ସମ୍ବିତ ପାତ୍ରଙ୍କ ବିରୋଧରେ ରୁଜୁ ହେଲା ୩୯ଟି ମାମଲା, ଜାଣନ୍ତୁ କ'ଣ ପାଇଁ...
Advertisement
Article Detail0/zeeodisha/odisha730029

ସମ୍ବିତ ପାତ୍ରଙ୍କ ବିରୋଧରେ ରୁଜୁ ହେଲା ୩୯ଟି ମାମଲା, ଜାଣନ୍ତୁ କ'ଣ ପାଇଁ...

ରାଜସ୍ଥାନରେ ଯୁବ କଂଗ୍ରେସ(Youth Congress) ପକ୍ଷରୁ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା(BJP Spokesperson) ସମ୍ୱିତ ପାତ୍ର(Sambit Patra)ଙ୍କ ଉପରେ ଅପମାନଜନକ, ଜାତିଭିତ୍ତିକ ଏବଂ ଧାର୍ମିକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରାଯାଇଛି । ଏଥିସହ ରାଜସ୍ଥାନ ପ୍ରଦେଶ ଯୁବ କଂଗ୍ରେସର ନେତାମାନେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ସମ୍ବିତ ପାତ୍ରଙ୍କ ବିରୋଧରେ ରୁଜୁ ହେଲା ୩୯ଟି ମାମଲା, ଜାଣନ୍ତୁ କ'ଣ ପାଇଁ...

ନୂଆଦିଲ୍ଲୀ: ଟିଭି ବିତର୍କ(TV Debate) ପରେ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର(Congress spokesperson) ରାଜୀବ ତ୍ୟାଗୀ(Rajiv Tyagi)ଙ୍କ ହୃଦଘାତରେ ନିଧନ ହୋଇଥିଲା । ବର୍ତ୍ତମାନ ଏହି ମାମଲାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ରାଜସ୍ଥାନରେ ଯୁବ କଂଗ୍ରେସ(Youth Congress) ପକ୍ଷରୁ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା(BJP Spokesperson) ସମ୍ୱିତ ପାତ୍ର(Sambit Patra)ଙ୍କ ଉପରେ ଅପମାନଜନକ, ଜାତିଭିତ୍ତିକ ଏବଂ ଧାର୍ମିକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରାଯାଇଛି । ଏଥିସହ ରାଜସ୍ଥାନ ପ୍ରଦେଶ ଯୁବ କଂଗ୍ରେସର ନେତାମାନେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

କୁହାଯାଉଛି ଯେ, ୩୩ଟି ଜିଲ୍ଲାର ୩୯ଟି ସ୍ଥାନରେ ବିଜେପି ମୁଖପାତ୍ର ପାତ୍ରଙ୍କ ବିରୋଧରେ ଏଫଆଇଆର(FIR) ଦାଖଲ କରାଯାଇଛି । ଏଫ୍ଆଇଆର୍ କୁହାଯାଇଛି ଯେ ଏକ ଟିଭି ବିତର୍କରେ ପାତ୍ର ରାଜୀବ ତ୍ୟାଗୀଙ୍କୁ ଇଙ୍ଗିତ କରି ଅପମାନଜନକ, ଜାତି ଏବଂ ଧାର୍ମିକ ମନ୍ତବ୍ୟ ଦେଇଛନ୍ତି । ଏହା ତ୍ୟାଗୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ସେହି ବିତର୍କର କିଛି ସମୟ ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନରୁ ଆସିଲା ବଡ଼ ଖବର, ରାଜ୍ୟ କଂଗ୍ରେସରେ ବଡ଼

ଏହି ମାମଲା ରୁଜୁ ସଂପୃକ୍ତ ଜିଲ୍ଲା ଯୁବ କଂଗ୍ରେସର ଅଧ୍ୟକ୍ଷ ତଥା ବିଧାନସଭା ନିର୍ବାଚନମଣ୍ଡଳୀର ଅଧ୍ୟକ୍ଷଙ୍କ ଦ୍ୱାରା କରାଯାଇଛି । ଏହି ମାମଲା ରାଜସ୍ଥାନ ପ୍ରଦେଶ ଯୁବ କଂଗ୍ରେସ ଦ୍ୱାରା ଅଜାଣତରେ ହତ୍ୟା ବୋଲି ବିବେଚନା କରାଯାଇଛି ।

ଅଧିକ ପଢ଼ନ୍ତୁ:-'ସମ୍ୱିତ ପାତ୍ର ହେଉଛନ୍ତି ମୋ ସ୍ୱାମୀଙ୍କ ହତ୍ୟାକାରୀ'

ଏଠାରେ କହି ରଖୁଛୁ ଯେ ହୃଦଘାତରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କର ବୁଧବାର ନିଧନ ଘଟିଛି । ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଏକ ଟିଭି ଚ୍ୟାନେଲରେ ବିତର୍କରେ ଯୋଗ ଦେଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାବେଳେ ତାଙ୍କୁ ଗାଜିଆବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ରାଜୀବ ତ୍ୟାଗୀଙ୍କ ନିଧନ ପରେ କାହିଁକି ଟାର୍ଗେଟକୁ ଆସିଲେ ସମ୍ୱିତ ପାତ୍ର ?

ରାଜୀବ ତ୍ୟାଗୀ ପାଇଁ କ’ଣ କହିଥିଲେ ପାତ୍ର ?

ଏକ ଘରୋଇ ଚ୍ୟାନେଲରେ ବେଙ୍ଗାଲୁରୁ ହିଂସାକୁ ନେଇ ଚାଲୁଥିବା ଡିବେଟ ବା ବିତର୍କରେ ତ୍ୟାଗୀ ସାମିଲ ହୋଇଥିଲେ । ଭାଇରାଲ ହୋଇଥିବା ଭିଡିଓରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହୁଛନ୍ତି ଯେ, "ଆମ ଘରର ଜୟଚାନ୍ଦ ଆମ ଘରକୁ ହିଁ ଲୁଟିଛନ୍ତି । ନାଁ ନେବାକୁ ଲଜ୍ଜା ଲାଗୁଛି । ସେମାନେ ଘର ଜାଳି ଦେଉଛନ୍ତି ଏବଂ ଆମେ ଏଠାରେ ଜୟଚାନ୍ଦଙ୍କ ନାଁ ମଧ୍ୟ ନେଇ ପାଇପାରୁ ନାହୁଁ । ଆରେ ଟିକା ଲଗାଇ କେହି ପ୍ରକୃତ ହିନ୍ଦୁ ହୋଇଯାଆନ୍ତି ନାହିଁ । ଯଦି ଟିକା ଲଗାଇବାକୁ ଅଛି ତେବେ ହୃଦୟରେ ଲଗାଅ । ଆଉ କୁହ କିଏ ଘରରେ ନିଆଁ ଲଗାଇଛି ।" 'ମୁଁ ଉତ୍ତର ଦେବାକୁ ଚାହୁଁଛି' ତ୍ୟାଗୀ ମଝିରେ କହୁଛନ୍ତି । ଅନ୍ୟ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଡାକ୍ତର କହୁଛନ୍ତି ଯେ ଟିଭି ବିତର୍କ ସମୟରେ ତ୍ୟାଗୀଙ୍କୁ ହୃଦଘାତ(Heart Attack) ଆସିଥିଲା ।