ସମାଜବାଦୀ ପାର୍ଟି ଛାଡ଼ିବେ ଆଜମ ଖାନ୍! ସମର୍ଥକମାନେ ଅଖିଳେଶଙ୍କ ବିରୋଧରେ ଖୋଲିଲେ ମୋର୍ଚ୍ଚା
Advertisement
Article Detail0/zeeodisha/odisha1149311

ସମାଜବାଦୀ ପାର୍ଟି ଛାଡ଼ିବେ ଆଜମ ଖାନ୍! ସମର୍ଥକମାନେ ଅଖିଳେଶଙ୍କ ବିରୋଧରେ ଖୋଲିଲେ ମୋର୍ଚ୍ଚା

ବରେଲିରେ ଭୋଜିପୁରା ବିଧାୟକ ଶାହଜିଲ ଇସଲାମ (Bhojipura MLA Shahjil Islam) ଙ୍କ ବିରୋଧରେ ମୋକଦ୍ଦମା ଓ ତାଙ୍କ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା ଉପରେ ଅଖିଳେଶଙ୍କ ନିରବତା ଆଜମ ସମର୍ଥକଙ୍କୁ ପସନ୍ଦ ଆସୁନାହିଁ। ସେମାନେ ମନେ କରନ୍ତି ଯେ ଯଦି ଅଖିଳେଶ କଡ଼ା ମନୋଭାବ ଗ୍ରହଣ କରିଥାନ୍ତେ, ତେବେ କୌଣସି ଭଙ୍ଗାରୁଜା ହୋଇନଥାନ୍ତା । ପୂର୍ବ ଯୋଜନା ଅନୁଯାୟୀ ଶାହଜୀଲ ଏହି ବୟାନ ଦେଇନାହାଁନ୍ତି, ସମର୍ଥକଙ୍କ ମଧ୍ୟରେ ଉତ୍ସାହର ଆଣିବା ପାଇଁ ଏପରି କହିଥିଲେ ।

ସମାଜବାଦୀ ପାର୍ଟି ଛାଡ଼ିବେ ଆଜମ ଖାନ୍! ସମର୍ଥକମାନେ ଅଖିଳେଶଙ୍କ ବିରୋଧରେ ଖୋଲିଲେ ମୋର୍ଚ୍ଚା

ଲକ୍ଷ୍ନୌ: Azam Khan: ୟୁପି ବିଧାନସଭା ନିର୍ବାଚନ (UP Assembly Election 2022) ରେ ପରାଜୟ ପରେ ସମାଜବାଦୀ ପାର୍ଟି (Samajwadi Party: SP)  ଆଗରେ ଏକ ବଡ଼ ସଙ୍କଟ ଦେଖାଦେଇଛି । ଜେଲରେ ବନ୍ଦ ଥିବା ଏସପି ନେତା ମହମ୍ମଦ ଆଜମ ଖାନ (SP Leader Mohammad Azam Khan) ଦଳକୁ ବିଦାୟ ଜଣାଇପାରନ୍ତି ବୋଲି ସଙ୍କେତ ମିଳୁଛି । ରବିବାର ତାଙ୍କ ସମର୍ଥକମାନେ ଏସପି ମୁଖ୍ୟ ଅଖିଳେଶ ଯାଦବ (SP Chief Akhilesh Yadav) ଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଏପରିକି କହିଛନ୍ତି ଯେ, ଅଖିଳେଶଙ୍କୁ ଆମର ପୋଷାକରୁ ଦୁର୍ଗନ୍ଧ ଆସୁଛି ।

ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟି (SP) ର ପ୍ରତିଷ୍ଠାତା ସଦସ୍ୟ ତଥା ରାମପୁର ସହରରୁ କ୍ରମାଗତ ଦଶମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ଆଜମ ଖାନ (Azam Khan) ବର୍ତ୍ତମାନ ଜେଲରେ ଅଛନ୍ତି । ତାଙ୍କ ନିକଟ ସମର୍ଥକମାନେ ରବିବାର ପାର୍ଟି ଅଫିସକୁ ବୈଠକ ଡାକିଥିଲେ । ଏଥିରେ ସିଧାସଳଖ ଟାର୍ଗେଟରେ ଅଖିଳେଶ (Akhilesh Yadav) ଥିଲେ । ଆଜମ ଖାନଙ୍କ ମିଡିଆ ଦାୟିତ୍ୱରେ ଥିବା ଫସାହତ ଅଲି ଖାନ ଶାନୁ (Fasahat Ali Khan Shanu) କହିଛନ୍ତି ଯେ ନିର୍ବାଚନରେ ​​ସାରା ରାଜ୍ୟରେ ମୁସଲମାନମାନେ ଏସପି ପାଇଁ ଏକପାଖିଆ ଭୋଟ୍ (Muslim Votes) ଦେଇଛନ୍ତି, ଯେଉଁଥିପାଇଁ ଏସପି ୧୨୫ଟି ଆସନରେ ପହଞ୍ଚିଛନ୍ତି । ବର୍ତ୍ତମାନ ଅଖିଳେଶ ଯାଦବ ମୁସଲମାନମାନଙ୍କୁ ସମର୍ଥନ କରୁନାହାଁନ୍ତି ।

ସେ କହିଛନ୍ତି ଯେ, ଆଜମ ଖାନ ଦୁଇ ବର୍ଷରୁ ଅଧିକ ସମୟ ଧରି ସୀତାପୁର ଜେଲରେ ଅଛନ୍ତି, ସେ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ନେତା, କିନ୍ତୁ ଏହା ପରେ ମଧ୍ୟ ଅଖିଳେଶ ତାଙ୍କୁ ଭେଟିବା ପାଇଁ ଥରେ ଜେଲ ଯାଇଛନ୍ତି । ତାଙ୍କୁ ବିଧାନସଭାରେ ବିରୋଧୀ ଦଳର ନେତା ମଧ୍ୟ କରାଯାଇ ନାହିଁ । ପାର୍ଟିରେ ମୁସଲମାନମାନଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ । ଏପରିକି ସେ କ୍ରୋଧିତ ଭାବରେ କହିଛନ୍ତି ଯେ, ବର୍ତ୍ତମାନ ଅଖିଳେଶଙ୍କୁ ଆମର ପୋଷାକର ଦୁର୍ଗନ୍ଧ ଆସୁଛି । ଆଜମ ଖାନ ଜେଲରୁ ମୁକ୍ତ ହେଲେ ଆମେ ତାଙ୍କ ସହ ଆଲୋଚନା କରି ବର୍ତ୍ତମାନ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେବୁ ।

ଶାନୁଙ୍କ ଏହା କହିବା ସ୍ୱାଭାବିକ ନୁହେଁ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଆଜମଙ୍କ ସ୍ୱୀକୃତି ବିନା କୌଣସି ବୟାନ ଦିଅନ୍ତି ନାହିଁ । ଜେଲ ଯିବା ପରେ ଆଜମ ମଧ୍ୟ ସମାନ କଥା କହୁଛନ୍ତି । ଅନ୍ୟପକ୍ଷରେ, ଆଜମଙ୍କ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରେ ଏକ ନୂତନ ପାର୍ଟି ଗଠନ ନେଇ ମଧ୍ୟ ଆଲୋଚନା ଚାଲିଛି ବୋଲି ସୂତ୍ରରୁ ପ୍ରକାଶ । ଅଧିକାଂଶ ମାମଲାରେ ଆଜମଙ୍କୁ ଜାମିନ ମିଳିଛି, ତେଣୁ ସେ ଶୀଘ୍ର ବାହାରକୁ ଆସିବେ । ଅନ୍ୟପକ୍ଷରେ ଏସପି ଜିଲ୍ଲା ସଭାପତି ବିରେନ୍ଦ୍ର ଗୋୟଲ କହିଛନ୍ତି ଯେ ପାର୍ଟି ବୈଠକରେ ଯାହା କୁହାଯାଇଛି ସେ ସମ୍ପର୍କରେ ସେ ଅଖିଳେଶ ଯାଦବଙ୍କୁ ସମ୍ପୂର୍ଣ୍ଣ ସୂଚନା ପଠାଇବେ ।

