କୋରୋନା, ଶିକ୍ଷା ଓ ସରକାର
Advertisement
Article Detail0/zeeodisha/odisha781820

କୋରୋନା, ଶିକ୍ଷା ଓ ସରକାର

ଅନିଶ୍ଚିତାରେ ରାଜ୍ୟର ଚଳିତ ଶକ୍ଷାବର୍ଷ। ଆରମ୍ଭରୁ ସ୍କୁଲ-କେଲେଜ ବନ୍ଦ। ଚିନ୍ତାରେ ଛାତ୍ରଛାତ୍ରୀ ଓ ଅବିଭାବକ।

ଡିଜାଇନ ଫଟୋ

ଶଙ୍କର୍ଷଣ ବାଘ, ନୂଆଦିଲ୍ଲୀ: ମହାମାରୀ କୋରୋନା (Corona) କବଳରେ ସାରା ଦୁନିଆ। ବୁଲାବିକାଳିରୁ ଶିଳ୍ପପତି ଓ ପଞ୍ଚାୟତ ଅଫିସରୁ ରାଷ୍ଟ୍ରପତି ଭବନ ସବୁ ଏହି ମାହାମାରୀ (Corona Pandemic) ରେ ପ୍ରଭାବିତ। ବିଶ୍ୱର ସବୁଠୁ ଶକ୍ତିଶାଳୀ ଏବଂ ସୁରକ୍ଷିତ ବ୍ୟକ୍ତି ଆମେରିକାର ରାଷ୍ଟ୍ରପତି (USA President) ମଧ୍ୟ ଏହାର କବଳରୁ ବର୍ତ୍ତି ନାହାନ୍ତି। ଏଥିରୁ ଜଣା ପଡୁଥିବ, କୋରୋନା ଯେ କେତେ ଭୟାନକ। 

ବିଶେଷ କରି କୋରୋନାରେ ବାଣିଜ୍ୟିକ ସଂସ୍ଥା ଓ ଶିକ୍ଷାନୁଷ୍ଠାନ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ମହାମାରୀ ଯୋଗୁ ଅନେକ ଶିଳ୍ପ ସଂସ୍ଥା  ବନ୍ଦ ହୋଇଥିବା ବେଳେ କେତେକ ଅଣ୍ଟା ସଳଖି ପାରୁନାହାନ୍ତି। ସେପଟେ ଶିକ୍ଷାନୁଷ୍ଠାନର କଥା ନକହିବା ଭଲ। କୋରୋନାର ଉତ୍ପତ୍ତିସ୍ଥଳ ବୋଲି କୁହାଯାଉଥିବା ଚୀନର ଉହାନରେ ସ୍କୁଲ-କଲେଜ ଖୋଲା ହେଲାଣି। କିନ୍ତୁ ଆମ ଦେଶର ମାତ୍ର ୩ରୁ ୪ଟି ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଅଧିକ ପଢନ୍ତୁ: Exit Poll: ବିହାରରେ କଂଗ୍ରେସର ଉଦୟ ଓ ନୀତିଶଙ୍କ ବିରାଟ ପରାଜୟ !

କୋରୋନା ସଂକ୍ରମଣକୁ ଦେଖି ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକଡାଉନ କରାଗଲା। ଏହି ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ସହ ଅନ୍ୟାନ୍ୟ ସଂସ୍ଥାକୁ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଲେ। ଧୀରେ ଧୀରେ ଲକଡାଉନ ଅବଧି ବଢି ଚାଲିଲା। ପରେ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହେଲା। ଅନଲକ ୬ ବେଳକୁ କୋରୋନା କଟକଣା କୋହଳ ହେବା ସହ ସ୍ଥିତି ସ୍ୱଭାବିକ ହେବାକୁ ଲାଗିଲା। ପର୍ଯ୍ୟାୟ କ୍ରମେ ବିଭିନ୍ନ ବାଣିଜ୍ୟିକ ସଂସ୍ଥା, ସରକାରୀ-ବେସକାରୀ ଅଫିସ ଖୋଲିଲା। କନ୍ତୁ କୌଣସି ଶିକ୍ଷାନୁଷ୍ଠାନରୁ ତାଲା ଫିଟିଲା ନାହିଁ। ହଁ, ହେଲେ ଅଫିସ କାମ ଓ ପିଲାଙ୍କ ନାମ ଲେଖା ପାଇଁ ଅନୁମତି ମିଳିଥିଲା।

