ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !
Advertisement

ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା (Sushant Singh Rajput suicide case)ର ତଦନ୍ତ ପାଇଁ ସିବିଆଇ(CBI)କୁ ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପାର୍ଥ ପାୱାର 'ସତ୍ୟମେବ ଜୟତେ' ଲେଖି ଟ୍ୱିଟ୍ କରିଥିଲେ । ସିବିଆଇ ଦ୍ୱାରା ସୁଶାନ୍ତ ସିଂ ମାମଲାର ତଦନ୍ତ ପାଇଁ ପାର୍ଥ ପାୱାରଙ୍କ ଦାବି ଉପରେ ତାଙ୍କ ଜେଜେବାପା ଶରଦ ପାୱାର ମଧ୍ୟ ତାଗିଦ୍ କରିଥିଲେ ।

ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !

ତମାଲ ବାକଚି, ନୂଆଦିଲ୍ଲୀ: ପୁଣିଥରେ ମହାରାଷ୍ଟ୍ରରେ ଶରଦ ପାୱାର(Sharad Pawar)ଙ୍କ ଘରୋଇ କଳହ ରାଜ୍ୟରେ ନୂଆ ରାଜନୈତିକ ସମୀକରଣର ସଙ୍କେତ ପ୍ରଦାନ କରୁଛି କି ? ଅଜିତ ପାୱାର(Ajit Pawar) ମହାବିକାଶ ଆଘାଡି(Mahavikas Aghadi )ର ମିଳିତ ସରକାର ଉପରେ ଅସନ୍ତୁଷ୍ଟ ଅଛନ୍ତି କି ? ଅଜିତ ପାୱାର ପୁଣିଥରେ ବିଜେପି(BJP) ସହିତ ମିଶି କୌଣସି ସମୀକରଣ ସୃଷ୍ଟି କରୁଛନ୍ତି କି ? ବିଜେପି ପୁଣି ଥରେ ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପାଇଁ କୌଣସି ନୂତନ ଚାଲ ଚାଲିବ କି ? ଏହି ସମସ୍ତ ପ୍ରଶ୍ନ ପରସ୍ପର ସହ ଜଡିତ ଏବଂ ସମସ୍ତଙ୍କ କେନ୍ଦ୍ରରେ ଶରଦ ପାୱାରଙ୍କ ନାତି ଏବଂ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାର(Parth Pawar) ରହିଛନ୍ତି ।

ଅଧିକ ପଢ଼ନ୍ତୁ:-ଧୋନିଙ୍କ ପାଇଁ ବିଦାୟୀ ମ୍ୟାଚ୍ ଆୟୋଜନ କରିବ ବିସିସିଆଇ, ଜାଣନ୍ତୁ କ'ଣ ରହିଛି ପ୍ଲାନ !

ପାର୍ଥଙ୍କ ଟ୍ୱିଟର ଅର୍ଥ କ'ଣ ?

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା (Sushant Singh Rajput suicide case)ର ତଦନ୍ତ ପାଇଁ ସିବିଆଇ(CBI)କୁ ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପାର୍ଥ ପାୱାର 'ସତ୍ୟମେବ ଜୟତେ' ଲେଖି ଟ୍ୱିଟ୍ କରିଥିଲେ । ସିବିଆଇ ଦ୍ୱାରା ସୁଶାନ୍ତ ସିଂ ମାମଲାର ତଦନ୍ତ ପାଇଁ ପାର୍ଥ ପାୱାରଙ୍କ ଦାବି ଉପରେ ତାଙ୍କ ଜେଜେବାପା ଶରଦ ପାୱାର ମଧ୍ୟ ତାଗିଦ୍ କରିଥିଲେ ।

