ବହୁତ ବଡ଼ ଖୁସି ଖବର ଦେଲା WHO
Advertisement

ବହୁତ ବଡ଼ ଖୁସି ଖବର ଦେଲା WHO

ସଂଗଠନର ମୁଖ୍ୟ ଆହୁରି କହିଛନ୍ତି ଯେ, ଆଜି ସମସ୍ତ ଦେଶ ସେହି ସମୟ ଅପେକ୍ଷା ଦ୍ରୁତ ଗତିରେ ବିକାଶ କରୁଛନ୍ତି ଏବଂ ଏହି କାରଣରୁ କୋରୋନା ମହାମାରୀ ମଧ୍ୟ ଦ୍ରୁତ ଗତିରେ ବ୍ୟାପିଛି । ଏଠାରେ ଏହା ମଧ୍ୟ କହିବା ଆବଶ୍ୟକ ଯେ ସେହି ସମୟ ତୁଳନାରେ ଆମେ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ଅଗ୍ରଗତି କରିଛୁ । ଆଉ ଏହା ଆମ ପାଇଁ ଲାଭଦାୟକ ଅଟେ ।

ବହୁତ ବଡ଼ ଖୁସି ଖବର ଦେଲା WHO

ଜେନେଭା: ଆଶା କରାଯାଉଛି ଯେ ୨ ବର୍ଷରୁ କମ୍ ସମୟ ମଧ୍ୟରେ ଦୁନିଆରୁ କୋରୋନା ଭାଇରସ(Coronavirus)ର ବିଲୋପ ହେବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ।  କୋଭିଡ-19(COVID-19) ସ୍ପାନିଶ ଫ୍ଲୁ(Spanish Flu) ଅପେକ୍ଷା କମ୍ ସମୟ ମଧ୍ୟରେ ସମାପ୍ତ ହେବ । ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ କୋରୋନା ମହାମାରୀ ସମାପ୍ତ ହେବ ବୋଲି ଆମେ ଆଶା କରୁଛୁ ବୋଲି WHO ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଘେବ୍ରେସସ୍(Tedros Adhanom Ghebres) ଶୁକ୍ରବାର ଜେନେଭା ସ୍ଥିତ ସଂଗଠନର ମୁଖ୍ୟାଳୟରେ ଗଣମାଧ୍ୟମକୁ କହିଛନ୍ତି । ସେ ଏହି କଥା ଉପରେ ଜୋର ଦେଇ କହିଛନ୍ତି ଯେ ୧୯୧୮ ମସିହାରେ ବ୍ୟାପି ଥିବା ମହାମାରୀ ଅପେକ୍ଷା କୋରୋନା କମ୍ ସମୟ ମଧ୍ୟରେ ଶେଷ ହେବ ।

ଅଧିକ ପଢ଼ନ୍ତୁ:-ଚୀନରେ ଶେଷ ହୋଇଯାଇଛି କୋରୋନା !

ସଂଗଠନର ମୁଖ୍ୟ ଆହୁରି କହିଛନ୍ତି ଯେ, ଆଜି ସମସ୍ତ ଦେଶ ସେହି ସମୟ ଅପେକ୍ଷା ଦ୍ରୁତ ଗତିରେ ବିକାଶ କରୁଛନ୍ତି ଏବଂ ଏହି କାରଣରୁ କୋରୋନା ମହାମାରୀ ମଧ୍ୟ ଦ୍ରୁତ ଗତିରେ ବ୍ୟାପିଛି । ଏଠାରେ ଏହା ମଧ୍ୟ କହିବା ଆବଶ୍ୟକ ଯେ ସେହି ସମୟ ତୁଳନାରେ ଆମେ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ଅଗ୍ରଗତି କରିଛୁ । ଆଉ ଏହା ଆମ ପାଇଁ ଲାଭଦାୟକ ଅଟେ ।

ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !

ସେ କହିଛନ୍ତି ଯେ, ସମ୍ବଳର ଅଧିକ ଉପଯୋଗ କରନ୍ତୁ । ଆଉ ଆଶା କରନ୍ତୁ ଯେ ଆମ ପାଖରେ ଅତିରିକ୍ତ ସମ୍ୱଳ ଯେପରି ଟୀକା ମିଳି ଯାଉ, ତେବେ ମୁଁ ଭାବୁଛି ଯେ ଆମେ ଏହି କୋରୋନା ଭାଇରସ ୧୯୧୮ ମସିହାରେ ବ୍ୟାପିଥିବା ସ୍ପାନିଶ ଫ୍ଲୁ ଅପେକ୍ଷା କମ୍ ସମୟ ମଧ୍ୟରେ ଶେଷ କରିପାରିବା ।

ଅଧିକ ପଢ଼ନ୍ତୁ:-ଗେହଲଟ୍ ହେବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତ ପାଇଲଟଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ପଦ !

ଉଲ୍ଲେଖନୀୟ କଥା ହେଉଛି,  ଭରତ ସମେତ ସମଗ୍ର ବିଶ୍ୱରେ ଏହି ମହାମାରୀର ଆତଙ୍କ ଜାରି ରହିଛି । ଏପର୍ଯ୍ୟନ୍ତ ୨.୨୬ କୋଟିରୁ ଅଧିକ ଲୋକ ଏହି ସଂକ୍ରମଣ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହି ଭୂତାଣୁ ୭.୯୩ ଲକ୍ଷ ରୋଗୀଙ୍କ ଜୀବନ ନେଇଛନ୍ତି । ଭାରତରେ ମଧ୍ୟ କୋରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୯ ଲକ୍ଷ ଅତିକ୍ରମ କରିଛି । ୫୪ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଭାରତରେ ପ୍ରାୟ ୭ ଲକ୍ଷ ସକ୍ରିୟ ମାମଲା ରହିଛି ।