BJPରୁ ଇସ୍ତଫା ଦେଲେ ଅଭିନେତା ଅଖିଳ ପଟ୍ଟନାୟକ, କହିଲେ କଣଠେସା କରିଦେଲେ
Advertisement
Article Detail0/zeeodisha/odisha2235659

BJPରୁ ଇସ୍ତଫା ଦେଲେ ଅଭିନେତା ଅଖିଳ ପଟ୍ଟନାୟକ, କହିଲେ କଣଠେସା କରିଦେଲେ

Odisha Politics: ସୋସିଆଲ ମିଡିଆରେ ଅଖିଳ ଲେଖିଛନ୍ତି ଯେ, ମୁଁ ଅଖିଳ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଅଛି । ଆଜି ଯାଏଁ ଦଳରେ ମୋ ସହକର୍ମୀ ସହ କେତେ ମଜା କରିଛି. ସ୍ନେହ ପାଇଛି.ତାକୁ ମୁଁ କେବେ ଭୁଲିବି ନାହିଁ । ହେଲେ ମୋ ଦଳ ମତେ କଣଠେସା କରି ରଖିଲା ଏବଂ ଯେଉଁ ସାଂସଦଙ୍କ ସହ ୫ ବର୍ଷ ଧରି ନିଷ୍ଠାର ସହ କାମ କଲି ସେ ଭଲ ପୁରସ୍କାର ଦେଲେ । 

BJPରୁ ଇସ୍ତଫା ଦେଲେ ଅଭିନେତା ଅଖିଳ ପଟ୍ଟନାୟକ, କହିଲେ କଣଠେସା କରିଦେଲେ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଲେ ଅଭିନେତାରୁ ନେତା ପାଲଟିଥିବା ଅଖିଳ ପଟ୍ଟନାୟକ । ଆଜି ସେ ନିଜ ଇସ୍ତଫା ପତ୍ରକୁ ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି । ଦଳରେ ଅବହେଳା ତଥା କଣଠେସା କରାଯାଉଥିବା ଅଭିଯୋଗ ଆଣି ଇସ୍ତଫା ଦେଇଛନ୍ତି ଅଖିଳ ।

ସୂଚନା ମୁତାବକ, ଦୀର୍ଘଦିନ ହେବ ଭୁବନେଶ୍ୱରରେ ରହି ବିଜେପି ପାଇଁ କାମ କରୁଥିଲେ ଅଖିଳ । ବିଶେଷ କରି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଖେପାଖେ ରହିବା ସହ ଦଳ ପାଇଁ ପ୍ରଚାର ପ୍ରସାର କରୁଥିଲେ । କିନ୍ତୁ ଦଳ ତାଙ୍କୁ ଉପଯୁକ୍ତ ଦାୟିତ୍ୱ ନଦେଇ କଣଠେସା କରୁଥିବାରୁ ଅପମାନିତ ଅନୁଭବ କରିଛନ୍ତି ଅଖିଳ । ଇସ୍ତଫା ଦେବା ପରେ ସୋସିଆଲ ମିଡିଆରେ ଅଖିଳ ଲେଖିଛନ୍ତି ଯେ, ମୁଁ ଅଖିଳ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଅଛି । ଆଜି ଯାଏଁ ଦଳରେ ମୋ ସହକର୍ମୀ ସହ କେତେ ମଜା କରିଛି. ସ୍ନେହ ପାଇଛି.ତାକୁ ମୁଁ କେବେ ଭୁଲିବି ନାହିଁ । ହେଲେ ମୋ ଦଳ ମତେ କଣଠେସା କରି ରଖିଲା ଏବଂ ଯେଉଁ ସାଂସଦଙ୍କ ସହ ୫ ବର୍ଷ ଧରି ନିଷ୍ଠାର ସହ କାମ କଲି ସେ ଭଲ ପୁରସ୍କାର ଦେଲେ । ପାର୍ଟି ବି ମୋ ପରି ଯୁବ ନେତୃତ୍ୱକୁ କାର୍ଯ୍ୟରେ ଲଗାଇବାରେ ସକ୍ଷମ ହେଲାନି ।

ତେବେ ଅଖିଳ ବିଜେପି ଛାଡିବା ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେବାପରେ କିଛି ଫ୍ୟାନ୍ସ ଏହାକୁ ନେଇ ଟ୍ରୋଲ କରିଥିବା ଦେଖିବାକୁ ମିଳିଛି । ତେବେ ଏହା ପରେ ଅଖିଳ କେଉଁ ଦଳରେ ସାମିଲ ହେବେ ସେନେଇ କୌଣସି ସୂଚନା ମିଳିପାରିନାହିଁ ।

Also Read- Amarnath Yatra 2024: ସାମ୍ନାକୁ ଆସିଲା ବାବା ଅମରନାଥଙ୍କ ଚଳିତ ବର୍ଷର ପ୍ରଥମ ଫଟୋ

Also Read- Guru Shukra Yuti: ବୃଷ ରାଶିରେ ଶୁକ୍ର ଏବଂ ବୃହସ୍ପତିଙ୍କ ମିଳନ, ୩ରାଶିକୁ ଧନ ଲାଭ