'ଦ୍ରୌପଦୀ ମୁର୍ମୁ ପ୍ରତିଶୃତି ଦିଅନ୍ତୁ ଯେ ସେ ରାଷ୍ଟ୍ରପତି ହେଲେ ହେବେନି ସରକାରଙ୍କର ରବର ଷ୍ଟାମ୍ପ'
Advertisement

'ଦ୍ରୌପଦୀ ମୁର୍ମୁ ପ୍ରତିଶୃତି ଦିଅନ୍ତୁ ଯେ ସେ ରାଷ୍ଟ୍ରପତି ହେଲେ ହେବେନି ସରକାରଙ୍କର ରବର ଷ୍ଟାମ୍ପ'

Presidential Election 2022: ସିହ୍ନା ବାରମ୍ବାର ଜୋର ଦେଇଛନ୍ତି ଯେ, ରାଷ୍ଟ୍ରପତି ଭାବରେ ସେ ମୋଦି ସରକାରଙ୍କ "ଅଧିନାୟକବାଦ" ଓ ସମ୍ବିଧାନ ଉପରେ "ଆକ୍ରମଣ" କୁ ବିରୋଧ କରିବେ ଏବଂ ସେ ରାଷ୍ଟ୍ରପତ ଭବନରେ "ରବର ଷ୍ଟାମ୍ପ" ହେବେ ନାହିଁ ।

'ଦ୍ରୌପଦୀ ମୁର୍ମୁ ପ୍ରତିଶୃତି ଦିଅନ୍ତୁ ଯେ ସେ ରାଷ୍ଟ୍ରପତି ହେଲେ ହେବେନି ସରକାରଙ୍କର ରବର ଷ୍ଟାମ୍ପ'

ନୂଆଦିଲ୍ଲୀ: Presidential Election 2022: ରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶବନ୍ତ ସିହ୍ନା (Yashwant Sinha) ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ବିଶେଷ ଅପିଲ କରିଛନ୍ତି । ସିହ୍ନା ତାଙ୍କୁ ପ୍ରତିଶ୍ରୁତି ଦେବାକୁ କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ନାମକୁ ମାତ୍ର (ରବର ଷ୍ଟାମ୍ପ) ରାଷ୍ଟ୍ରପତି ହେବେ ନାହିଁ । ସିହ୍ନା ମୁର୍ମୁଙ୍କୁ କହିଛନ୍ତି ଯେ, "ମୁଁ ସ୍ଥିର କରିଛି ଯେ ଯଦି ମୁଁ ନିର୍ବାଚିତ ହୁଏ, ତେବେ ମୁଁ କେବଳ ସମ୍ବିଧାନ ପାଇଁ ଉତ୍ତରଦାୟୀ ହେବି । ଯେତେବେଳେ ବି କାର୍ଯ୍ୟପାଳିକା କିମ୍ବା ଅନ୍ୟାନ୍ୟ ସଂସ୍ଥା ସାମ୍ବିଧାନିକ ନିୟନ୍ତ୍ରଣ ଓ ସନ୍ତୁଳନକୁ କ୍ଷତି ପହଞ୍ଚାଇବ, ତେବେ ମୁଁ କୌଣସି ଭୟ କିମ୍ବା ଅନୁଗ୍ରହ ବିନା ଏବଂ ସଚ୍ଚୋଟତା ସହ ନିଜର ଅଧିକାରର ଉପଯୋଗ କରିବି । ଦୟାକରି ଆପଣ ମଧ୍ୟ ଏପରି ପ୍ରତିଜ୍ଞା କର କରନ୍ତୁ ।"

ସିହ୍ନା ବାରମ୍ବାର ଜୋର ଦେଇଛନ୍ତି ଯେ, ରାଷ୍ଟ୍ରପତି ଭାବରେ ସେ ମୋଦି ସରକାରଙ୍କ "ଅଧିନାୟକବାଦ" ଓ ସମ୍ବିଧାନ ଉପରେ "ଆକ୍ରମଣ" କୁ ବିରୋଧ କରିବେ ଏବଂ ସେ ରାଷ୍ଟ୍ରପତ ଭବନରେ "ରବର ଷ୍ଟାମ୍ପ" ହେବେ ନାହିଁ । ଭାରତର ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ କାର୍ଯ୍ୟାଳୟ, କିନ୍ତୁ ତାଙ୍କ ସର୍ବଦା ସରକାର ସମର୍ଥନରେ ରହିବା ବା ପକ୍ଷପାତ କରିବାର ଅଭିଯୋଗ ରହିଆସିଛି । ଏହାର କାରଣ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ହୋଇଥାଏ ଓ ଏଥିପାଇଁ ମଧ୍ୟ କାର୍ଯ୍ୟପାଳିକା ଶାସକ ବ୍ୟବସ୍ଥା ଯାହା ପ୍ରକୃତ ଅଧିକାରର ବ୍ୟବହାର କରେ ।