ଏହା ସତ୍ତ୍ୱେ ବୁଧବାର ସୁପ୍ରିମକୋର୍ଟ(Supreme Court)ଙ୍କ ନିଷ୍ପତ୍ତି ଉପରେ ପାର୍ଥ ପାୱାରଙ୍କ ଟ୍ୱିଟ୍ ସମସ୍ତଙ୍କୁ ଚକିତ କରିଛି । ଶରଦ ପାୱାରଙ୍କ ମନା କରିବା ସତ୍ତ୍ୱେ ପାର୍ଥ ପାୱାର ଜିଦ୍ ଧରିଛନ୍ତି କି ? ଏହା କ'ଣ ପାର୍ଥ ପାୱାରଙ୍କର ନିଜସ୍ୱ ମତ ? ଏହା ପଛରେ ତାଙ୍କ ପିତା ଅଜିତ ପାୱାରଙ୍କ ପାଇଁ କୌଣସି ନୀରବ ସମର୍ଥନ ନୁହେଁ ତ 

fallback

୨୭ ଜୁଲାଇରେ ପାର୍ଥ ପାୱାର ରାଜ୍ୟର ଗୃହମନ୍ତ୍ରୀ(Maharashtra Home Minister) ଅନିଲ ଦେଶମୁଖ(Anil Deshmukh)ଙ୍କୁ ଭେଟିବା ପରେ ପୱାର ପରିବାରର କଳହ ସାମ୍ନାକୁ ଆସିଥିଲା । ପାର୍ଥ ତାଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ । ଯେଉଁଥିରେ ଦାବି କରାଯାଇଥିଲା ଯେ ସୁଶାନ୍ତ ସିଂ ମାମଲାରେ ସିବିଆଇର ତଦନ୍ତ କରାଯାଉ । ତାଙ୍କର ଏହି ପଦକ୍ଷେପ ମହାବିକାଶ ଅଘାଡ଼ୀରେ ଆଲୋଡ଼ନ ସୃଷ୍ଟି କରିଥିଲା । ​​କାରଣ ଶିବସେନା(Shiv Sena) ସହ କଂଗ୍ରେସ(Congress) ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି(NCP) ଏହି ମାମଲାକୁ ସିବିଆଇକୁ ଦେବାର ଅର୍ଥ ମହାରାଷ୍ଟ୍ର ଓ ମୁମ୍ବାଇ ପୋଲିସର ଦକ୍ଷତା ଉପରେ ପ୍ରଶ୍ନ ଉଠାଇବା ସହ ଯୋଡିଥିଲେ ।

ଏହି ମାମଲା ଶାନ୍ତ ହୋଇ ନଥିଲା କି ପାର୍ଥ ପାୱାର ରାମ ମନ୍ଦିରର ଭୁମି ପୂଜନ ଦିନ 'ଜୟ ଶ୍ରୀ ରାମ' ଲେଖି ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟ୍ ମଧ୍ୟ ଦଳର ବିଚାରଧାରାର ଅନୁକୂଳ ନଥିଲା । ଶରଦ ପାୱାର ମନ୍ଦିରର ଭୂମି ପୂଜନରେ କେନ୍ଦ୍ର ସରକାରଙ୍କ ବ୍ୟସ୍ତତା ବିଷୟକୁ ନେଇ ବୟାନ ଦେଇ କହିଥିଲେ ଯେ ମନ୍ଦିର ପରିବର୍ତ୍ତେ କୋରୋନା ସହ ଲଢ଼ିବା ଉପରେ ସରକାର ଅଧିକ ଧ୍ୟାନ ଦେବା ଉଚିତ । 

ଯେତେବେଳେ ସାମ୍ବାଦିକମାନେ ଶରତ ପାୱାରଙ୍କୁ ସୁଶାନ୍ତ ସିଂଙ୍କ ଉପରେ ପାର୍ଥ ପାୱାରଙ୍କ ଆଭିମୁଖ୍ୟ ବିଷୟରେ ପଚାରିଥିଲେ, ସେତେବେଳେ ସେ ଦେଇଥିବା ଉତ୍ତର ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । ପାୱାର ସାଧାରଣତଃ ଏପରି ବୟାନ ଦିଅନ୍ତି ନାହିଁ । ପାୱାର କହିଥିଲେ, "ଆମର ନାତି(ପାର୍ଥ)କୁ ମୁଁ ପଇସାଟିଏର ମୂଲ୍ୟ ମଧ୍ୟ ଦେଉନାହୁଁ, ସେ ଅପରିପକ୍ୱ ।"

