କୋରୋନାରେ ଜୀ ଓଡ଼ିଶାର ବରିଷ୍ଠ ସାମ୍ୱାଦିକଙ୍କ ପରଲୋକ
Advertisement
Article Detail0/zeeodisha/odisha891983

କୋରୋନାରେ ଜୀ ଓଡ଼ିଶାର ବରିଷ୍ଠ ସାମ୍ୱାଦିକଙ୍କ ପରଲୋକ

ଆରପାରିରେ ଓଡ଼ିଶାର ଆଉ ଜଣେ ବରିଷ୍ଠ ସାମ୍ୱାଦିକ ମାନସ ଜୟପୁରିଆ । କୋରୋନା ସଂକ୍ରମିତ ହୋଇ ସମ୍ୱଲପୁର ଆରୋଗ୍ୟମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେ । ମାନସ ଜୟପୁରିଆ ଜୀ ଓଡ଼ିଶାରେ କାର୍ଯ୍ୟରତ ଥିଲେ । ଜୀ ଓଡ଼ିଶା ପକ୍ଷରୁ ମାନସ ଜୟପୁରିଆଙ୍କୁ ଶ୍ରଦ୍ଧାଞ୍ଜଳି ।

କୋରୋନାରେ ଜୀ ଓଡ଼ିଶାର ବରିଷ୍ଠ ସାମ୍ୱାଦିକଙ୍କ ପରଲୋକ

ସମ୍ୱଲପୁର: ଆରପାରିରେ ଓଡ଼ିଶାର ଆଉ ଜଣେ ବରିଷ୍ଠ ସାମ୍ୱାଦିକ ମାନସ ଜୟପୁରିଆ । କୋରୋନା ସଂକ୍ରମିତ ହୋଇ ସମ୍ୱଲପୁର ଆରୋଗ୍ୟମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେ । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ମାନସ ଜୟପୁରିଆ ଜୀ ଓଡ଼ିଶାରେ କାର୍ଯ୍ୟରତ ଥିଲେ ।

ଅଧିକ ପଢ଼ନ୍ତୁ:-କୋରୋନାର ଗତିରୁ ବିଗିଡ଼ି ଯାଇଛି ପରିସ୍ଥିତି, କ'ଣ ଆସିଯାଇଛି ଜାତୀୟ ଲକଡାଉନର ସମୟ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ଏହା ବ୍ୟତୀତ ସେ ସମ୍ବଲପୁରରେ ଆକାଶବାଣୀରେ ସାମୟିକ ଉଡଘୋଷକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ସେ ଜଣେ ସାମାଜିକ ସଙ୍ଗଠକ, ସମ୍ବାଦ ପାଠକ ଭାବେ କାର୍ଯ୍ୟକରିବା ସହିତ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ସହିତ ସେ ଅନେକ ଦିନରୁ ଜଡ଼ିତ ଥିଲେ । ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସେ ଗୀତ ଗାଇବା ମଧ୍ୟ ପସନ୍ଦ କରୁଥିଲେ । ସେ କିଛି ସମୟ ନକ୍ଷତ୍ର ନ୍ୟୁଜରେ ବିଶେଷ ଖବର କାର୍ଯ୍ୟକ୍ରମ କରିଥିଲେ ।

ସୂଚନାଯୋଗ୍ୟ, ସେ ଦିଲ୍ଲୀରେ ରହୁଥିଲେ । ଦେହ ଅସୁସ୍ଥ ହେବାରୁ ସେ ଗତ ୨୪ ତାରିଖରେ ତାଙ୍କର ସମ୍ବଲପୁର ସହଯୋଗ ନଗର ବାସ ଭବନକୁ ଫେରି ଆସିଥିଲେ । ସେହି ଦିନ ତାଙ୍କୁ ଏକ ଘରୋଇ ହସ୍ପିଟାଲରେରେ ଭର୍ତ୍ତି କରାଯାଇଥିଲା । ଆଜି (ଗୁରୁବାର) ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । 

ଅଧିକ ପଢ଼ନ୍ତୁ:-ନୂତନ ଅଧ୍ୟୟନରେ ଖୁଲାସା: କୋରୋନାରୁ ରକ୍ଷା କରିବ ରାଇନୋଭାଇରସ୍! ଜାଣନ୍ତୁ ଏହା କ'ଣ ଓ ଶରୀରରେ ଏହା କିପରି କରିବ କାମ

ସେ କନକ, MBC, NAXATRA, Nandighosh ଓ ZEE ODISHA ଭଳି ବୈଦୁତିକ ଗଣମାଧ୍ୟମ ଓ  ପ୍ରମେୟ, ନୀତିଦିନ, ସମାଜ, ନୂତନ ଓଡିଶା ଭଳି ଖବରକାଗଜ ସହ ଦୀର୍ଘ ଦିନ ଜଡିତ ଥିଲେ । ସ୍ଥାନୀୟ ସମ୍ବଲପୁରୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତାଙ୍କ ବିୟୋଗରେ ରାଜ୍ୟ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି ।