Bihar Politics: ସରକାରକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅଜବ ଧରଣର ଦାବି ଜଣାଇଲେ ଲୋକେ
Advertisement
Article Detail0/zeeodisha/odisha1314445

Bihar Politics: ସରକାରକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅଜବ ଧରଣର ଦାବି ଜଣାଇଲେ ଲୋକେ

Bihar Deputy CM Tejaswi Yadav: ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନ ବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ଦଳ ପକ୍ଷରୁ ଦିଆଯାଇଥିବା ନିର୍ବାଚନୀ ଇସ୍ତାହାରରେ ଘୋଷଣା କରି କହିଥିଲେ ଦଳ ରାଜ୍ୟରେ ୧୦ ଲକ୍ଷ ସରକାରୀ ଚାକିରି ପ୍ରଦାନ କରିବ।

 Bihar Politics: ସରକାରକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅଜବ ଧରଣର ଦାବି ଜଣାଇଲେ ଲୋକେ

Bihar Deputy CM Tejaswi Yadav: ବିହାର ଉପମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବା ପରେ ନିର୍ବାଚନ ସମୟରେ ଦଳ ପକ୍ଷରୁ ଦିଆଯାଇଥିବା ନିର୍ବାଚନୀ ଇସ୍ତହାରକୁ କାର୍ଯ୍ୟ କରିବା ଲାଗି ଅଣ୍ଟାଭିଡ଼ିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ। ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନ ସମୟରେ ଦିଆଯାଇଥିବା ଦଳୀୟ ଇସ୍ତାହାର କାର୍ଯ୍ୟକାରୀ କରିବାକୁ ଯାଇ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ୨୦ ଲକ୍ଷ ରୋଜଗାର ଦେବାକୁ ଘୋଷଣା କରିଛନ୍ତି। ହେଲେ ଏହି ଘୋଷଣା ପରେ ଏପରି ଅୱେକ ଲୋକ ଅଛନ୍ତି ଯେଉଁମାନେ ଉପମୁଖ୍ୟମନ୍ତ୍ରୀଙ୍କୁ ରୋଜଗାର ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ଦାବି ଜଣାଇଛନ୍ତି। ଏପରି ସୋସିଆଲ ମିଡିଆ ଜରିଆରେ ଉପମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଜବ ଧରଣର ଦାବି ଆସିବାରେ ଲାଗିଛି। କେହି କେହି କହୁଛନ୍ତି ଯେ ଏଥର ଯଥା ଶୀଘ୍ର ଏକ ରୋଜଗାରର ବ୍ୟବସ୍ଥା କରାଯାଉ। ଯାହା ଫଳରେ ସେମାନେ ନିଜର ଘର ବସାଇ ପାରିବେ। 

ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନ (Bihar Assembly Election 2020) ବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ (RJD Leader Tejaswi Yadav) ଦଳ ପକ୍ଷରୁ ଦିଆଯାଇଥିବା ନିର୍ବାଚନୀ ଇସ୍ତାହାରରେ (RJD Election Manifesto) ଘୋଷଣା କରି କହିଥିଲେ ଦଳ ରାଜ୍ୟରେ ୧୦ ଲକ୍ଷ ସରକାରୀ ଚାକିରି ପ୍ରଦାନ କରିବ। ବର୍ତ୍ତମାନ ତାଙ୍କ ଦଳ ଆରଜେଡି ସରକାରକୁ ଆସିଛି। ଏବେ ଲୋକେ ପୁନର୍ବାର ତାଙ୍କ ଦଳ ପକ୍ଷରୁ ଦିଆଯାଇଥିବା ନିର୍ବାଚନୀ ଇସ୍ତାହାର ବାବଦରେ ଚର୍ଚ୍ଚା କରିବା ଆରମ୍ଭ କରି ଦେଇଛନ୍ତି। ଏବେ ରାଜ୍ୟର ଯୁବପିଢି ରୋଜଗାର ଏବଂ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି। ଏଭଳି ଦାବି ଜଣାଇଥିବା ଲୋକଙ୍କ ମଧ୍ୟରେ ଏପରି କିଛି ଯୁବକ ଅଛନ୍ତି ଯେଉଁମାନେ କହୁଛନ୍ତି ଯେ ଚାକିରି ହେତୁ ସେମାନଙ୍କର ବ୍ରେକଅପ୍ ଘଟିଛି। ଯଥାଶୀଘ୍ର ରୋଜଗାର ପ୍ରଦାନ କରିବାକୁ ସେମାନେ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। 

Also Read: Bihar Politics: ସରକାରକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅଜବ ଧରଣର ଦାବି ଜଣାଇଲେ ଲୋକେ 

ବିହାରରେ ମହାମେଣ୍ଟ ସରକାର ଗଠନ ହେବା ପରେ ପ୍ରତି ଦିନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ (Bihar Deputy CM Tejaswi Yadav) ପାଖକୁ ଚାକିରି ପ୍ରଦାନ କରିବା ପ୍ରସଙ୍ଗରେ ଟ୍ୱିଟ୍ ଟ୍ୟାଗ୍ କରାଯାଉଛି। ନିକଟରେ ଜଣେ ଟ୍ୱିଟର ବ୍ୟବହାରକାରୀ କହିଛନ୍ତି, 'ତେଜସ୍ୱୀ ଯାଦବ ଭାଇ ଆମ ଗର୍ଲଫ୍ରେଣ୍ଡ ଆମକୁ ଛାଡ଼ି ପଳାଇଛି। ଯେହେତୁ ଆପଣ କ୍ଷମତାକୁ ଆସିଛନ୍ତି ଆମର ଭରସା ରହିଛି ଆଉ ଆପଣ ନିଶ୍ଚିତ କରିଛନ୍ତି ଯେ ଆପଣ ଖୁବ୍ ଶୀଘ୍ର STET ମେରିଟ୍ ତାଲିକାରେ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରିବେ। ସେବେଠାରୁ ଆମ ଗର୍ଲଫ୍ରେଣ୍ଡ ଆମକୁ କଲ କରୁଛି। ନିଯୁକ୍ତି ପତ୍ର କେବେ ମିଳିବ ଭାଇ। ଭାଇ ଆମକୁ ଯଥାଶୀଘ୍ର ନିଯୁକ୍ତି ପତ୍ର ପ୍ରଦାନ କରାଯାଉ। ଯାହା ଫଳରେ ଆମେ ଏହି ବର୍ଷ ବିବାହ କରି ଘର ସଂସାର କରିପାରିବୁ। 

ସେହିପରି ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ କହିଛନ୍ତି ଯେ, ଆଜ୍ଞା ଆପଣଙ୍କ ପାଖରେ ଆମର ବିଶ୍ୱାସ ରହିଛି। ଯଥା ଶୀଘ୍ର ଆମକୁ ରୋଜଗାର ସୁବିଧା ପ୍ରଦାନ କରାଯାଉ। ଯାହା ଦ୍ୱାରା ଆମେ ଏହି ବର୍ଷ ଘର ସଂସାର କରିପାରିବୁ। ଅନ୍ୟ ଜଣେ ବ୍ୟବହାରୀ କହିଛନ୍ତି ଯେ ସାର୍ ମୋର ଗାର୍ଲଫ୍ରେଣ୍ଡର ବିବାହ ହୋଇସାରିଛି। ଏବେ ଲୋକେ କହୁଛନ୍ତି ଯେ ମୁଁ କେବେ ବିବାହ କରିବି। ଯଦି ରୋଜଗାର ମିଳିବ ତାହେଲେ ଆମେ ଘର ସଂସାର କରିପାରିବୁ।