ଅଧିକ ପଢ଼ନ୍ତୁ:-କୋରୋନା କାଳରେ ଭାରତରେ ୧ କୋଟି ୮୯ ଲକ୍ଷ ଲୋକ ହରାଇଛନ୍ତି ଚାକିରୀ: ସିଏମଆଇଇ

ବ୍ୟାକଫୁଟରେ ଉଦ୍ଧବ ସରକାର 

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟର ଉଦ୍ଧବ ସରକାର ବ୍ୟାକଫୁଟକୁ ନଜରକୁ ଆସୁଛନ୍ତି । ଭାରତୀୟ ଜନତା ପାର୍ଟି(BJP) ଆକ୍ରମଣାତ୍ମକ ଭାବ ଜାରି ରଖିଛି । ବିଜେପି ରାଜ୍ୟ ସରକାରଙ୍କୁ ଲଗାତର ଘେରିବାରେ ଲାଗିଛି । ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ।

ଏହି ପରିପ୍ରେକ୍ଷୀରେ ସୂତ୍ରରୁ ପ୍ରକାଶ ଯେ ଅଜିତ ପାୱାରଙ୍କ ଅସନ୍ତୋଷ ପାର୍ଥ ପାୱାରଙ୍କ ଟ୍ୱିଟର କାରଣ ହୋଇପାରେ । ଅଜିତ ପାୱାର ସରକାରରେ ଅସନ୍ତୁଷ୍ଟ ଅଛନ୍ତି । ଏହି ଖବର ଚର୍ଚ୍ଚା ଜୋର ଧରିଛି । ଏହା ପଛରେ ଗୋଟିଏ କାରଣ ହେଉଛି ମୁଖ୍ୟମନ୍ତ୍ରୀ ହେବାରେ ତାଙ୍କର ବିଫଳତା ।

୨୦୦୪ରେ କଂଗ୍ରେସ ସହ ମେଣ୍ଟ ସମୟରେ ମଧ୍ୟ ଅଜିତ ପାୱାର ବିଧାୟକ ଥିଲେ । କିନ୍ତୁ ବିଧାୟକ ହେବା ସତ୍ତ୍ୱେ ସେ ଶରଦ ପାୱାରଙ୍କ ଯୋଗୁଁ କଂଗ୍ରେସ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ବାଧ୍ୟ ହୋଇଥିଲେ । ଯାହାକୁ ସେ ସହଜରେ ହଜମ କରି ପାରିନଥିଲେ । ଏଥର ବି ସେ ଶିବସେନା ସହିତ ସରକାର ଗଠନ କରି ୫ ବର୍ଷ ଲାଗି ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାରେ ରାଜି ନୁହଁନ୍ତି ।

ଅଧିକ ପଢ଼ନ୍ତୁ:-ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ବିଜେପି ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ଯାଉଛି କି ? ସେ ଏତେ ସଂଖ୍ୟକ ରାଷ୍ଟ୍ରବାଦୀ କଂଗ୍ରେସ(NCP) ବିଧାୟକଙ୍କୁ ସାଙ୍ଗରେ ନେଇ ପାରିବେ କି ଯାହା ରାଜ୍ୟରେ ବିଜେପି ସହିତ ଏକ ନୂତନ ସମୀକରଣ ଗଠନ ହୋଇପାରିବ ?

ଯଦି ଆମେ ସଂଖ୍ୟା ବଳକୁ ଦେଖିବା, ତେବେ ରାଜସ୍ଥାନର ସଚିନ୍ ପାଇଲଟଙ୍କ ପରି ଅଜିତ ପାୱାରଙ୍କ ଗଣିତ ବିଗିଡ଼ି ଯାଇପାରେ । ଦ୍ୱିତୀୟତ ସରକାର ଆରମ୍ଭରେ ଅଜିତ ପାୱାର ଦେଇଥିବା ଝଟକା ପରେ ଶରଦ ପାୱାର ବହୁତ ସତର୍କ ଅଛନ୍ତି । ସେ ମହାରାଷ୍ଟ୍ର ରାଜନୀତିରେ ଅଧିକ ସମୟ ବିତାଉଛନ୍ତି । ଉଦ୍ଧବ ଠାକରେ ଏବଂ କଂଗ୍ରେସ ନେତା ଓ ମନ୍ତ୍ରୀଙ୍କ ସହ ନିୟମିତ ଯୋଗାଯୋଗରେ ମଧ୍ୟ ଦେଖାଯାଉଛନ୍ତି । ତେଣୁ ଏନସିପିରେ ଭାଙ୍ଗିବା ସମ୍ଭାବନା ବର୍ତ୍ତମାନ କମ୍ ଦେଖାଯାଉଛି ।