ହିନ୍ଦୁ ଧର୍ମକୁ ନେଇ ଏ କ’ଣ କହିଗଲେ ଅଖିଳେଶ?
Advertisement
Article Detail0/zeeodisha/odisha1189166

ହିନ୍ଦୁ ଧର୍ମକୁ ନେଇ ଏ କ’ଣ କହିଗଲେ ଅଖିଳେଶ?

Akhilesh Yadav: ଅଖିଳେଶ ମାଫିଆ ଓ ବଦମାସଙ୍କ ବିରୋଧରେ ଚାଲୁଥିବା ବୁଲଡୋଜର ଅଭିଯାନକୁ ମୁସଲମାନଙ୍କ ବିରୋଧରେ ବୋଲି କହିଛନ୍ତି । ସେ କହିଛନ୍ତି ଯେ, "ବୁଲଡୋଜର କାର୍ଯ୍ୟ କେବଳ ଭୟଭୀତ କରିବା । ଏହି ବୁଲଡୋଜର ଧର୍ମ, ଜାତି ଏବଂ ଆମର ମୁସଲମାନ ଭାଇମାନଙ୍କୁ ଭୟଭୀତ କରିବା ପାଇଁ । ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବଡ଼ ଲୋକଙ୍କ ପାଇଁ ନୁହେଁ ।"

ହିନ୍ଦୁ ଧର୍ମକୁ ନେଇ ଏ କ’ଣ କହିଗଲେ ଅଖିଳେଶ?

ନୂଆଦିଲ୍ଲୀ: Akhilesh Yadav: ସାରା ଦେଶରେ ବର୍ତ୍ତମାନ ହିନ୍ଦୁ-ମୁସଲିମ, ମନ୍ଦିର-ମସଜିଦକୁ ନେଇ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ଉତ୍ତର ପ୍ରଦେଶର ବାରାଣାସୀ (Varanasi) ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଥିବା ଜ୍ଞାନବାପି ମସଜିଦ (Gyanvapi Masjid) ରେ ଶିବଲିଙ୍ଗ (Shivling) ମିଳିବା ଦାବି ଉପରେ କୋର୍ଟର ରାୟ ଉପରେ ସମସ୍ତଙ୍କ ନଜର ରହିଛି । ଏହି ସମୟରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ (SP Chief) ଅଖିଳେଶ ଯାଦବ (Akhilesh Yadav) ଙ୍କ ଏକ ବୟାନକୁ ନେଇ ବିବାଦ ଦେଖାଦେଇଛି । ସେ ଏହି ଘଟଣାକୁ ପରିହାସ କରି ହିନ୍ଦୁ ଧର୍ମ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ତାଙ୍କର ଏହି ମନ୍ତବ୍ୟ ଯୋଗୁଁ ଲୋକମାନେ ତାଙ୍କୁ ସମାଲୋଚନା କରୁଛନ୍ତି । 

ବୁଧବାର ଅଖିଳେଶ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ତାଙ୍କୁ ଜ୍ଞାନବାପି ମସଜିଦ୍ ପରିସରରେ ଶିବଲିଙ୍ଗ ମିଳିବା ଉପରେ ପ୍ରଶ୍ନ ପଚରାଯାଇଥିଲା । ଏହା ଉପରେ ସେ ହିନ୍ଦୁ ଧର୍ମକୁ ନେଇ କହିଛନ୍ତି ଯେ, "ଆମର ହିନ୍ଦୁ ଧର୍ମରେ ବର ଗଛ ତଳେ କୌଣସି ପଥର ରଖି ଦିଅନ୍ତୁ, ଏହା ଉପରେ ନାଲି ପତାକା ଲଗାଇ ଦିଅନ୍ତୁ ତ ଏହା ଏକ ମନ୍ଦିର ହୋଇଯାଏ ।" ସେ ଅଯୋଧ୍ୟାର ରାମ ମନ୍ଦିର ଆନ୍ଦୋଳନ ଉପରେ ଟାର୍ଗେଟ କରି ହିଛନ୍ତି ଯେ, "ଏପରି ଏକ ସମୟ ଥିଲା ଯେତେବେଳେ ରାତିର ଅନ୍ଧକାରରେ ମୂର୍ତ୍ତି ରଖାଯାଇଥିଲା । ବିଜେପି (BJP) କିଛି ବି କରିପାରେ ଓ କିଛି କରାଇପାରେ । ତା'ର କୌଣସି ଭରସା ନାହିଁ ।"