ଲକଡାଉନ (Lockdown) ପାଇଁ ସରକାରଙ୍କ ପ୍ରବଳ ରାଜସ୍ୱହାନୀ ହେଲା। ଆଉ ଏହାକୁ ଭରଣ କରିବାପାଇଁ କୋରୋନାର ଉତ୍କଟ ରୂପ ସତ୍ତ୍ୱେ ଓଡିଶା ସରକାର ପ୍ରଥମେ ଅନଲାଇନ (Online) ଓ ପରେ ଅଫଲାଇନ (Offline) ମଦ ଦୋକାନ ଖୋଲିବାକୁ ଅନୁମତି ଦେଲେ। ଯାହାକୁ ନେଇ ରାଜ୍ୟ ରାଜନୀତି (State Politics) ରେ ଏକ ଝଡ ଦେଖାଦେଇଥିଲା। ଅନଲକ ପର୍ଯ୍ୟାୟରେ ଧାର୍ମୀକ ସ୍ଥଳ ଖୋଲିବାକୁ କେନ୍ଦ୍ର ସରକାର ରାଜ୍ୟକୁ କ୍ଷମତା ଦେଇଥିଲେ। ଏହାକୁ ନେଇ ଆମ ରାଜ୍ୟରେ ହାଇକୋର୍ଟ ପର୍ଯ୍ୟନ୍ତ କଥା ଗଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଭକ୍ତଙ୍କ ପାଇଁ ମନ୍ଦିର ମନା।

ଅନଲକ ପଢନ୍ତୁ: ଜୀ ଓଡ଼ିଶାକୁ News Television ପୁରସ୍କାର

ଅନଲକ ପର୍ଯ୍ୟାୟରେ ପାଠପଢା ବ୍ୟାହାତ ନହେଉ ବୋଲି ସରକାର ଅନଲାଇନ କ୍ଲାସ ଆରମ୍ଭ କଲେ। କିନ୍ତୁ ଦୁର୍ଭାଗ୍ୟର କଥା ଭିତ୍ତିଭୂମିର ଅଭାବ ହେତୁ ପିଲାଏ ପାଠପଢାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟର ୬୦ରୁ ଊର୍ଦ୍ଧ୍ୱ ପ୍ରତିଶତ ପିଲା ଅନଲାଇନ କ୍ଲାସରେ ଯୋଗ ଦେଇ ପାରୁନାହାନ୍ତି ବୋଲି ଖୋଦ ଶିକ୍ଷାମନ୍ତ୍ରୀ କହୁଛନ୍ତି। ଅଧିକାଂଶ ଅଞ୍ଚଳରେ ନେଟୱର୍କ ଅସୁବିଧା ଥିବା ବେଳେ ଅନେକ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ। ଏଭଳି କ୍ଷେତ୍ରରେ ଅନଲାଇନ ପାଠପଢା କେତେ ଦୂର ସଫଳ ହେଉଥିବା ତାହା କେବଳ ଅନୁମାନ କରିବା କଥା।

ନଭେମ୍ବର ୧୫ରୁ ୯ମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଅବିଭାବକଙ୍କ ବିରୋଧ ଓ ବିଭିନ୍ନ ମହଲରେ ନିନ୍ଦା ଯୋଗୁଁ ଏହାକୁ ସ୍ଥଗିତ ରଖିଲେ। ଏଥର କୋରୋନା ପାଇଁ ୩୦ ପ୍ରତିଶତ ସିଲାବସ ବି କମିଛି। ଡିସେମ୍ବର ମଧ୍ୟ ଭାଗରେ କୋରୋନାର ଦ୍ୱିତୀୟ ଲହରୀ ଦେଖାଯିବ। ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ରଥମିକ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଅନଲକ ପଢନ୍ତୁ: ରାଜ୍ୟରେ ପୁଣି ହେବ ଉପନିର୍ବାଚନ !