ନ୍ୟାୟପାଳିକା ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ସିହ୍ନା ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ପୂର୍ବତନ ବିଜେପି ପଦାଧିକାରୀ ନୁପୂର ଶର୍ମାଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ କିଛି ଟିପ୍ପଣୀ ପରେ ନ୍ୟାୟପାଳିକା ଉପରେ ଲଜ୍ଜାଜନକ ଅଭିଯୋଗ ଲଗାଯାଉଛି । ସେ ଏହି ଅଭିଯୋଗଗୁଡ଼ିକୁ ଅପ୍ରତ୍ୟାଶିତ ଓ ଭାରତର ଗଣତନ୍ତ୍ରର ଅତ୍ୟନ୍ତ ନିରାଶାଜନକ ଘଟଣାକ୍ରମ ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ:-ଯେଉଁ ବିଧାୟକ ଜନତାଙ୍କ ଆଗରେ କାନ୍ଦି କାନ୍ଦି ଉଦ୍ଧବଙ୍କ ପାଇଁ ମାଗିଥିଲେ ସମର୍ଥନ, ସେ ମଧ୍ୟ ସିନ୍ଦେ ଗୋଷ୍ଠୀରେ ହେଲେ ସାମିଲ

ଏହା ବି ପଢ଼ନ୍ତୁ:-ଆଦିତ୍ୟ ଠାକରେଙ୍କ ଯିବ ବିଧାୟକ ପଦ!

ଏହା ବି ପଢ଼ନ୍ତୁ:-ସିନ୍ଦେ ସରକାରଙ୍କ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଲେ ସଞ୍ଜୟ ରାଉତ

ଯଶୱନ୍ତ ସିହ୍ନାଙ୍କୁ କେଉଁ କେଉଁ ଦଳ କରୁଛନ୍ତି ସମର୍ଥନ?

କଂଗ୍ରେସ, ଏନସିପି, ଟିଏମସି, ସିପିଆଇ, ସିପିଆଇ (ଏମ) ସମାଜବାଦୀ ପାର୍ଟି, ଆରଏଲଡି, ଆରଏସପି, ଟିଆରଏସ, ଡିଏମକେ, ନ୍ୟାସନାଲ କନଫରେନ୍ସ, ସିପିଆଇ, ଆରଜେଡି, କେରଳ କଂଗ୍ରେସ (ଏମ) ଭଳି ଅନେକ ଦଳ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି । ଅର୍ଥାତ ଯଶୱନ୍ତଙ୍କ ପାଖରେ ବର୍ତ୍ତମାନ ପ୍ରାୟ ୩ ଲକ୍ଷ ୮୯ ହଜାର ମୂଲ୍ୟର ଭୋଟ୍ ଅଛି । କେରଳର ବଡ଼ ଓ ଛୋଟ ସମସ୍ତ ଦଳ କେବଳ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିଛନ୍ତି । ଏଭଳି ପରିସ୍ଥିତିରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏଠାରୁ ଗୋଟିଏ ବି ଭୋଟ୍ ପାଇ ନ ପାରନ୍ତି ।

କେଉଁ କେଉଁ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଛନ୍ତି?

ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶନିବାର ଠାରୁ ପ୍ରଚାର ଆରମ୍ଭ କରିଛନ୍ତି । ବିଜେପି ବ୍ୟତୀତ ମୁର୍ମୁଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି, YSR କଂଗ୍ରେସ, ଜନତା ଦଳ ସେକୁଲାର, ଶିରୋମନି ଅକାଳୀ ଦଳ, ଜେଡିୟୁ, ଏଆଇଏଡିଏମକେ, ଲୋକ ଜନ ଶକ୍ତି ପାର୍ଟି, ଆପନା ଦଳ (ସୋନେଲାଲ), ନିଷାଦ ପାର୍ଟି, ବହୁଜନ ସମାଜ ପାର୍ଟି, ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଅଠାୱଲେ), NPP, NPF, MNF, NDPP, SKM, AGP, PMK, AINR କଂଗ୍ରେସ, ଜନନାୟକ ଜନତା ପାର୍ଟି, UDP, IPFT, UPPL ପରି ଦଳଗୁଡିକ ସମର୍ଥନ ଦେଇଛନ୍ତି । ବିରୋଧୀ ସତ୍ତ୍ୱେ ବିଜେଡି, YSR କଂଗ୍ରେସ, ଜନତା ଦଳ ସେକୁଲାର, ଅକାଳୀ ଦଳ ଏବଂ ବହୁଜନ ସମାଜ ପାର୍ଟି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି । ଏହି ସମସ୍ତଙ୍କ ପାଖରେ ୬ ଲକ୍ଷରୁ ଅଧିକ ମୂଲ୍ୟର ଭୋଟ୍ ଅଛି ।