ଜେଡିୟୁକୁ ଲାଗିଲା ବଡ଼ ଝଟକା, ଦଳ ଛାଡ଼ି ବିଜେପିରେ ସାମିଲ ହେଲେ ୬ ବିଧାୟକ
Advertisement
Article Detail0/zeeodisha/odisha814598

ଜେଡିୟୁକୁ ଲାଗିଲା ବଡ଼ ଝଟକା, ଦଳ ଛାଡ଼ି ବିଜେପିରେ ସାମିଲ ହେଲେ ୬ ବିଧାୟକ

ଜନତା ଦଳ (ୟୁନାଇଟେଡ୍) ବା JDU କୁ ବଡ଼ ଝଟକା ଲାଗିଛି । ଅରୁଣାଚଳ ପ୍ରଦେଶରେ ଦଳର ୬ ଜଣ ବିଧାୟକ ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଛନ୍ତି । ଏଥି ସହ ଅରୁଣାଚଳ ପ୍ରଦେଶର ପିପୁଲ୍ସ ପାର୍ଟି (PPA) ର ଜଣେ ବିଧାୟକ ମଧ୍ୟ ଦଳ ପରିବର୍ତ୍ତନ କରି ବିଜେପିରେ ସାମିଲ ହୋଇଛନ୍ତି । ଅଧିକ ପଢ଼ନ୍ତୁ:-ମୋଦି ସରକାରଙ୍କ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭୁରି

ଜେଡିୟୁକୁ ଲାଗିଲା ବଡ଼ ଝଟକା, ଦଳ ଛାଡ଼ି ବିଜେପିରେ ସାମିଲ ହେଲେ ୬ ବିଧାୟକ

ନୂଆଦିଲ୍ଲୀ: ଜନତା ଦଳ (ୟୁନାଇଟେଡ୍) ବା JDU କୁ ବଡ଼ ଝଟକା ଲାଗିଛି । ଅରୁଣାଚଳ ପ୍ରଦେଶରେ ଦଳର ୬ ଜଣ ବିଧାୟକ ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଛନ୍ତି । ଏଥି ସହ ଅରୁଣାଚଳ ପ୍ରଦେଶର ପିପୁଲ୍ସ ପାର୍ଟି (PPA) ର ଜଣେ ବିଧାୟକ ମଧ୍ୟ ଦଳ ପରିବର୍ତ୍ତନ କରି ବିଜେପିରେ ସାମିଲ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ମୋଦି ସରକାରଙ୍କ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭୁରି ଭୁରି ପ୍ରଶଂସା କଲେ ଅଶୋକ ଗେହଲଟ୍

ବିଜେପିରେ ଯୋଗ ଦେଉଥିବା ଜେଡିୟୁ ବିଧାୟକଙ୍କ ନାମ ହେଉଛି ତଲିମ ତବୋହ, ଜିକ୍କେ ତାକୋ, ହୟେଙ୍ଗ ମଙ୍ଗଫି, ଡୋର୍ଜି ୱାଙ୍ଗଡି ଖର୍ମା, ଡୋଙ୍ଗ୍ରୁ ସେଙ୍ଗଜୁ, କଙ୍ଗୋଙ୍ଗ ଟାକୁ । ଏଥି ସହିତ ବିଜେପିରେ ସାମିଲ ହୋଇଥିବା ପିପିଏ ବିଧାୟକଙ୍କ ନାମ ହେଉଛି କର୍ଡୋ ନ୍ୟାଗୟୋର୍ । ପାର୍ଟି ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ କରି ପିପିଏ ଚଳିତ ମାସ ଆରମ୍ଭରେ ନ୍ୟାଗୟୋରଙ୍କୁ ନିଲମ୍ବିତ କରିଥିଲା ।

ଅଧିକ ପଢ଼ନ୍ତୁ:-ବିଜେପି-ଜେଡିଏସ ମଧ୍ୟରେ ବନ୍ଧୁତା, କଂଗ୍ରେସ ପାଇଁ ଆଉ ଏକ ଝଟକା!

ବିହାରରେ ଏନଡିଏ ସରକାର

ଅନ୍ୟପଟେ ଅରୁଣାଚଳରେ ଏହି ଘଟଣାକ୍ରମ ଏପରି ସମୟରେ ଘଟିଛି, ଯେତେବେଳେ ଗତମାସରେ ବିହାର ବିଧାନସଭା ନିର୍ବାଚନର ଫଳାଫଳରେ ବିଜେପି ଓ ଜେଡିୟୁ ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (NDA) ୧୨୫ଟି ଆସନ ସହ ଜୋରଦାର ମୁକାବିଲାରେ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସଫଳ ହୋଇଥିଲା । ଯଦିଓ ଏହି ନିର୍ବାଚନରେ ​​ନୀତିଶଙ୍କ ନେତୃତ୍ୱାଧୀନ ଜେଡିୟୁ ଅନେକ କ୍ଷତି ସହିଛି, କିନ୍ତୁ ବିଜେପି ଅତୁଳନୀୟ ସଫଳତା ହାସଲ କରିଛି ।