ଅଖିଳେଶ ମାଫିଆ ଓ ବଦମାସଙ୍କ ବିରୋଧରେ ଚାଲୁଥିବା ବୁଲଡୋଜର ଅଭିଯାନକୁ ମୁସଲମାନଙ୍କ ବିରୋଧରେ ବୋଲି କହିଛନ୍ତି । ସେ କହିଛନ୍ତି ଯେ, "ବୁଲଡୋଜର କାର୍ଯ୍ୟ କେବଳ ଭୟଭୀତ କରିବା । ଏହି ବୁଲଡୋଜର ଧର୍ମ, ଜାତି ଏବଂ ଆମର ମୁସଲମାନ ଭାଇମାନଙ୍କୁ ଭୟଭୀତ କରିବା ପାଇଁ । ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବଡ଼ ଲୋକଙ୍କ ପାଇଁ ନୁହେଁ ।"

ଏହା ବି ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଡବଲ ଝଟକା: ପୁଣି ବଢ଼ିଲା LPG ର ଦାମ୍, ଜାଣନ୍ତୁ ଆଜି କେତେ ଟଙ୍କା ମହଙ୍ଗା ହେଲା ସିଲିଣ୍ଡର

ଏହା ବି ପଢ଼ନ୍ତୁ:-ଦୁଷ୍କର୍ମ ପରେ ପୀଡ଼ିତାଙ୍କ କ'ଣ ପାଇଁ କରାଯାଇଥାଏ 'ଟୁ ଫିଙ୍ଗର ଟେଷ୍ଟ୍', ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-ଋଷର ଯୁଦ୍ଧ ଧମକକୁ ବେଖାତିର! ୭୦ ବର୍ଷୀୟ ପୁଟିନଙ୍କ ସହ ମୁକାବିଲା କରିବାକୁ ପ୍ରସ୍ତୁତ ଦୁନିଆର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ

 

ଏଠାରେ କହି ରଖୁଛୁ ଯେ, ଅଖିଳେଶ ଯାଦବ ଏହା ପୂର୍ବରୁ ଜ୍ଞାନବାପି ମସଜିଦ ମାମଲାରେ ବିଜେପିକୁ ଟାର୍ଗେଟ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଧ୍ୟାନକୁ ହଟାଇବା ପାଇଁ ଏଭଳି ପ୍ରସଙ୍ଗ ଉଠାଯାଉଛି ବୋଲି ସେ ମଙ୍ଗଳବାର କହିଛନ୍ତି । ଏସପି ମୁଖ୍ୟଙ୍କ ଅନୁଯାୟୀ, "ଆଜି ତୈଳ ଓ ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି ଓ ମୁଦ୍ରାସ୍ଫୀତି ବୃଦ୍ଧି, ବେକାରୀ ସମସ୍ୟାକୁ ନେଇ ବିଜେପି ପାଖରେ କୌଣସି ଉତ୍ତର ନାହିଁ । ପ୍ରକୃତରେ ବିଜେପି ପାଖରେ ଏପରି ପୁରା ଘୃଣା କ୍ୟାଲେଣ୍ଡର ଅଛି, ଯାହା ନିର୍ବାଚନ ଆସିବା ପର୍ଯ୍ୟନ୍ତ ଉଠାଇ ଚାଲୁଥିବ ।"

ଏଠାରେ କହି ରଖୁଛୁ ଯେ, ହିନ୍ଦୁ ପକ୍ଷ ଦାବି କରିଛି ଯେ, ନନ୍ଦୀର ମୁଖ ସାମ୍ନାରେ ମସଜିଦ (Mosque) ର ୱଜ୍ଜୁ ଖାନାରୁ ୧୨ ଫୁଟ ୮ ଇଞ୍ଚ ଲମ୍ୱର ଶିବଲିଙ୍ଗ (Shivling) ମିଳିଛି । ମସଜିଦରେ ଶିବଲିଙ୍ଗ ମିଳିବା ଦାବି ପର ହିନ୍ଦୁ ପକ୍ଷ କୋର୍ଟରେ ପହଞ୍ଚିଥିଲେ । କୋର୍ଟ ଆଦେଶ ଦେଇଛନ୍ତି ଯେ ଯେଉଁଠାରେ ଶିବଲିଙ୍ଗ ମିଳିଛି ସେହି ସ୍ଥାନକୁ ତୁରନ୍ତ ପ୍ରଭାବ ସହିତ ସିଲ୍ କରାଯାଉ । ଆହୁରି ମଧ୍ୟ ସେହି ସ୍ଥାନକୁ କାହାର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଉ । ଅନ୍ୟପକ୍ଷରେ, କୋର୍ଟରେ ରିପୋର୍ଟ ଦାଖଲ ନହେବା ପର୍ଯ୍ୟନ୍ତ ୱଜ୍ଜୁ ଖାନାକୁ ସଂରକ୍ଷଣ କରାଯାଉ ବୋଲି ହିନ୍ଦୁ ପକ୍ଷ ଦାବି କରିଥିଲା ।