୯୦ ମିନିଟର କଲ୍ ସତ୍ତ୍ୱେ ବାଇଡେନଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଜିନପିଙ୍ଗ, ଏହା ଥିଲା ଚୀନ ରାଷ୍ଟ୍ରପତିଙ୍କ ଜବାବ
Advertisement
Article Detail0/zeeodisha/odisha986757

୯୦ ମିନିଟର କଲ୍ ସତ୍ତ୍ୱେ ବାଇଡେନଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଜିନପିଙ୍ଗ, ଏହା ଥିଲା ଚୀନ ରାଷ୍ଟ୍ରପତିଙ୍କ ଜବାବ

ଏହି ସୂତ୍ରରୁ ପ୍ରକାଶ ଯେ ସି ଜିନପିଙ୍ଗ (Chinese President Xi Jinping) ସ୍ପଷ୍ଟ ଭାବେ କହିଛନ୍ତି ଯେ ପ୍ରଥମେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ୱାଶିଂଟନରେ ଥିବା ଚୀନ୍ ଦୂତାବାସ ମଧ୍ୟ ଏହି ରିପୋର୍ଟ ଉପରେ ତୁରନ୍ତ ପ୍ରତିକ୍ରିୟା ଦେଇନାହିଁ ।

୯୦ ମିନିଟର କଲ୍ ସତ୍ତ୍ୱେ ବାଇଡେନଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଜିନପିଙ୍ଗ, ଏହା ଥିଲା ଚୀନ ରାଷ୍ଟ୍ରପତିଙ୍କ ଜବାବ

ନୂଆଦିଲ୍ଲୀ: ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ (Chinese President Xi Jinping) ଙ୍କ ସହ ଫୋନରେ କଥା ହୋଇଥିଲେ । ଗତ ୭ ମାସ ମଧ୍ୟରେ ବିଶ୍ୱର ଦୁଇଟି ବୃହତ୍ତମ ଅର୍ଥ ବ୍ୟବସ୍ଥାର ନେତାଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନଥିଲା । ଏହି ସମୟରେ ବାଇଡେନ ଜିନପିଙ୍ଗଙ୍କ ସାମ୍ନାରେ ପ୍ରଥମ ସାକ୍ଷାତର ମଧ୍ୟ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଏକ ନୂତନ ରିପୋର୍ଟରେ ଦାବି କରାଯାଇଛି ଯେ ଜିନପିଙ୍ଗ (Xi Jinping) ଏହି ଅଫରକୁ ପ୍ରତ୍ୟାଖ୍ୟାନ କରି ଆମେରିକା (America) କୁ ନାଲି ଆଖି ଦେଖାଇଛନ୍ତି ।

ଫାଇନାନ୍ସିଆଲ୍ ଟାଇମ୍ସ (Financial Times) ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ସି ଜିନପିଙ୍ଗ ( Chinese President Xi Jinping) ନା କେବଳ ବାଇଡେନ (US President Joe Biden) ଙ୍କ ସହ ସାକ୍ଷାତର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ବରଂ ଆମେରିକାକୁ ଏହା ମଧ୍ୟ କହିଛନ୍ତି ଯେ ସେ ବେଜିଂ ପ୍ରତି ନିଜର କଠୋର ଆଭିମୁଖ୍ୟରେ ନରମପଣ ଆଣୁ । ଗୁରୁବାର ହୋଇଥିବା ଫୋନ୍ କଲରେ କିଛି ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିବା ପରେ ଖବରକାଗଜ ଏହି ରିପୋର୍ଟ ପ୍ରକାଶ କରିଛି ।

