ଫେସବୁକ୍, ହ୍ୱାଟସଆପ୍ ଉପରେ ବିଜେପି-ଆରଏସଏସର କବଜା: ରାହୁଲ ଗାନ୍ଧୀ
Advertisement
Article Detail0/zeeodisha/odisha729797

ଫେସବୁକ୍, ହ୍ୱାଟସଆପ୍ ଉପରେ ବିଜେପି-ଆରଏସଏସର କବଜା: ରାହୁଲ ଗାନ୍ଧୀ

ଲଗାତର ରାହୁଲ ବିଭିନ୍ନ ବିଷୟକୁ ନେଇ ମୋଦି ସରକାରଙ୍କୁ ଘେରି ଆସୁଛନ୍ତି । ଏଥର ସେ ଫେସବୁକ୍(Facebook) ମାଧ୍ୟମରେ ମିଥ୍ୟା ଖବର(Fake News)ର ପ୍ରଚାର ଓ ଘୃଣାର ପ୍ରସାରକୁ ନେଇ ଟ୍ୱିଟ୍ କରିଛନ୍ତି ।

ଫେସବୁକ୍, ହ୍ୱାଟସଆପ୍ ଉପରେ ବିଜେପି-ଆରଏସଏସର କବଜା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ବିଜେପି(BJP) ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(RSS) ଉପରେ କଡ଼ା ପ୍ରହାର କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ(Former Congress President) ତଥା ବର୍ତ୍ତମାନର ବାୟନାଡ ସାଂସଦ(Wayanad MP) ରାହୁଲ ଗାନ୍ଧୀ(Rahul Gandhi) । ଏଥର ରାହୁଲଙ୍କ ଟାର୍ଗେଟରେ କେବଳ ଶାସକ ଦଳ ବିଜେପି ନୁହେଁ ବରଂ ଆରଏସଏସ ମଧ୍ୟ ରହିଛି । ଲଗାତର ରାହୁଲ ବିଭିନ୍ନ ବିଷୟକୁ ନେଇ ମୋଦି ସରକାରଙ୍କୁ ଘେରି ଆସୁଛନ୍ତି । ଏଥର ସେ ଫେସବୁକ୍(Facebook) ମାଧ୍ୟମରେ ମିଥ୍ୟା ଖବର(Fake News)ର ପ୍ରଚାର ଓ ଘୃଣାର ପ୍ରସାରକୁ ନେଇ ଟ୍ୱିଟ୍ କରିଛନ୍ତି ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଟ୍ୱିଟ୍ କରି କହିଛନ୍ତି ଯେ, "ବିଜେପି ଓ ଆରଏସଏସ ଫେସବୁକ୍ ଏବଂ ହ୍ୱାଟସଆପକୁ ନିୟନ୍ତ୍ରଣ କରୁଛି । ସେମାନେ ମିଥ୍ୟା ଖବର ପ୍ରଚାର ଓ ଘୃଣାର ପ୍ରସାର କରନ୍ତି । ଏଥିସହ ଏହା ଦେଶର ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟବହୃତ ହେଉଛି ।" ରାହୁଲ ତାଙ୍କ ଟ୍ୱିଟରେ ଏକ ଖବରକାଗଜର ରିପୋର୍ଟ ମଧ୍ୟ ସେୟାର କରିଛନ୍ତି ।

ଅଧିକ ପଢ଼ନ୍ତୁ:-ପୁଣି ମୋଦି ସରକାର ଉପରେ କଡ଼ା ପ୍ରହାର କଲେ ସୋନିଆ ଗାନ୍ଧୀ, କହିଲେ ଏପରି କିଛି

ଅଧିକ ପଢ଼ନ୍ତୁ:-'ସମ୍ୱିତ ପାତ୍ର ହେଉଛନ୍ତି ମୋ ସ୍ୱାମୀଙ୍କ ହତ୍ୟାକାରୀ'

ଯେଉ ରିପୋର୍ଟର ଉଲ୍ଲେଖ ରାହୁଲ ଗାନ୍ଧୀ ନିଜ ଟ୍ୱଟ୍‌ରେ କରିଛନ୍ତି । ସେଥିରେ କୁହାଯାଇଛି ଯେ, ଭାରତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୃଣାର ବିସ୍ତାର କରୁଛନ୍ତି ।  ବାସ୍ତବରେ, ଆମେରିକାର ଖବରକାଗଜ ୱାଲ୍ ଷ୍ଟ୍ରିଟ୍ ଜେନେରାଲ୍ ଫେସବୁକ୍ କର୍ମଚାରୀଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ଏକ ରିପୋର୍ଟ ସେୟାର କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ବହୁତ ଲୋକ ଅଛନ୍ତି । ଯେଉଁମାନେ ସୋସିଆଲ ପ୍ଲାଟଫର୍ମ ମାଧ୍ୟମରେ ମିଥ୍ୟା ଖବର ଏବଂ ଘୃଣା ପ୍ରଚାର ପ୍ରସାର କରିବାକୁ କାର୍ଯ୍ୟ କରୁଛନ୍ତି ।