ନୂଆବର୍ଷରୁ ଖୋଲିବ ସ୍କୁଲ-କଲେଜ ! ମନ୍ତ୍ରୀ, ସଚିବଙ୍କ ଘୋଷଣାରେ ମୁଖ୍ୟମନ୍ତ୍ରୀ ଖପ୍ପା
Advertisement

ନୂଆବର୍ଷରୁ ଖୋଲିବ ସ୍କୁଲ-କଲେଜ ! ମନ୍ତ୍ରୀ, ସଚିବଙ୍କ ଘୋଷଣାରେ ମୁଖ୍ୟମନ୍ତ୍ରୀ ଖପ୍ପା

କୋଭିଡ ସ୍ଥିତିର ସମୀକ୍ଷା ପରେ ସ୍କୁଲ କଲେଜ ଖୋଲିବାକୁ ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Pattnaik) ନାପସନ୍ଦ କରିଛନ୍ତି।

ଡିଜାଇନ ଫଟୋ

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ନୂଆବର୍ଷରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଆଶା ଉଜ୍ଜିବୀତ ହୋଇଛି। ୨୦୨୧ ନୂଆବର୍ଷରୁ ସ୍କୁଲ ଖୋଲିବା ନେଇ ବିଚାର କରୁଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଗୁରୁବାର କହିଛନ୍ତି। ସେପଟେ ମହାବିଦ୍ୟାଳୟ ଗୁଡିକରେ ମଧ୍ୟ ଶ୍ରେଣୀଗୃହରେ ପାଠ ପଢାଇବାକୁ ଆଶା କରୁଥିବା ଉଚ୍ଚଶିକ୍ଷା ସଚିବ ସୂଚନା ଦେଇଛନ୍ତ। ଏହାପରେ ରାଜ୍ୟରେ କୋଭଡି ସ୍ଥିତିର ସମୀକ୍ଷା କରି ସ୍କୁଲ କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଛନ୍ତି।

ରାଜ୍ୟରେ କୋରୋନା (Corona Virus) କୋପକୁ ଦେଖି ଗତ ମାର୍ଚ୍ଚ ମାସରୁ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ପଡିଛି। ଅନଲାଇନ ପାଠ ପଢାର ଭିତ୍ତିଭୂମି ନ କହିଲେ ଭଲ। ରାଜ୍ୟର କୋରୋନା ସ୍ଥିତିକୁ ଦେଖି ବିଭାଗ (Odisha Education) ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ଗାଇଡଲାଇନରେ ଏସଆରସି ଉଲ୍ଲେଖ କରିଥିଲେ। ହେଲେ ବାରମ୍ବାର ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଦ୍ବାରା ଏନେଇ ତାରିଖ ପରେ ତାରିଖ ଆନୁମାନିକ ଭାବେ ଘୋଷଣା କରାଯାଉଛି। 

Also Read: କୋରୋନା, ଶିକ୍ଷା ଓ ସରକାର

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ  (Sameer Dash) ଙ୍କ ସୂଚନା ମୁତାବକ, ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟତଃ ଦଶମ ଓ ଯୁକ୍ତ ଦୁଇ ଶ୍ରେଣୀ ପାଇଁ ନୂଆବର୍ଷରୁ ସ୍କୁଲ ଖୋଲାଯିବ। ୧୦୦ ଦିନ ପାଠ ପଢ଼ାଇ ପରୀକ୍ଷା ହେବ ଏପରିକି ଶନିବାର ଓ ରବିବାର ଛୁଟି ଦିନରେ ମଧ୍ୟ କ୍ଲାସ ହେବ। କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ (CM Naveen) ଙ୍କ ଜରିଆରେ ଷ୍ଟଡି ମେଟେରିଆଲ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ଚାପ ମୁକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

ସେପଟେ କଲେଜ ଗୁଡିକରେ ମଧ୍ୟ ନୂଆବର୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଗୃହ ପାଠ ପଢା ଆରମ୍ଭ କରିବେ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର  (Saswat Mishra) କହିଛନ୍ତି। ୟୁଜି ଓ ପିଜି ପାଇଁ ସେମିଷ୍ଟର ଘୁଞ୍ଚିବ ଏବଂ ୭୦ରୁ ୮୦ ଦିନ ଶ୍ରେଣୀଗୃହ ପାଠ ପଢା ପରେ ହିଁ ପରୀକ୍ଷା କରିବେ ବୋଲି ସେ ସୂଚନା ଦେଇଥିଲେ। କଲେଜ ଖୋଲିବାରେ ଯଦି ଅଧିକ ବିଳମ୍ବ ହେବ ତେବେ ସିଲାବସ କମାଇବା କଥା ଚିନ୍ତା କରାଯାଇପାରେ। ହେଲେ ଅନଲାଇନ ପଢା (Online Study) କୁ ନେଇ ପରୀକ୍ଷା କଲେ ଫେଲ ପ୍ରତିଶତ ବଢିବ ବୋଲି ସଚିବ ଆଶଙ୍କା ପ୍ରକାଶ କରିଛନ୍ତି।

Also Read: ସ୍କୁଲ ଫି ନିର୍ଦ୍ଧାରଣ ମାମଲା; ମନ୍ତ୍ରୀ ଜାଣି ନାହାନ୍ତି ବିଭାଗ କଥା

ସେପଟେ ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା ପରେ ସ୍କୁଲ କଲେଜ ଖୋଲିବାକୁ ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Pattnaik) ନାପସନ୍ଦ କରିଛନ୍ତି। ସମସ୍ତ ଦୃଷ୍ଟିକୋଣରୁ ବିଚାର କରି ରାଜ୍ୟ ସରକାର ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଏହି ଘଟଣାକୁ ଦେଖିଲେ ଲାଗୁଛି, ଯେମିତି ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ମଧ୍ୟରେ ସମନ୍ୱୟ ରହୁନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ନ ଜଣାଇ ଯିଏ, ଯାହା ଚାହିଁଲେ ତାହା ଘୋଷଣା କରିଦେଉଛିନ୍ତି।

ଚଳିତ ବର୍ଷ ପ୍ରାୟ ୭ ମାସରୁ ଊର୍ଦ୍ଦ୍ବ ସମୟ ଧରି ଶ୍ରେଣୀ ଗୃହ ପାଠପଢାରୁ ଛାତ୍ରଛାତ୍ରୀ ଦୂରରେ ରହିଛନ୍ତି। ଗୋଟିଏ ଶିକ୍ଷାବର୍ଷ ମଧ୍ୟ ଅନଲାଇନ ପାଠପଢାରେ ବତିଛି। ଏସବୁ ଭିତରେ ଚୂଡାନ୍ତ ଭାବେ କେବେ ଠାରୁ ଓ କେଉଁମାନଙ୍କ ଲାଗି ଶିକ୍ଷାନୁଷ୍ଠାନ ଖୋଲିବ? ପରୀକ୍ଷା ପଦ୍ଧତି କିପରି ରହିବ  ସବୁକିଛି ରାଜ୍ୟ ସରକାର ଉପରେ ନିର୍ଭର କରୁଛି। କିନ୍ତୁ ରାଜ୍ୟ ମୁଖିଆ ଓ ମନ୍ତ୍ରୀ, ସଚିବଙ୍କ ମଧ୍ୟରେ ତାଳମେଳ ରହୁନଥିବାରୁ ଲୋକେ ଦ୍ୱନ୍ଦରେ ପଡିଛନ୍ତି।