ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିଠୁ 'ପ୍ରତିଶୋଧ' ନେବ ଜେଡିୟୁ!
Advertisement

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିଠୁ 'ପ୍ରତିଶୋଧ' ନେବ ଜେଡିୟୁ!

ମନେ କରାଯାଉଛି ଯେ ଜେଡିୟୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ବହୁ ଆସନରେ ବିଜେପିର ଭୋଟ କାଟି ପାରେ । ବିଜେପି ଏଥର ସରକାର ବିରୋଧୀ ମତ ମାଧ୍ୟମରେ ଜିତିବାକୁ ଚେଷ୍ଟା କରୁଛି । ଏଭଳି ପରିସ୍ଥିତିରେ ଟିଏମସି (TMC) ବିରୋଧୀ ଭୋଟରେ ବିଭାଜନ ଅର୍ଥ ହେବ ଯେ ବିଜେପିର ଭୋଟ୍ କଟିବ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିଠୁ 'ପ୍ରତିଶୋଧ' ନେବ ଜେଡିୟୁ!

ନୂଆଦିଲ୍ଲୀ: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Polls 2021) । ଏଥିପାଇଁ ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ । ଏହି କ୍ରମରେ ବିହାରରେ ଭାରତୀୟ ଜନତା ପାର୍ଟି (BJP) ସହିତ ଶାସନ କ୍ଷମତା ଉପଭୋଗ କରୁଥିବା ଜନତା ଦଳ ୟୁନାଇଟେଡ୍ (JDU) ବର୍ତ୍ତମାନ ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ଜେଡିୟୁ ନେତା ଗୁଲାମ ରସୁଲ ବାଲାୟାବୀ ଗୁରୁବାର କହିଛନ୍ତି ଯେ ୨୦୨୧ ବିଧାନସଭା ନିର୍ବାଚନରେ ​​ଦଳ ୭୫ଟି ଆସନ ପାଇଁ ପ୍ରାର୍ଥୀ ଦେବ । ତେବେ ଦଳ ନିଜ ଦମରେ ଏକାକୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ନା ଅନ୍ୟ ଛୋଟ ଦଳ ସହ ମେଣ୍ଟ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ଦରମା!

ବିଜେପିର କାଟିବ ଭୋଟ୍?

ମନେ କରାଯାଉଛି ଯେ ଜେଡିୟୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ବହୁ ଆସନରେ ବିଜେପିର ଭୋଟ କାଟି ପାରେ । ବିଜେପି ଏଥର ସରକାର ବିରୋଧୀ ମତ ମାଧ୍ୟମରେ ଜିତିବାକୁ ଚେଷ୍ଟା କରୁଛି । ଏଭଳି ପରିସ୍ଥିତିରେ ଟିଏମସି (TMC) ବିରୋଧୀ ଭୋଟରେ ବିଭାଜନ ଅର୍ଥ ହେବ ଯେ ବିଜେପିର ଭୋଟ୍ କଟିବ ।

ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଭୟଙ୍କର ଚେତାବନୀ ଜାରି କଲା WHO, କହିଲା-୨୦୨୧ର ପ୍ରାରମ୍ଭରେ ତାଣ୍ଡବ କରି...

ପ୍ରତିଶୋଧ ନେବ JDU?

ବିହାରରେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ​​ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି । କିନ୍ତୁ ଜେଡିୟୁ ବିରୋଧରେ ଏଲଜେପି ନିର୍ବାଚନ ଲଢିବା କାରଣରୁ ନୀତିଶ କୁମାରଙ୍କୁ ଆସନ କ୍ଷେତ୍ରରେ ବହୁ କ୍ଷତି ସହିବାକୁ ପଡ଼ିଛି ।  ଅନେକ ଆସନରେ ଏଲଜେପି ଭୋଟ୍ କାଟିବା ଯୋଗୁଁ ଜେଡିୟୁ ପ୍ରାର୍ଥୀମାନେ  ହାରିଯାଇଥିଲେ । ଫଳସ୍ୱରୂପ, ଜେଡିୟୁ ଏଠାରେ ବିଜେପିଠାରୁ ପଛରେ ରହିଯାଇଛି । ଅନେକ ଜେଡିୟୁ ନେତା ବିଶ୍ୱାସ କରନ୍ତି ଯେ ଏହି ଖେଳ ପ୍ରକୃତରେ ବିଜେପି ଦ୍ୱାରା ଖେଳା ଯାଇଛି । କିଛି ବିଶେଷଜ୍ଞ କହିଛନ୍ତି ଯେ ଏଥିପାଇଁ ଜେଡିୟୁରେ ବହୁତ ଆକ୍ରୋଶ ରହିଛି । ନୀତିଶ କୁମାର ରାଜନୀତିରେ ଜଣେ ପାରଦର୍ଶୀ ଖେଳାଳି ଏବଂ ହିସାବ ବରାବର କରିବା ପାଇଁ ଉପଯୁକ୍ତ ସୁଯୋଗ ଖୋଜନ୍ତି ।

ଅଧିକ ପଢ଼ନ୍ତୁ:-ଡିସେମ୍ୱର ୩୧ ପୂର୍ବରୁ ୬ କୋଟି ଲୋକଙ୍କ ଆକାଉଣ୍ଟକୁ ଆସିବ ଟଙ୍କା, EPFO କୁ ମିସକଲ୍ ଦେଇ ଜାଣନ୍ତୁ ନିଜର ବାଲାନ୍ସ

ଜେଡିୟୁ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବ କି?

ବିହାରକୁ ଲାଗି ପଶ୍ଚିମବଙ୍ଗର କିଛି ଆସନ ଉପରେ JDU ପ୍ରଭାବ ପକାଇପାରେ । ତେବେ ବିହାର ବାହାରେ ଦଳର ସଂଗଠନ ଅତ୍ୟନ୍ତ ଦୁର୍ବଳ ରହିଛି । ଏଭଳି ପରିସ୍ଥିତିରେ ଦଳ ନିର୍ବାଚନ ଫଳାଫଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ମନେ କରାଯାଉଛି, କିନ୍ତୁ ଯଦି ଦଳ କିଛି ଆସନରେ ବିଜେପିର ଭୋଟ୍ କାଟିବାରେ ସଫଳ ହୁଏ, ତେବେ ଏହା ବିଜେପି ପାଇଁ ଅସୁବିଧା ବଢିପାରେ ।