ସ୍କୁଲ ଖୋଲିଲା ବେଳକୁ ଚଳିତ ଶିକ୍ଷାବର୍ଷର ଆଉ ମାତ୍ର ୨ରୁ ୩ ମାସ ବକି ରହିବ। ତେବେ ଡିସେମ୍ବର ପରେ ବି ସ୍କୁଲ ଖୋଲିବା କି ନାହି ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ଅନଲାଇନ କ୍ଲାସ ଫେଲ ହୋଇଛି ଆଉ ଏପରିସ୍ଥିତିରେ ପିଲା କେମିତି ପାଠ ପଢି ପରୀକ୍ଷା ଦେବେ ତାହାକୁ ନେଇ ପ୍ରଶ୍ନ ଉଠୁଛି। ଅନ୍ୟପଟେ କୋରୋନା ସଙ୍କଟ ବେଳେ ନିଜ ପିଲାଙ୍କୁ ମୃତ୍ୟୁମୁଖକୁ କେମିତି ଠେଲି ଦେବୁ ବୋଲି ଅବିଭାବକମାନେ କହୁଛନ୍ତି।

କୋରୋନା ସଂକ୍ରମଣରେ ଲଗାମ ଲାଗୁନଥିବା ବେଳେ ଦୀଲ୍ଲୀ, ଆନ୍ଧ୍ରପ୍ରଦେଶ ଓ ଉତ୍ତରଖଣ୍ଡ ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ସେମାନଙ୍କୁ ମହଙ୍ଗା ପଡିଛି। ସ୍କୁଲ ଖୋଲିବା ମାତ୍ରେ ଆନ୍ଧ୍ରରେ ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପଜିଟିଭ୍ ବାହାରିଥିଲେ। ଫଳରେ ସରକାର ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ। ଠିକ ଏଭିଳି ଘଟଣା ଉତ୍ତରାଖଣ୍ଡରେ ବି ଘଟିଥିଲା। ଯେଉଁଥିପାଇଁ ୮୪ଟି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ ନଭେମ୍ବର ୨୩ରୁ ୯ମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି।

ଅଧିକ ପଢନ୍ତୁ: ଜାନୁଆରୀରେ ଆସିବ କୋରୋନା ଟିକା !

ସୂଚନାଯୋଗ୍ୟ, ଏହି କରୋନା ସମୟରେ ବିଭିନ୍ନ ରାଜ୍ୟରେ ନିର୍ବାଚନ ରାଲି ହୋଇଛି। ବିହାରରେ ଭୋଟ ବି ପଡିଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମଣର ଭୂମି ପୂଜନ ସରିଛି। କୋରୋନା ଗାଇଡଲାଇନ ସହ ଜେଇଇ, ନିଟ୍ ପରି ଜତୀୟ ପ୍ରବେଶିକା ପରୀକ୍ଷା, ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ବି ଅନୁଷ୍ଠିତ ହୋଇଛି। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ-ବେସରକାରୀ କାର୍ଯ୍ୟାଳୟ ଚାଲୁଥିବା ବେଳେ ବସ ଓ ମେଟ୍ରୋ ଚଳାଚଳ ଜାରି ରହିଛି।

ବର୍ତ୍ତମାନ ରାଜ୍ୟରେ ମୋଟ କୋରୋନା ମାମଲା ୩ ଲକ୍ଷ ଟପିଲାଣି। ମହାମାରୀରେ ୧୪୨୫ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଲକ୍ଷ ୮୬ ହଜାରରୁ ଊର୍ଦ୍ଧ୍ୱ ଲୋକ ଆରୋଗ୍ୟ ହୋଇଛନ୍ତି। ସେପଟେ ୮୪ ଲକ୍ଷ ୧୧ ହଜାର ଟପିଲାଣି କୋରୋନା ପଜିଟିଭ୍ ସଂଖ୍ୟା। ମୃତ୍ୟୁ ସଂଖ୍ୟା ଲକ୍ଷେ ୨୫ ହଜାର ପାର।