ହ୍ୱାଇଟ ହାଉସ (White House) ତୁରନ୍ତ ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ । କିନ୍ତୁ ବାଇଡେନ ଓ ସି ଜିନପିଙ୍କଙ୍କ ମଧ୍ୟରେ ୯୦ ମିନିଟ ଧରି ଚାଲିଥିବା ଫୋନ୍ କଲ୍ ବିଷୟରେ ଯେଉଁ ଲୋକମାନଙ୍କ ବ୍ରିଫିଙ୍ଗ ଦିଆଯାଇଛି, ସେଥି ମଧ୍ୟରୁ ଜଣେ ସୂତ୍ର ଏହି ରିପୋର୍ଟକୁ ନିଶ୍ଚିତ କରିଛନ୍ତି ।

ଏହି ସୂତ୍ରରୁ ପ୍ରକାଶ ଯେ ସି ଜିନପିଙ୍ଗ ସ୍ପଷ୍ଟ ଭାବେ କହିଛନ୍ତି ଯେ ପ୍ରଥମେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ୱାଶିଂଟନରେ ଥିବା ଚୀନ୍ ଦୂତାବାସ ମଧ୍ୟ ଏହି ରିପୋର୍ଟ ଉପରେ ତୁରନ୍ତ ପ୍ରତିକ୍ରିୟା ଦେଇନାହିଁ ।

ଫାଇନାନସିଆଲ ଟାଇମ୍ସ ଏହାର ରିପୋର୍ଟରେ ସୂତ୍ରରୁ ପ୍ରକାଶ କରିଛି ଯେ ବାଇଡେନ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଫେସ୍ ଟୁ ଫେସ୍ ଶିଖର ସମ୍ମିଳନୀର ପ୍ରସ୍ତାବ ରଖିଥିଲେ ଓ ସେ ସିଙ୍କ ତରଫରୁ ଏତେ ଶୀଘ୍ର ପ୍ରତିକ୍ରିୟାର ଆଶା ମଧ୍ୟ କରିନଥିଲେ । ଏହି ରିପୋର୍ଟରେ ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ, ସି ଶିଖର ସମ୍ମିଳନୀର ଧାରଣା ପ୍ରତି ଧ୍ୟାନ ଦେଇନାହାଁନ୍ତି । ତେବେ ହ୍ୱାଇଟ ହାଉସର ନଜରରେ ଏହାର ଏକ ସମ୍ଭାବ୍ୟ କାରଣ ମଧ୍ୟ କୋରୋନା ମହାମାରୀ ଅଟେ ।

ଦ୍ୱିପାକ୍ଷିକ ସମ୍ପର୍କ ତଥା ସାଧାରଣ ସ୍ୱାର୍ଥର ପ୍ରାସଙ୍ଗିକ ପ୍ରସଙ୍ଗ ଉପରେ ଦୁଇ ନେତା ଖୋଲା, ଗଭୀର ଏବଂ ବ୍ୟାପକ ରଣନୀତିକ ଆଲୋଚନା କରିଥିଲେ ବୋଲି ଜିନହୁଆ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି । ଏଥି ସହିତ ହ୍ୱାଇଟ ହାଉସ ମଧ୍ୟ ରିପୋର୍ଟ କରିଛି ଯେ ବେଜିଂ ଓ ୱାଶିଂଟନ୍ ମଧ୍ୟରେ ବଢୁଥିବା ପ୍ରତିଦ୍ୱନ୍ଦ୍ୱିତାକୁ ପରିଚାଳନା କରିବାକୁ ଏହି ଦୁଇ ନେତାଙ୍କ ମଧ୍ୟରେ ବ୍ୟାପକ, ରଣନୈତିକ ଆଲୋଚନା ହୋଇଛି ।

ଅଧିକ ପଢ଼ନ୍ତୁ:-ସାବଧାନ! KYC କୁ ନେଇ ଆଲର୍ଟ ଜାରି କଲା RBI, ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ଆଖି ବୁଜିଲେ ୨୮୪ ସଂକ୍ରମିତ

ଅଧିକ ପଢ଼ନ୍ତୁ:-ପ୍ରକାଶ ପାଇଲା JEE ମେନ୍ ପରୀକ୍ଷାର ଫଳାଫଳ, ଏପରି ଚେକ୍ କରନ୍ତୁ ରେଜଲ୍ଟ

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