଟିଭ ଆସେ, ତେବେ ବି ସମ୍ମତିରେ ସମ୍ୱନ୍ଧ ଗଢ଼ାଯାଇଥିଲା ବୋଲି ବିଚାରକୁ ନିଆଯାଇପାରି ହେବନାହିଁ ।
ସେପଟେ, ସୁପ୍ରିମକୋର୍ଟଙ୍କ ନିଷେଧାଦେଶ ପରେ ମଧ୍ୟ ଏହି ଲଜ୍ଜାଜନକ'ଟୁ ଫିଙ୍ଗର ଟେଷ୍ଟ୍' ଚାଲିଛି । ୨୦୧୯ରେ ପ୍ରାୟ ୧୫୦୦ ଦୁଷ୍କର୍ମ ପୀଡ଼ିତା ଓ ସେମାନଙ୍କ ପରିବାର କୋର୍ଟରେ ଅଭିଯୋଗ କରିଥିଲେ । ଏଥିରେ କୁହାଯାଇଥିଲା ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏହି ପରୀକ୍ଷା କରାଯାଉଛି ।