ଶାହଜିଲ ମାମଲାରେ ଅଖିଳେଶଙ୍କ ନୀରବତା ଆଜମ ଖାନ ସମର୍ଥକଙ୍କୁ ନାପସନ୍ଦ  

ବରେଲିରେ ଭୋଜିପୁରା ବିଧାୟକ ଶାହଜିଲ ଇସଲାମ (Bhojipura MLA Shahjil Islam) ଙ୍କ ବିରୋଧରେ ମୋକଦ୍ଦମା ଓ ତାଙ୍କ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା ଉପରେ ଅଖିଳେଶଙ୍କ ନିରବତା ଆଜମ ସମର୍ଥକଙ୍କୁ ପସନ୍ଦ ଆସୁନାହିଁ। ସେମାନେ ମନେ କରନ୍ତି ଯେ ଯଦି ଅଖିଳେଶ କଡ଼ା ମନୋଭାବ ଗ୍ରହଣ କରିଥାନ୍ତେ, ତେବେ କୌଣସି ଭଙ୍ଗାରୁଜା ହୋଇନଥାନ୍ତା । ପୂର୍ବ ଯୋଜନା ଅନୁଯାୟୀ ଶାହଜୀଲ ଏହି ବୟାନ ଦେଇନାହାଁନ୍ତି, ସମର୍ଥକଙ୍କ ମଧ୍ୟରେ ଉତ୍ସାହର ଆଣିବା ପାଇଁ ଏପରି କହିଥିଲେ ।

ଏହା ବି ପଢ଼ନ୍ତୁ:-ଶାହଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପ୍ରକାଶ ରାଜ, କହିଲେ-ଆମେ ଚେତାବନୀ ଦେଉଛୁ...

ଏହା ବି ପଢ଼ନ୍ତୁ:-ରାସନ ନେବା ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...

ଏହା ବି ପଢ଼ନ୍ତୁ:-କଂଗ୍ରେସରେ ଶୀତଳ ଯୁଦ୍ଧ ଜାରି: ଗହଲୋଟଙ୍କ ଟାର୍ଗେଟରେ ପାଇଲଟ, ଚିନ୍ତାରେ ହାଇକମାଣ୍ଡ!

 

ଏହା ପୂର୍ବରୁ ମଧ୍ୟ ଏସପି ଛାଡ଼ି ଥିଲେ ଆଜମ ଖାନ୍

ମୁସଲମାନମାନଙ୍କ ମଧ୍ୟରେ ଫାୟାରବ୍ରାଣ୍ଡ ନେତାଙ୍କ ଭାବମୂର୍ତ୍ତି ଥିବା ଆଜାମ ଖାନ ପୂର୍ବରୁ ଏସପି ଠାରୁ ଦୂରେଇ ଯାଇଥିଲେ । ୨୦୦୯ ନିର୍ବାଚନରେ ଅମର ସିଂଙ୍କ ନିର୍ଦ୍ଦେଶରେ ମୁଲାୟମ ସିଂ ଲୋକସଭା ନିର୍ବାଚନ ପାଇଁ ରାମପୁରରୁ ଜୟା ପ୍ରଦାଙ୍କୁ ମୈଦାନକୁ ଓହ୍ଲାଇଥିଲେ । ଏଥିରେ ରାଗିଯାଇ ଆଜମ ଏସପିରୁ ଅଲଗା ହୋଇଥିଲେ । ଫିରୋଜାବାଦ ନିର୍ବାଚନରେ ​​ମଧ୍ୟ ଅଖିଳେଶଙ୍କ ପତ୍ନୀ ଡିମ୍ପଲେ ଯାଦବଙ୍କ ବିରୋଧରେ ପ୍ରଚାର କରିବାକୁ ଯାଇଥିଲେ । ସେ ନିର୍ବାଚନରେ ​​ହାରି ଯାଇଥିଲେ । ଏହା ପରେ ମୁଲାୟମ ତାଙ୍କୁ ମନାଇବା ପାଇଁ ରାମପୁର ଆସିଥିଲେ ।