ଶବନମଙ୍କ ଫାଶୀ ପାଇଁ ପବନ ଜହ୍ଲାଦ ଦୁଇଥର ଫାଶୀ ଘରକୁ ନିରୀକ୍ଷଣ କରିଛନ୍ତି ।
Trending Photos
ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଅପରାଧିକ କାର୍ଯ୍ୟ ପାଇଁ ଫାଶୀ ଦିଆଯିବ । ଏଥିପାଇଁ ଉତ୍ତର ପ୍ରଦେଶର ମଥୁରା ଜେଲରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଅମରୋହର ଶବନମ (Shabnam) ଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି । ନିର୍ଭୟା ଅପରାଧୀଙ୍କୁ ଫାଶୀରେ ଝୁଲାଇଥିବା ପବନ ଜହ୍ଲାଦ ମଧ୍ୟ ଫାଶୀ ଘରକୁ ଦୁଇଥର ନିରୀକ୍ଷଣ କରିଛନ୍ତି ।
ଅଧିକ ପଢ଼ନ୍ତୁ:-LPG ଗ୍ରାହକଙ୍କ ପାଇଁ ଖୁସି ଖବର
ସୂଚନାଯୋଗ୍ୟ, ଅମରୋହର ଶବନମ୍ ନାମକ ଜଣେ ମହିଳା ଏପ୍ରିଲ ୨୦୦୮ରେ ପ୍ରେମିକଙ୍କ ସହ ମିଶି ନିଜ ପରିବାରର ସାତ ଜଣ ସଦସ୍ୟଙ୍କୁ କୁରାଢ଼ି ସାହାଯ୍ୟରେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ନିମ୍ନ ଅଦାଲତରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏହି ମାମଲାରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ଏହା ପରେ ଶବନମ୍ ରାଷ୍ଟ୍ରପତିଙ୍କ ପାଖରେ ଦୟା ପାଇଁ ନିବେଦନ କରିଥିଲେ କିନ୍ତୁ ବର୍ତ୍ତମାନ ରାଷ୍ଟ୍ରପତି ଭବନ ମଧ୍ୟ ତାଙ୍କର ଦୟା ଆବେଦନକୁ ଖାରଜ କରିଛନ୍ତି । ଏହି କାରଣରୁ ସ୍ୱାଧୀନ ଭାରତ ଇତିହାସରେ ଶବନମ୍ ପ୍ରଥମ ମହିଳା ହେବ, ଯାହାକୁ ଫାଶୀ ଦିଆଯିବ ।
ଅଧିକ ପଢ଼ନ୍ତୁ:-ଭାଙ୍ଗିଯିବ ପୁଡୁଚେରୀର କଂଗ୍ରେସ ସରକାର! ରାହୁଲଙ୍କ ଗସ୍ତ ପୂର୍ବରୁ ଆଉ ଜଣେ ବିଧାୟକଙ୍କ ଇସ୍ତଫା
ଶବନମଙ୍କ ଫାଶୀ ପାଇଁ ପବନ ଜହ୍ଲାଦ ଦୁଇଥର ଫାଶୀ ଘରକୁ ନିରୀକ୍ଷଣ କରିଛନ୍ତି । ବିହାରର ବକ୍ସରରୁ ଫାଶୀ ପାଇଁ ରଶି ଅଣାଯାଉଛି । ଫାଶୀରେ ଯେପରି କୌଣସି ବାଧା ନଆସେ ସେଥିପାଇଁ ସବୁ ବ୍ୟବସ୍ଥା କରାଯାଉଛି । ମଥୁରାରେ ସ୍ୱାଧୀନତା ପୂର୍ବେ ପ୍ରାୟ ୧୫୦ ବର୍ଷ ପୂର୍ବରୁ ମହିଳାମାନଙ୍କ ପାଇଁ ଫାଶୀ ଘର ନିର୍ମାଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ କାହାକୁ ଫାଶୀ ଦିଆଯାଇନାହିଁ । ଶବନକୁ ଫାଶୀ ଦେବା ସମ୍ପର୍କରେ ମଥୁରା ଜେଲର ଅଧୀକ୍ଷକ ଶୈଳେନ୍ଦ୍ର କୁମାର ମୈତ୍ରେୟ କହିଛନ୍ତି ଯେ ଫାଶୀ ହେବାର ତାରିଖ ସ୍ଥିର କରାଯାଇ ନାହିଁ କିମ୍ବା କୌଣସି ଆଦେଶ ଆସିନାହିଁ । କିନ୍ତୁ ଜେଲ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଡେଥ୍ ୱାରେଣ୍ଟ ଜାରି ହେବା ମାତ୍ରେ ଶବନଙ୍କୁ ଫାଶୀ ଦିଆଯିବ ।